Odisha news

ଭାରତର ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଏହି ସ୍ଥାନରେ ଉଡିଲା ଜାତୀୟ ପତାକା

0

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ସାରା ଭାରତ ବର୍ଷରେ ୭୨ ତମ ଗଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି l ଏହି ସମୟରେ ଦେଶର ଅଲଗା ଅଲଗା ସ୍ଥାନରେ ଗଣତନ୍ତ୍ର ଦିବସ ଆୟୋଜିତ ହୋଇଥିଲା l ତା ସହିତ ଛତିଶଗଡର ସୁକମା ଜିଲ୍ଲାରେ ଯେଉଁ ଉତ୍ସବ ଆୟୋଜିତ ହୋଇଥଲା ତାହାକୁ ଦେଖିଲେ ଯିଏ ନକେହି ହେଉନା କାହିଁକି ଆନନ୍ଦିତ ହୋଇ ପଡିବ l ଛତିଶଗଡର ଅଧିକାଂଶ ଜିଲ୍ଲା ନକ୍ସଲ ପ୍ରଭାବିତ ଅଟେ ,କିନ୍ତୁ ସୁକମା ଜିଲ୍ଲାର ମିନପା ଅଞ୍ଚଳ ପାଇଁ ୭୨ ତମ ଗଣତନ୍ତ୍ର ଦିବସ ଇତିହାସର ପୃଷ୍ଠାରେ ସ୍ଵର୍ଣ ଅକ୍ଷରରେ ଲିପିବଦ୍ଧ ହେଲା ଭଳି ରହିଗଲା l ଏହି ଅଞ୍ଚଳରେ ଦେଶ ସ୍ୱାଧୀନତା ହେବାର ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉଡିଥିଲା ଓ ପ୍ରଥମ ଥର ଭାରତମାତାର ଜୟ ଦବନି ଶୁଣିବାକୁ ମିଳିଥିଲା l

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆଜି ପର୍ଯ୍ୟନ୍ତ ଏହି ଅଞ୍ଚଳର ବ୍ୟକ୍ତି ମାନେ ତ୍ରିରଙ୍ଗା ପତାକା ଦେଖି ନଥିଲେ l ପ୍ରଥମଥର ପାଇଁ ପତାକା ଉତୋଳନ ଦେଖି ଗ୍ରାମବାସୀ ମାନେ ଖୁବ ଉତ୍ସାହିତ ହୋଇଥିଲେ ଓ ଦେଶଭକ୍ତିର ଭାବନା ସେମାନଙ୍କ ପାଖରେ ଦେଖା ଯାଇଥିଲା l ସ୍ୱାଧୀନତାର ଏତେବର୍ଷ ବିତିଯିବା ପରେ ମଧ୍ୟ ଏଠାକାର ଲୋକମାନେ ବର୍ତ୍ତମାନ ସୁଦ୍ଧା ସ୍ୱାଧୀନତାର ସ୍ବାଦକୁ ଅନୁଭବ କରି ନଥିଲେ କିନ୍ତୁ ବର୍ତ୍ତମାନ ଏଠାରେ ସେହି ସ୍ବାଦକୁ ଅନୁଭବ କଲେ l ଏହି ଅଞ୍ଚଳରେ CRPF ଯବାନ ସବୁବେଳେ ମୁତୟନ ହୋଇ ଥାନ୍ତି ଏବଂ ସେମାନେ ଏଠାକାର ଗ୍ରାମବାସୀ ମାନଙ୍କର ସମସ୍ତ କଥା ବୁଝିଥାନ୍ତି l ଏହି ଗ୍ରାମବାସୀ ମାନେ ଯବାନ ମାନଙ୍କ ସହିତ ପତାକା ଉତୋଳନ କରି ବେଶ ଖୁସି ଅଛନ୍ତି l

Leave A Reply