ପାସପୋର୍ଟ ହଜାଇ ୧୮ ବର୍ଷ ପାକିସ୍ତାନ ଜେଲ୍ ରେ ବିତାଇଥିଲେ : ଫେରିବା ପରେ କହିଲେ ମୋ ଦେଶ ଭାରତ ହେଉଛି ମୋ ପାଇଁ ସ୍ୱର୍ଗ
ନୂଆଦିଲ୍ଲୀ : କୌଣସି ଅନ୍ୟ ଦେଶରେ ଭାରତୀୟ ପାସ୍ପୋର୍ଟ କେତେ ମହତ୍ୱ ପୂର୍ଣ୍ଣ ଯଦି ଏହା ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ପାଖାପାଖି ୧୮ ବର୍ଷ ଧରି ଜେଲରେ ବିତାଇ ଫେରିଥିବା ୬୫ ବର୍ଷୀୟ ହସିନା ବେଗମଙ୍କୁ ସେ ବିଷୟରେ ପଚାରନ୍ତୁ l ଘଟଣାଟି ଏହି ପରି ୨୦୦୨ ରେ ହସିନା ବେଗମ ନିଜ ସମ୍ପର୍କୀୟ ମାନଙ୍କ ସହିତ ଦେଖା କରିବା ପାଇଁ ଲାହୋରରେ ପହଂଚିଥିଲେ l କିନ୍ତୁ ସେଠାରେ ତାଙ୍କର ପାସ୍ପୋର୍ଟ ହଜି ଯାଇଥିଲା l ପାସ୍ପୋର୍ଟ ହଜିଯିବା ପରେ ତାଙ୍କ ଉପରେ ବିପଦ ମାଡି ଆସିଲା ଓ ପାକିସ୍ତାନ ସରକାର ତାଙ୍କୁ ଜେଲରେ ବନ୍ଦ କରି ଦେଇଥିଲେ l ଗତ ୧୮ ବର୍ଷ ଧରି କୌଣସି ଅପରାଧ ନକରି ପାକିସ୍ତାନ ଜେଲରେ ଦଣ୍ଡ ଭୋଗିଥିଲେ l
ଏହା ପରେ ଗଣତନ୍ତ୍ର ଦିବସ ସମାରୋହରେ ମଙ୍ଗଳବାର ଦିନ ନିଜ ଦେଶ ଭାରତକୁ ଫେରିଛନ୍ତି l ତାଙ୍କର ସ୍ଵଦେଶକୁ ଫେରିବାକୁ ନେଇ ଔରଙ୍ଗା ବାଦ ପୋଲିସ ଯୋଗୁ ସମ୍ଭବ ହୋଇଥିଲା l ହସିନା ବେଗମ ନିଜ ଦେଶକୁ ଫେରିବା ପରେ ପାକିସ୍ତାନରେ ଘଟିଥିବା ତାଙ୍କର ଖରାପ ଅନୁଭୂତିକୁ ଲୋକ ମାନଙ୍କ ସହିତ ବାଣ୍ଟି ଥିଲେ l ସେ କହିଛନ୍ତି ମତେ ଜବରଦସ୍ତି କୌଣସି ଅପରାଧ ନକରି ଜେଲରେ ବନ୍ଦ କରାଯାଇଥିଲା l କିନ୍ତୁ ବର୍ତ୍ତମାନ ଭାରତକୁ ଫେରି ଶାନ୍ତି ଅନୁଭବ କରୁଛି l ହସିନା ବେଗମ ଔରାଙ୍ଗl ବାଦ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି l ୨୦୦୨ ରେ ସେ ତାଙ୍କ ସ୍ୱାମୀଙ୍କ ସମ୍ପର୍କୀୟଙ୍କ ସହିତ ଦେଖା କରିବାକୁ ଯାଇଥିବା ବେଳେ ପାକିସ୍ତାନରେ ତାଙ୍କର ପାସ୍ପୋର୍ଟ ହଜି ଯାଇଥିଲା l
ପୋଲିସ ଦେଇଥିବା ତଥ୍ୟ ଅନୁସାରେ ପାକିସ୍ତାନ ଜେଲରେ ରହିଥିବା ଖବର ହସିନା ବେଗମଙ୍କ ସ୍ୱାମୀ ପୋଲିସକୁ ଦେଇଥିଲେ l ଏହା ପରେ ପୋଲିସ ନିଜର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା l ପାକିସ୍ତାନ କୋର୍ଟରେ ଜଜ ଙ୍କ ଆଗରେ ହସିନା ବେଗମ ନିଜର ପାସ୍ପୋର୍ଟ ହଜିଥିବା ଓ ଜେଲେରେ ବନ୍ଦ ରହିଥିବା ବିଷୟରେ କହିଲେ l ଏହା ପରେ ଅଦାଲତ ହସିନା ବେଗମ ଦେଇଥିବା ଠିକଣାରେ ସବୁ ଯାଞ୍ଚ କରି ତାଙ୍କୁ ଛାଡିବାର ନିର୍ଦେଶ ଦେଲେ l ହସିନା ବେଗମ କହିଛନ୍ତି ମୋ ଦେଶ ଭାରତ ମୋ ପାଇଁ ସ୍ୱର୍ଗ ଅଟେ l