ନୂଆଦିଲ୍ଲୀ : ପାକିସ୍ତାନ ଉପରେ ବିଦେଶୀ କରଜ ପାଖାପାଖି ୧୨୨ ଆରବ ଡଲାର ହୋଇ ଗଲାଣି l ଶନିବାର ଦିନ ଏହି ତଥ୍ୟ ଗୋଟିଏ ରିପୋର୍ଟରେ ଦିଅ ଯାଇଛି l ଖାସ କଥାଟି ହେଲା ଜୁଲାଇ ୨୦୨୦ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୬.୭ ଆରବ ଡଲାର ପାକିସ୍ତାନ କରଜ କରିଛି l କିନ୍ତୁ ପାକିସ୍ତାନ ସରକାର ଇମ୍ରାନ୍ ଖାନ ଅର୍ଥ ବ୍ୟବସ୍ଥା ଠିକରେ ରହିଥିବାର ସ୍ବପ୍ନ ଜନ ସାଧାରଣାଙ୍କୁ ଦେଖାଉଛନ୍ତି l ଗତ କିଛି ଦିନ ତଳେ ଲାହୋରରେ ଗୋଟିଏ କାର୍ଯ୍ୟକ୍ରମ ସମୟରେ କହିଥିଲେ ଯେ ଅର୍ଥ ବ୍ୟବସ୍ଥା ଉନ୍ନତ ହେବ କିନ୍ତୁ ଜନସାଧାରଣ ଏହାକୁ ଶୁଣି ତାଳି ମାରିଲେ ନାହିଁ l ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ରାଗିଯାଇ କହିଥିଲେ ଆପଣମାନେ ବୋଧହୁଏ ରାତିରେ ଠିକରେ ସୋଇ ନାହାନ୍ତି ,ତେଣୁ ତାଳି ମରୁନାହାନ୍ତି l
କିଛି ଦିନ ତଳେ ପାକିସ୍ତାନରେ ବ୍ୟବସାୟୀ ମାନେ ଗୋଟିଏ ସମାବେଶ କରିଥିଲେ ଓ ପ୍ରଧାମନ୍ତ୍ରୀ ଇମ୍ରାନ୍ ଖାନଙ୍କ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଥିଲେ l ଇମ୍ରାନ୍ ନିଜ ଭାଷଣରେ ସରକାରଙ୍କର ଅଧିକାଂଶ ଯୋଜନା ଓ ସେଥିରୁ ମିଳୁଥିବା ଲାଭ ବିଷୟରେ କହିଥିଲେ l ଇମ୍ରାନ୍ ଖାନ ଏହି ଭାଷଣ ଦେବା ସମୟରେ ଲୋକ ମାନଙ୍କ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଦେଖି ନଥିଲେ l ଇମ୍ରାନ୍ ଯେତେ ଦାବି କରନ୍ତୁ ଯେ ପାକିସ୍ତାନର ଆର୍ଥିକ ସ୍ଥିତି ସୁଦୃଢ ହୋଇଛି ,କିନ୍ତୁ ସେ ବିଷୟରେ ପାକିସ୍ତାନ ଜନତା ବେଶ ଅବଗତ ହୋଇ ସାରିଲେଣି l ବର୍ତ୍ତମାନ ପାକିସ୍ତାନ ଋଣ ଭାରରେ ଦୋହଲି ଗଲାଣି l ବିଶ୍ୱର ସମସ୍ଥ ସ୍ଥାନରୁ ପ୍ରାଇଭେଟ ଓ ସରକାରୀ ବ୍ୟାଙ୍କରୁ ଋଣ ନେଇଛି l କିନ୍ତୁ ତାହାକୁ କିପରି ପରିଷଧ କରିବା ତାହା ତାକୁ ଜଣା l ଯେଉଁଠି ଗୋଟିଏ ଦେଶରୁ ଋଣ ନେଇ ଆଉ ଗୋଟିଏ ଦେଶର ଋଣ ସୁଝୁଛି ସେଠାରୁବା ଆଉ କଣ ଆଶା କରାଯାଇ ପାରିବ l