Odisha news

ଜେଲ ରେ ବନ୍ଦ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ମଧ୍ୟ ଭାରତ ର କାର୍ଯ୍ୟାନୁଷ୍ଠାନ କୁ ନେଇ ଭୟଭୀତ

0

ନୂଆଦିଲ୍ଲୀ : ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପହଁଲଗାମ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କୁ ନେଇ ବୟାନ ଦେଇଛନ୍ତି, ଏହି ଆତଙ୍କବାଦୀ ଆକ୍ରମଣ କୁ ସେ ଗୋଟିଏ ନିନ୍ଦନୀୟ ଓ ଦୁଖଦଃ ଘଟଣା ବୋଲି ଦର୍ଶାଇଛନ୍ତି, ଏହାଛଡା ଇମ୍ରାନ କହିଛନ୍ତି ଯେ ଭାରତ ଭାବିଚିନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ, ଇମ୍ରାନ ଖାନ ଭ୍ରଷ୍ଟାଚାର ଆରୋପ ରେ ଜେଲ ରେ ଅଛନ୍ତି l ଖାନ ସୋସିଆଲ ମିଡ଼ିଆ ମଞ୍ଚ X ରେ ଗୋଟିଏ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ‘ ପେହଁଲଗାମ ଘଟଣା ରେ ଲୋକଙ୍କ ମୃତ୍ୟୁ ବରଣ କରିବା ବହୁ ଦୁଖଦଃ ଘଟଣା ଅଟେ, ମୁଁ ପୀଡିତ ଓ ତାଙ୍କ ପରିବାର ପ୍ରତି ନିଜର ସମବେଦନା ବ୍ୟକ୍ତ କରୁଛି, ଯେତେବେଳେ ପୁଲବାମା ଅଟାକା ହୋଇଥିଲେ ଆମେ ଭାରତକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ଭାରତ କୌଣସି ପ୍ରକାରର ପ୍ରମାଣ ଦେବାରେ ବିଫଳ ହୋଇଥିଲା, ଆତ୍ମ ନିରୀକ୍ଷଣ ବଦଳରେ ମୋଦୀ ସରକାର ପାକିସ୍ତାନ ଉପରେ ଦୋଷ ଦେଉଛନ୍ତି l

ଇମ୍ରାନ ଆହୁରି ମଧ୍ୟ କହିଛନ୍ତି ‘ ୧.୫ ଆରବ ଜନସଂଖ୍ୟା ଥିବା ଭାରତ ଦାୟିତ୍ୱ ର ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ l ଶାନ୍ତି ଆମର ପ୍ରାଥମିକତା, ପାକିସ୍ତାନ ନିକଟରେ ଭାରତକୁ ଜବାବ ଦେବାର ସମ୍ପୂର୍ଣ କ୍ଷମତା ରହିଛି, ପାକିସ୍ତାନ ସବୁବେଳେ କାଶ୍ମିରୀ ମାନଙ୍କର ଆତ୍ମ ନିର୍ଣ୍ଣୟ ଅଧିକାର କୁ ଗୁରୁତ୍ୱ ଦେଇଥାଏ l

ଇମ୍ରାନ ଙ୍କର ଏଭଳି ବକ୍ତବ୍ୟ କୁ ନେଇ ଭାରତ ସମାଲୋଚନା କରିଛି, ଯେଉଁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ ଜଣେ ଭ୍ରଷ୍ଟାଚାରୀ ସେ ପୁଣି ଭାରତକୁ ଜ୍ଞାନ ବାଣ୍ଟୁଛନ୍ତି ଓ ସଚେତନ କରୁଛନ୍ତି l ଭାରତ କୁ କଣ କରିବା ଜରୁରୀ ଏହା ଶତ୍ରୁ ରାଷ୍ଟ୍ରର ଜଣେ ଭ୍ରଷ୍ଟାଚାରୀ ପୂର୍ବତନ ପ୍ରଧାନମନ୍ତ୍ରୀ କହିବ l ଇମ୍ରାନ୍ ଙ୍କ ପୋଷ୍ଟ କେବଳ ଭାରତ ନୁହେଁ ପାକିସ୍ତାନୀ ଙ୍କ ନିକଟରେ ମଧ୍ୟ ହାସ୍ୟାସ୍ପଦ ର କାରଣ ପାଲଟିଛି l

Ad2
Leave A Reply