Odisha news

ବାସ୍ତୁକାରଙ୍କ ମତରେ ଘରେ ଲଗାନ୍ତୁ ଦୌଡୁଥିବା ଘୋଡାର ଫଟୋ : ହୋଇଥାଏ ଏହି ୪ଟି ଉନ୍ନତି

0

ବ୍ୟବସାୟରେ ଲାଭ ପାଇଁ ଆମେ ସମସ୍ତେ ପରିଶ୍ରମ କରିବା ଆବଶ୍ୟକ ଏବଂ କରିଥାଉ ମଧ୍ୟ ,କିନ୍ତୁ ବେଳେବେଳେ ସଫଳତା ଲାଭ ହୋଇ ନଥାଏ l ବାସ୍ତୁଶାସ୍ତ୍ରରେ କିଛି ଉପାୟ ଏପରି ରହିଛି ଯାହାକୁ ଆପଣାଇବା ଦ୍ୱାରା ଉନ୍ନତି ହେବ ସହିତ ଘରେ ସୁଖଶାନ୍ତି ରହିବ l ବାସ୍ତୁଶାସ୍ତ୍ର ଅନୁସାରେ ଦୌଡୁଥିବା ଘୋଡ଼ାକୁ ଶକ୍ତି ଓ ଉନ୍ନତିର ପ୍ରତୀକ ଭାବରେ ଗ୍ରହଣ କରାଯାଏ l ଏହା ଜୀବନରେ ଆଗକୁ ବଢିବା ପାଇଁ ସହାୟତା କରିବା ସହିତ ସଫଳତା ସୂଚକ ହୋଇଥାଏ l ଖାସକରି ଧଳା ଘୋଡାର ଚିତ୍ର ଲଗାଇବା ଦ୍ୱାରା ଘରକୁ ସାକାରାତ୍ମକ ଶକ୍ତି ଆସିଥାଏ l ଆଜି ଆସନ୍ତୁ ଜାଣିବା ଦୌଡୁଥିବା ଧଳା ଘୋଡା ଫଟୋ ଚିତ୍ରର ମହତ୍ୱ କଣ ?

* ବ୍ୟବସାୟରେ ଲାଭ ପାଇଁ -ଯଦି ଆପଣଙ୍କର ବ୍ୟବସାୟ ପ୍ରତିଷ୍ଠାନ ରହିଛି ତେବେ ନିଜ କାର୍ଯ୍ୟାଳୟର ଦକ୍ଷିଣ ଦିଗରେ ଦୌଡୁଥିବା ଘୋଡାର ଫଟୋ ଲଗାନ୍ତୁ l କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀ ଓ ମାଲିକଙ୍କର ନଜର ଏହି ଫଟୋ ଉପରେ ପଡିଲେ ସାକାରାତ୍ମକ ଶକ୍ତି ଉତ୍ପନ ହେବ l ଏହି ଫଟୋ ଚିତ୍ରରେ ଗୋଟିଏ କଥାର ଧ୍ୟାନ ଦେବେ ଯେପରି ଦୌଡୁଥିବା ଘୋଡା ବନ୍ଧା ହୋଇନଥିବା ଆବଶ୍ୟକ ଏବଂ ତା ସହିତ ଘୋଡାର ମୁହଁ ଆପଣଙ୍କ କାର୍ଯ୍ୟାଳୟ କିମ୍ବା ଦୋକାନ ଆଡକୁ ରହିବା ଉଚିତ l

* ଧନର ଆଗମନ ପାଇଁ -ଘରକୁ ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିବ ପାଇଁ ଘରର ମୁଖ୍ୟ ହଲରେ ଦକ୍ଷିଣ ଦିଗର କାନ୍ଥରେ ଧଳା ଘୋଡାର ଫଟୋ ଲଗାନ୍ତୁ l ଘରେ ଘୋଡାର ଫଟୋ ଲଗାଇବା ଦ୍ୱାରା ଧନ ସମ୍ବଧୀୟ ସମାସ୍ୟା ଦୂର ହୋଇଥାଏ ଓ ଲକ୍ଷ୍ମୀ ବାସ କରିଥାନ୍ତି l

* ଋଣୀ ରାହିବେ ନାହିଁ -ଯଦି ଆପଣ ଋଣ ସାମସୟରେ ଚିନ୍ତିତ ରହୁଛନ୍ତି ତେବେ ଘରର ଉତର ପଶ୍ଚିମ ଦିଗରେ ଘୋଡାର ଯୋଡିଥିବା ଫଟୋ ରଖି ପାରିବେ ଏହା ଦ୍ୱାରା ଆପଣଙ୍କୁ ଲାଭ ମିଳିବ l

* ନିଜ ଭିତରେ ସ୍ନେହ ଭାବ ରହିବ -ଘରର ସଦସ୍ୟ ମାନଙ୍କ ମଧ୍ୟରେ ସ୍ନେହ ମମତା ରହିବା ପାଇଁ ଘରର ବୈଠକ ଖାନାରେ ଏକା ସାଙ୍ଗରେ ଦୌଡୁଥିବା ଘୋଡା ମାନଙ୍କର ଚିତ୍ର ଲଗାଇବା ଆବଶ୍ୟକ l ଶୟନ କକ୍ଷରେ ଧାତୁରେ ନିର୍ମିତ ଘୋଡା ରଖିବା ଉଚିତ l ବାସ୍ତୁକାରଙ୍କ ମତରେ ଘରେ ଏହି ଭଳି ଘୋଡାର ମୂର୍ତ୍ତି ରଖିବା ଦ୍ୱାରା ନିଜ ଭିତରେ ସ୍ନେହ ମମତା ବଢିଥାଏ l

Leave A Reply