Odisha news

ମାନ୍ୟତା ଅନୁସାରେ ଘରକୁ ଦରିଦ୍ରତା ନେଇ ଆସିଥାଏ ଏହି ୫ଟି ଜିନିଷ, ହୋଲି ପୂର୍ବରୁ ଯଥା ଶୀଘ୍ର ଘରୁ ବାହାର କରି ଦିଅନ୍ତୁ

0

ପ୍ରତିବର୍ଷ ଫାଲଗୁନ ମାସର ପୁର୍ଣିମା ଦିନ ଓ ତାର ପରଦିନ ହୋଲି ପାଳିତ ହୋଇଥାଏ l  ହୋଲିର ପୂର୍ବଦିନ ହୋଲିକା ଦହନ ହୋଇଥାଏ ଓ ପରଦିନ ରଙ୍ଗ ଖେଳ ହୋଇଥାଏ l ବିଶେଷ ଭାବରେ ହୋଲି ପର୍ବ ପୂର୍ବରୁ ଆମ ହିନ୍ଦୁ ପରିବାରର ପ୍ରତ୍ୟେକ ଘର ସଫା ସୁତୁରା କରାଯାଇ ଥାଏ l ଘରେ ଏଭଳି କିଛି ଜିନିଷ ରହିଥାଏ ଯାହାକୁ ଆମେ ଅଣଦେଖା କରିଦେଇ ଥାଉ l ସେହି ଜିନିଷ ମାନଙ୍କ ମଧ୍ୟରେ କିଛି ଏଭଳି ଜିନିଷ ରହିଥାଏ ଯାହା ଘରକୁ ଦରିଦ୍ରତା ନେଇ ଆସିଥାଏ l ଆସନ୍ତୁ ଜାଣିବା ଧାର୍ମିକ ମାନ୍ୟତା ଅନୁସାରେ ସେହି ଜିନିଷ ଗୁଡିକ କଣ ରହିଛି l

– ହୋଲି ପୂର୍ବରୁ ଘରେ ଯଦି କୌଣସି ଖଣ୍ଡିତ ମୂର୍ତି ରହିଛି, ତାହାକୁ ବାହାରକରି ଦିଅନ୍ତୁ l କାହିଁକି ନା ଖଣ୍ଡିତ ମୂର୍ତି ଘରକୁ ନକାରାତ୍ମକ ଶକ୍ତି ନେଇ ଆସିଥାଏ l  ଏହି ମୂର୍ତ୍ତିକୁ ପାଣିରେ ଭସାଇ ଦେବା ଶୁଭ ଅଟେ l  ଏହାଛଡା ଏଭଳି ମୂର୍ତି ନକରାତ୍ମକ ଉର୍ଜାର କାରଣ ହୋଇଥାଏ l

– ଘରେ ରହିଥିବା ଭଙ୍ଗା ଓ ବନ୍ଦ ଘଣ୍ଟା ଅଶୁଭ ସଂକେତ ଦେଇଥାଏ l ଏଭଳି ଘଡି ଘରର ଭଲ ସମୟ ଉପରେ ରୋକ ଲଗାଇଥାଏ l  କୁହାଯାଏ ଯେ ଘରେ ଖରାପ ଘଣ୍ଟା ରଖିବା ଦ୍ୱାରା ଆର୍ଥିକ ଅସୁବିଧା ଦେଖା ଦେଇଥାଏ l ତେଣୁ ଖରାପ ଘଣ୍ଟା କୁ ବାହାର କରନ୍ତୁ କିମ୍ବା ସଜାଡି ରଖନ୍ତୁ l

– ଘରେ ଯଦି କୌଣସି ଭଙ୍ଗା ଆଇନା କିମ୍ବା କାଚ ଜିନିଷ କିଛି ରହିଛି ତେବେ ତାହାକୁ ତୁରନ୍ତ ଘରୁ ପଦାକୁ ବାହାର କରି ଦିଅନ୍ତୁ l ଭଙ୍ଗା ଆଇନା ଘରର ବାସ୍ତୁ ଦୋଷ କୁ ମଧ୍ୟ ପ୍ରଭାବିତ କରିଥାଏ l  ତେଣୁ ସେଥିପ୍ରତି ସତର୍କ ରହିବା ଜରୁରୀ l

– ଘରର ଅଳନ୍ଦୁ ଜୀବନ ପ୍ରତି ଅନେକ ପ୍ରକାର ନକାରାତ୍ମକ ଶକ୍ତି କୁ ଟାଣି ଆଣିଥାଏ l  କୁହାଯାଏ ଯେ ଅଳନ୍ଦୁ ଜୀବନ ରେ ଦରିଦ୍ରତା ଆଣିଥାଏ l ସେଥିପାଇଁ ଘରର ବାତାବରଣ କୁ ସ୍ଵଛ ଓ ସୁନ୍ଦର ରଖିବା ପାଇଁ  ଓ ନକାରାତ୍ମକ ଶକ୍ତିକୁ ଦୂରେଇବା ପାଇଁ ହୋଲି ପୂର୍ବରୁ ଘରକୁ ନିହାତି ସଫା କରନ୍ତୁ l

– ଦୁର୍ଭାଗ୍ୟ ର ସଂକେତ ଅଟେ ପୁରୁଣା ଓ ଫଟା ଜୋତା ଚପଲ ଅଟେ ବୋଲି କୁହାଯାଇଛି l ଏହି କାରଣରୁ ଫଟା ଜୋତା ଚପଲ କୁ ଘରୁ ବାହାର କରିଦେବା ଆବଶ୍ୟକ l ଫଟା ଜୋତା ଚପଲ ପିନ୍ଧିବା ମଧ୍ୟ ଉଚିତ ନୁହେଁ l ଏହା ଦୁର୍ଭାଗ୍ୟକୁ ଟାଣି ଆଣିଥାଏ l

Nalco
Leave A Reply