ଇତିହାସରେ ୨୦୨୪ ଜାନୁଆରୀ ହୋଇ ରହିବ ଯୁଗାନ୍ତକାରୀ
ଗୋଟିଏ ପଟେ ଜାନୁଆରୀ ୨୨ ତାରିଖରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଚନ୍ଦ୍ରଙ୍କର ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହେଉଥିବା ବେଳେ ଜାନୁଆରୀ ୧୫-୧୭ ତାରିଖ ମଧ୍ୟରେ ଜଗନ୍ନାଥ ଧାମ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ ହେବ
ପଦ୍ମଜା ପଟ୍ଟନାୟକ : ଚଳିତ ଥର ଜାନୁଆରୀ ମାସ ଇତିହାସ ପୃଷ୍ଠାରେ ରହିବ ସାକ୍ଷୀ ହୋଇ …
ଚଳିତ ବର୍ଷ ଏହି ଜାନୁଆରୀ ମାସରେ ହିନ୍ଦୁ ଧର୍ମର ୨ ଟି ମୂଳ ପିଣ୍ଡ ରେ ଏଭଳି କିଛି ଘଟିବାକୁ ଯାଉଛି ଯାହା ଯୁଗାନ୍ତକାରୀ ହୋଇ ରହିବ l ଗୋଟିଏ ପଟେ ଜାନୁଆରୀ ୨୨ ତାରିଖ ରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଚନ୍ଦ୍ର ଙ୍କ ର ଅଯୋଧ୍ୟା ରେ ପ୍ରାଣ ପ୍ରତିଷ୍ଠା ହେଉଥିବା ବେଳେ ଜାନୁଆରୀ ୧୫-୧୭ ତାରିଖ ମଧ୍ୟରେ ଜଗନ୍ନାଥ ଧାମ ପୁରୀ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ ହେବ l ପ୍ରଭୁ ଶ୍ରୀ ଜଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର ଆଧାର, ସେହି ନିରାମୟ ଅନନ୍ତ ପ୍ରଭୁ ଙ୍କ ଉପରେ ଗଭୀର ଆସ୍ଥା ରହିଛି ସମଗ୍ର ହିନ୍ଦୁ ମାନଙ୍କର l ତେଣୁ ୨୦୨୪ ଜାନୁଆରୀ ମାସ ସମସ୍ତ ସନାତନ ଧର୍ମାବଲମ୍ବୀ ମାନଙ୍କ ପାଇଁ ଐତିହାସିକ ହୋଇ ରହିବ l ଏହି ସମୟରେ ପୁରୀ ରେ ବହୁ ସାଧୁ ସନ୍ଥ, ୪ ଧାମ ର ୪ ଶଙ୍କରାଚାର୍ଯ୍ୟ, ନେପାଳ ରାଜାଙ୍କ ସମେତ ବହୁ ଭି.ଭି .ଆଇପି ଙ୍କୁ ନିମନ୍ତ୍ରଣ କରା ଯାଇଛି l ଏଥି ସହିତ ୧୦୦୦ ରୁ ଉର୍ଧ୍ଵ ହିନ୍ଦୁ ମନ୍ଦିର କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି l
ଜାନୁଆରୀ ୧୫ ରୁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଯଜ୍ଞ ଆରମ୍ଭ ହୋଇ ୧୭ ରେ ସମାପ୍ତ ହେବ l ଶ୍ରୀ ମନ୍ଦିର ର ପୂର୍ବ ଦ୍ୱାରରେ ରୁକ ବେଦ ,ପଶ୍ଚିମ ଦ୍ୱାରରେ ସାମ ବେଦ , ଦକ୍ଷିଣ ଦ୍ୱାରରେ ଯଜୁର୍ବେଦ ବେଦ ଓ ଉତ୍ତର ଦ୍ୱାରରେ ଅଥର୍ବ ବେଦ ପାଠ ହୋଇ ଯଜ୍ଞ ଅନୁଷ୍ଠିତ ହେବ l ବଡ଼ ଦାଣ୍ଡରେ ଥିବା କୋଠାକୁ ଗୋଟିଏ ରଙ୍ଗରେ ରଙ୍ଗା ଯିବ l ଏବଂ ଏହି ସମୟରେ ବଡ଼ ଦାଣ୍ଡରେ ଧୂଳି ମଧ୍ୟ ଉଡ଼ିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି l
ଏହି ପ୍ରକଳ୍ପ ରେ ୯୪୩ କୋଟି ଟଙ୍କା ର ବ୍ୟୟ ହୋଇଛି l ଏହି ପ୍ରକଳ୍ପ ରେ ୧୦ ମିଟର ର ପଥ ଚଲା ରାସ୍ତା ସହିତ ୭ ମିଟର ର ସୁଶୋଭିତ ଗଛ ବୃକ୍ଷ ରହିଛି l ଏହାଦ୍ୱାରା ଭକ୍ତ ମାନେ ଖୁବ ସହଜ ରେ ପ୍ରଭୁ ଙ୍କ ଦର୍ଶନ କରିପାରିବେ l
କଣ ରହିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରେ ?
ଏହି ଯୋଜନା ଅନୁସାରେ ମନ୍ଦିର ର ଚତୁର୍ପାର୍ଶ୍ୱରେ ଅତ୍ୟାଧୁନିକ ସୁବିଧା ସହିତ ସୁସଜିତ ଗୋଟିଏ ସମକାଳୀନ ତୀର୍ଥ ସ୍ଥଳୀ ରେ ପରିବର୍ତ୍ତନ ହେବ l ଯାହାଦ୍ୱାରା ଶ୍ରଦ୍ଧାଳୁ ମାନଙ୍କ ପାଇଁ ରହିବ ଜିନିଷ ସ୍କ୍ରିନିଙ୍ଗ ସୁବିଧା, ପାଖାପାଖି ୪ ହଜାର ଭକ୍ତ ଙ୍କ ଜିନିଷ ରଖିବା ପାଇଁ କ୍ଳକରୁମ, ପିଇବା ପାଣି ପ୍ରବନ୍ଧନ, ଶୌଚାଳୟ ସୁବିଧା, ହାତ ଗୋଡ଼ ଧୋଇବା ସୁବିଧା, ସୂଚନା ଓ ସହାୟକ କେନ୍ଦ୍ର, ଆଶ୍ରୟ ମଣ୍ଡପ ସାମିଲ ରହିବ l