ଭୁବନେଶ୍ୱର ,୨୭ ଅଗଷ୍ଟ – ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଗୁରୁବାର ଅପରାହ୍ନରେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି । ବର୍ତମାନ ମୋଟ ୧୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦକୁ ୫ ଲକ୍ଷ ୨୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୪୮ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୨୧.୫୬ ଫୁଟ ରହିଛି ।