Odisha news

କୋଭିସିଲଡ଼ ଟୀକା ନେଲେ ବିଡ଼ିଓ ଓ ୧୫୩ କରୋନା ଯୋଦ୍ଧା

ହିଞ୍ଜିଳିକାଟୁ,୮/୨ :-ରାଜ୍ୟ ସରକାରଙ୍କ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ପ୍ରତିଷେଧକ ଟୀକା କୋଭିସିଲଡ଼  ନେବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ତହସିଲ,ବ୍ଲକ,ପୌର, ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି ମାନେ ସୋମବାର ପ୍ରଥମ କୋଭିସିଲଡ଼ ଟୀକା ନେଇଛନ୍ତି।ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଶନିବାର ଠାରୁ ଆୟୋଜିତ ଟୀକାକରଣ କାର୍ଯ୍ୟକ୍ରମରେ  ପ୍ରଥମ ଟୀକାକୁ ତହସିଲଦାର ପ୍ରଭାତ କୁମାର ପରିଡା ,ଦ୍ଵିତୀୟରେ ପୌର ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ଓ ତୃତୀୟ ଟୀକା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ନେଇଥିଲେ।ଆଜି ବିଡିଓ ପ୍ରସନ୍ନ କୁମାର ପାତ୍ର,ପିଇଓ ଓ ନିର୍ବାଚିତ ଜନ ପ୍ରତିନିଧି ଓ ଅଗ୍ନିଶମ କର୍ମଚାରୀ ମାନେ ପ୍ରଥମ ଟୀକା ନେଇଛନ୍ତି।ଟୀକା କରଣ ପୂର୍ବରୁ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ଓ ଅମ୍ଳଜାନ ସ୍ତର ନିଦାନ କରାଯାଇ ଥିଲା।ପରେ ଟୀକା ଦିଆଯାଇ ପାର୍ଶ୍ୱ ପ୍ରତିକ୍ରିୟା ପ୍ରକୋଷ୍ଠରେ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ନିରୀକ୍ଷଣରେ ରଖାଯାଇଥିଲା।ଟୀକା ପ୍ରଦାନ ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ଥିବା ସୂଚନା ମିଳିଛି।ସ୍ଥାନୀୟ ଅଗ୍ନିଶମ ଷ୍ଟେସନ ଅଧିକାରୀ ଗୌତମ କୁମାର ସାହୁ,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ,ବ୍ଲକ ବରିଷ୍ଠ କିରାଣୀ ଦିବାଧର ପୂଜାରୀ, ଡି ଗୋପାଳ ରେଡ୍ଡୀ,ହିସାବ ଅଧିକାରୀ ଦିବ୍ୟସିଂହ ନାୟକ,ଜଗନ୍ନାଥ ପାଢ଼ୀ, ରାମହରି ଦାଶ, ସରପଞ୍ଚ ରଘୁନାଥ ବେହେରା, କେ ଦୁର୍ଗା ପ୍ରସାଦ ରାଓ, ଭି ରବୀନ୍ଦ୍ର,ଏ ସୀତା,ଅନୁପମା ବେହେରା,ପିଇଓ ସୁଶାନ୍ତ କୁମାର ପାତ୍ର, ବିଜୟ କୁମାର ସେଠୀ, ଇ ଶଙ୍କର ରାଓ,ବୈଷ୍ଣବ ମଣ୍ଡଳ,ପ୍ରତାପ କୁମାର ସାହୁ,ଶ୍ରୀକାନ୍ତ ପଣ୍ଡାଙ୍କ ସମେତ ଜଣ ଟୀକା ନେଇଥିଲେ।ଟୀକାକରଣ କାର୍ଯ୍ୟକ୍ରମକୁ ମନୋରଞ୍ଜନ ପ୍ରଧାନ,ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ଅଶୋକ ମିଶ୍ର,ହରିହର ଚୌଧୁରୀ,ଡ ମାଧବ କୁମାର ସାହୁ,ଡ ଦୁର୍ଗା ପ୍ରସାଦ ପଣ୍ଡା ପରିଚାଳନା କରିଥିଲେ।ପୌର ନିର୍ବାହୀ ଅଧିକାରୀ,ବିଡିଓ, ତହସିଲଦାର ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ସହଯୋଗ କରିଥିଲେ।

Comments are closed.