ରମ୍ଭା : ଶନିବାର ଠାରୁ ରାଜ୍ୟ ବ୍ୟାପି ଦୃତୀୟ ପର୍ଯାୟ କରୁନା ଟୀକା କରଣ କାର୍ଯ୍ୟକ୍ରମ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ସରକାର ଙ୍କ ନୀତିନିୟମ ପ୍ରକାରରେ ଆରମ୍ଭ ହୋଇଛି l ଏହି ଅବସରରେ ଆଗ ଧାଡିର କରୁନା ଯୋଦ୍ଧା ଭାବେ ପୋଲିସ ବାହିନୀ, ବିଭିନ୍ନ ପଦସ୍ଥ ଅଫିସର ତଥା ଓଏସ, ଆଇଏସ ଗ୍ରେଡ଼ର ବିଭିନ୍ନ ଅଧିକାରୀ ମାନଙ୍କୁ ଟୀକା ଦିଆଯାଇଛି l ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ପରିସରରେ କରୋନା ଟୀକା କରଣ ଆରମ୍ଭ ହୋଇଛି l ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ରମ୍ଭା ଥାନା ଭାରପ୍ରାପ୍ତ ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ, ରମ୍ଭା ଏନ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବପ୍ନlରାଣୀ ପାଢ଼ୀ ସମେତ ସମ୍ପୃକ୍ତ ବିଭାଗର କର୍ମଚାରୀ ପଦସ୍ଥ ଅଫିସର ସମେତ 122ଜଣ ଟୀକା ଗ୍ରହଣ କରିଥିଲେ l
Comments are closed.