Odisha news

ଓଡ଼ିଶା ରାଜ୍ୟ ବିଦୁ୍ୟତ ଶ୍ରମିକ କର୍ମଚାରୀ ସଂଘ ଭଞ୍ଜନଗର ଶାଖା ତରଫରୁ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଭଞ୍ଜନଗର : ଓଡ଼ିଶା ରାଜ୍ୟ ବିଦୁ୍ୟତ ଶ୍ରମିକ କର୍ମଚାରୀ ସଂଘ ଭଞ୍ଜନଗର ଶାଖା ତରଫରୁ ଆୟୋଜିତ ବାର୍ଷିକ ସାଧାରଣ ସଭାରେ ସଂଘର ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ସଭାପତିତ୍ୱ କରିଥିଲେ । ଏହି ସଭାରେ ସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରପାଠୀ, ଦକ୍ଷିଣାଞ୍ଚଳ ଜୋନ୍ର ଉପସଭାପତି ପ୍ରଫୁଲ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟନାରାୟଣ ବିଷୋୟୀ, ଭଞ୍ଜନଗର ଶାଖାର ଉପଦେଷ୍ଟା ଆର୍. ତି୍ରନାଥ ଦୋରା ଏବଂ ଡିଭିଜନ ସମ୍ପାଦକ ମନୋଜ ପଣ୍ଡା ମଞ୍ଚାସୀନ ଥିଲେ । ଏହି ସଭାରେ ୨୦୨୧ ମସିହା ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଡିଭିଜନ ସମ୍ପାଦକ ଭାବେ ମନୋଜ ପଣ୍ଡା, ସହ-ସଂପାଦକ ଭାବେ କେଦାର ନାଥ ରଣା, କେନ୍ଦ୍ରୀୟ କାର୍ଯ୍ୟକାରୀ ସଭ୍ୟଭାବେ ଜିତେଶ କୁମାର ମହାପାତ୍ର ଏବଂ କୋଷାଧ୍ୟକ୍ଷ ଭାବେ ଶାରଦା ପ୍ରସାଦ ସ୍ୱାଇଁ ନୂତନ କର୍ମକର୍ତ୍ତା ରୂପେ ନିର୍ବାଚିତ ହେଲେ । ନଂ-୧ ସବ୍-ଡିଭିଜନ ପାଇଁ ସୂର୍ଯ୍ୟନାରାୟଣ ବେହେରା, ନଂ-୨ ସବ୍-ଡିଭିଜନ ପାଇଁ ନିଶିକାନ୍ତ ସ୍ୱାଇଁ, ବେଲଗୁଣ୍ଠା ପାଇଁ ପ୍ରଶାନ୍ତ କୁମାର ମିଶ୍ର, ସୋରଡ଼ା ସବ-ଡିଭିଜନ ପାଇଁ ପି. ତୁଳସୀ ରାଓଙ୍କୁୁ ନୂତନ ସବ୍-ଡିଭିଜନ ସମ୍ପାଦକ ଭାବେ ନିର୍ବାଚନ କରାଗଲା । ନଂ-୧ ସେକ୍ସନ ପାଇଁ କବିରାଜ ପ୍ରଧାନ, ନଂ-୨ ସେକ୍ସନ ପାଇଁ ରବୀନ୍ଦ୍ର ମଲ୍ଲିକ, ଭେଜିପୁଟ ସେକ୍ସନ ପାଇଁ ସତ୍ୟନାରାୟଣ ବେହେରା, ସର୍କଲ ଏବଂ ଡିଭିଜନ ଅ‘ିସ୍ ପାଇଁ ଦୀପକ ଷଡ଼ଙ୍ଗୀ, ତିଳିସିଙ୍ଗି ସେକ୍ସନ ପାଇଁ ବିଭୁ ପ୍ରସାଦ ବିଷୋୟୀ, କଣ୍ଟେଇପଲ୍ଲୀ ସେକ୍ସନ୍ ପାଇଁ ଦୟାସାଗର ନାୟକ, କେ.ବି.ପୁର ସେକ୍ସନ୍ ପାଇଁ ପ୍ରଦୀପ କୁମାର ଭୂୟାଁ, ବେଲଗୁଣ୍ଠା ସେକ୍ସନ ପାଇଁ କେଦାର ନାଥ ଜେନା, ଜଗନ୍ନାଥପ୍ରସାଦ ସେକ୍ସନ ପାଇଁ ମନୋଜ କୁମାର ପାଢ଼ୀ, ସୋରଡ଼ା ସେକ୍ସନ ପାଇଁ ବି.ମନୋରଞ୍ଜନ ରେଡ୍ଡୀ ଏବଂ ବଡ଼ଗଡ଼ ସେକ୍ସନ ପାଇଁ ଯୁଧିଷ୍ଠୀର ସାହୁ ଅର୍ଗାନାଇଜର ଭାବେ ୨୦୨୧ ମସିହା ପାଇଁ ନିର୍ବାଚିତ କରାଗଲା । ସଭାରେ ଶ୍ରମିକ ଏବଂ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ସଭାପତି ସଭା ସାଙ୍ଗ କଲେ ।

Comments are closed.