Odisha news

ବିନା ଛାଡପତ୍ରରେ ନୂଆ ସମ୍ପର୍କରେ ପ୍ରବେଶ କରି ମଧ୍ୟ ଛୁଆର କଷ୍ଟଡି ନେଇ ପାରିବେ ମା : ଆଲ୍ହାବାଦ ହାଇକୋର୍ଟଙ୍କ ରାୟ

0

ନୂଆଦିଲ୍ଲୀ : ଆଲ୍ହାବାଦ ଉଚ ନ୍ୟାୟାଳୟ ନିକଟରେ ଗୋଟିଏ ମହତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି l ଯଦି ଗୋଟିଏ ମା ,ନିଜ ସ୍ୱାମୀ ପାଖରୁ ଛାଡପତ୍ର ନନେଇ କଥିତ ଭାବରେ ଆଉ ଗୋଟିଏ ନୂଆ ସମ୍ପର୍କରେ ପ୍ରବେଶ କଲା ତେବେ ଏଥିପାଇଁ ସମାଜ ତା ଉପରେ ଯାହାବି ପ୍ରଶ୍ନ ଉଠାଉ ,କିନ୍ତୁ ଏହା ନିଶ୍ଚିନ୍ତ ଯେ ସେ ନିଜ ଛୁଆର କଷ୍ଟଡି ନେବାରୁ ବଂଚିତ ହେବନାହିଁ l

ନ୍ୟାୟାଳୟଙ୍କ ନିକଟରେ ମାମଲା
ରାମ କୁମାର ଗୁପ୍ତା ନାମକ ବ୍ୟକ୍ତି ନିଜ ପୁତ୍ରର କଷ୍ଟଡି ପାଇଁ ଯାଚିକା ଦାୟର କରାଯାଇଥିଲେ ,ଯେଉଁଥିରେ ଏହା ଅଭିଯୋଗ କରା ଯାଇଥିଲା ଯେ ରାମ କୁମାରଙ୍କ ପତ୍ନୀ ନିୟମ ବିରୁଦ୍ଧରେ କଷ୍ଟଡି ନେଇଥିଲେ l ଗୁପ୍ତା ପ୍ରାଥନା କରିଥିଲେ ଯେ ନାବାଳକକୁ ଅଦାଲତଙ୍କ ସମୁଖରେ ହାଜିର କରାଯାଉ ବୋଲି ଆଦେଶ ଦିଆଯାଉ ଓ ନାବାଳକର କଷ୍ଟଡି ଗୁପ୍ତାଙ୍କୁ ଦିଆଯାଉ l ନାବାଳକଟିକୁ ତା ମା ର ଅବୈଧ ସମ୍ପର୍କରୁ ମୁକ୍ତ କରାଯାଉ l ନାବାଳକର ମା ଅକ୍ଟୋବର ୩ ତାରିଖ ୨୦୧୯ ରେ ନିଜ ପୁଅକୁ ନେଇ କେଉଁଆଡେ ଚାଲି ଯାଇଥିଲେ l ଏହାପରେ ଗୁପ୍ତା ଗୁରୁଗ୍ରାମ ପୋଲିସ ଥାନାରେ ଏତଲା ଦେଇଥିଲେ l ଗୁପ୍ତା ନାବାଳକର ମା ଉପରେ ଅନ୍ୟ ଗୋଟିଏ ବ୍ୟକ୍ତିକୁ ବିବାହ କରିବା ପାଇଁ ଆରୋପ ଲଗାଇଥିଲେ ଓ ଏହି କାରଣରୁ ସେ ନିଜ ପୁଅର କଷ୍ଟଡି ପାଇଁ ନ୍ୟାୟାଳୟରେ ପ୍ରାଥନା କରିଥିଲେ l

ନ୍ୟାୟାଳୟଙ୍କ ରାୟ
ନାବାଳକର ମା ଯେପରି ଭାବରେ ତାଙ୍କର ଦ୍ୱିତୀୟ ସ୍ୱାମୀଙ୍କ ଘରେ ନିଜର ସମସ୍ତ ପରିସ୍ଥିତି ବିଷୟରେ ବିସ୍ତାର ଭାବେ କହିଲେ ,ତାହାକୁ ଧ୍ୟାନରେ ରଖି ଅଦାଲତ ଜାଣି ପାରିଲେ ଯେ ନାବାଳକକୁ ତା ମା ର ନୂଆ ପରିବାରରେ ଠିକ ଭାବରେ ଗ୍ରହଣ କରାଯାଇଛି l

ନ୍ୟାୟାଳୟଙ୍କ କହିବା ଅନୁସାରେ ନାବାଳକର ମା ଓ ତାଙ୍କ ଦ୍ୱିତୀୟ ସ୍ୱାମୀ ଗୋଟିଏ ଭଲ ପରିବାରରେ ରହୁଛନ୍ତି l ଯେଉଁ କାରଣରୁ ନାବାଳକର କଲ୍ୟାଣ ଓ ସୁରକ୍ଷା ଦୃଷ୍ଟିରୁ ଭରଷା କରାଯାଇ ପାରିବ l ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଗୁପ୍ତା ନିଜର ଜୀବିକାକୁ ନେଇ ରୋଜଗାରରେ ବ୍ୟସ୍ତ ରହିଛନ୍ତି ତେଣୁ ସେ ନାବାଳକର ଦେଖାଶୁଣା କରିବା ପାଇଁ ସକ୍ଷମ ନୂଆହାନ୍ତି l ଯେତେଦୂର ପର୍ଯ୍ୟନ୍ତ ନାବାଳକର କଷ୍ଟଡି ଓ ଦେଖା ଶୁଣାର ସମ୍ପର୍କରେ ରହିଛି ,ଏହା ନ୍ୟାୟାଳୟଙ୍କ ମତ ଯେ ଗୋଟିଏ ପିତାଙ୍କ ତୁଳନାରେ ମା ଙ୍କ ଦ୍ୱାରା ଏହି ଦେଖାଶୁଣା କାର୍ଯ୍ୟ ଭଲରେ ହୋଇ ପାରିବ l ଶେଷରେ ନ୍ୟାୟାଧୀଶ କହିଥିଲେ ପିତା ଇଛା କଲେ ନିଜ ପୁତ୍ର ସହିତ ସାକ୍ଷାତ କରି ପାରିବେ l

Leave A Reply