Odisha news

ଆଜି ହେଉଛି ବିଶ୍ୱ ହେପାଟାଇଟିସ ଦିବସ : କାହିଁକି ହେପାଟାଇଟିସବି ବିପଦ ପୂର୍ଣ୍ଣ, ଜାଣନ୍ତୁ ଏହାର ଲକ୍ଷଣ

0

ଆଜି ହେଉଛି ଜୁଲାଇ ୨୮ ତାରିଖ, ଆଜିର ଦିନଟିକୁ ବିଶ୍ୱ ପାଳନ କରୁଛି l ହେପାଟାଇଟିସ ଦ୍ୱାରା ସାରା ବିଶ୍ୱରେ ପ୍ରତିବର୍ଷ ଅନେକ ଲୋକଙ୍କର ମୃତ୍ୟୁ ହେଉଛି l ଏହି ରୋଗ  ଲିଭର ସହିତ ଜଡିତ ଏକ ସମସ୍ୟା ଅଟେ, ଯାହା ସଂକ୍ରମଣ ଦ୍ୱାରା ବ୍ୟାପିଥାଏ l ଅଧିକ ଆଲକୋହଲ ସେବନ, ଅସ୍ୱାସ୍ଥ୍ୟକର ଖାଦ୍ୟ କିମ୍ବା କିଛିଟା ଔଷଧ ସେବନ ଦ୍ୱାରା ମଧ୍ୟ ହେପାଟାଇଟିସ ବିପଦ ବଢି ଯାଇଥାଏ l ହେପାଟାଇଟିସ ହେବା ଦ୍ୱାରା ଲିଭର ଫୁଲି ଯାଇଥାଏ l ଯଦି ଲିଭର ଅଧିକ ସଂକ୍ରମିତ ହୋଇଥାଏ ତେବେ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇଥାଏ l ଯଦି ପ୍ରାରମ୍ଭିକ ଲକ୍ଷଣକୁ ଅଣଦେଖା କରାଯାଏ ତେବେ ସ୍ଥିତି ଗମ୍ଭୀର ହୋଇପାରେ l

ହେପାଟାଇଟିସ କେତେ ପ୍ରକାରର –
ହେପାଟାଇଟିସ ଭାଇରସ ୫ ପ୍ରକାରର l ଏଥିରେ ହେପାଟାଇଟିସ ଏ, ବି, ସି, ଡି ଓ ଇ ସାମିଲ ହୋଇଥାଏ l ସବୁଠୁ ଅଧିକ ବିପଦପୂର୍ଣ୍ଣ ଅଟେ ହେପାଟାଇଟିସ ବି ଅଟେ l

ଭାରତରେ ହେପାଟାଇଟିସ ବି –
ଦେଶରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ହେପାଟାଇଟିସ ବି ରେ ମୃତ୍ୟୁ ହେଉଛି l ଏହି ରୋଗର ଲକ୍ଷଣ ଠିକ ଭାବରେ ଜଣା ପଡି ନଥାଏ l ଯେଉଁ କାରଣରୁ ଏହା ଅଧିକ ଘାତକ ହୋଇଥାଏ l ହେପାଟାଇଟିସ ବି ବିଶେଷ ଭାବରେ ଲିଭର କୁ ସଂକ୍ରମଣ କରିଥାଏ l

ହେପାଟାଇଟିସ ବି ର ଟୀକ୍କା କରଣ –
ଭାରତରେ ହେପାଟାଇଟିସ ବି କୁ ନିୟନ୍ତ୍ରଣ କରିବା ପାଇଁ ୧୯୮୨ ରୁ ଟୀକ୍କା କରଣ କରାଯାଉଛି l ବିଶେଷଜ୍ଞ ଙ୍କ ମତରେ ଟୀକ୍କା କରଣ ଦ୍ୱାରା ଏହି ରୋଗକୁ ସଂକ୍ରମିତ ହେବାରୁ ୯୫ ପ୍ରତିଶତ ରୋକ ଲଗାଯାଇ ପାରିବ l କିନ୍ତୁ ବର୍ତମାନ ମଧ୍ୟ ଏହି ରୋଗର ଭୟାବହତା ଭାରତରେ ଦେଖିବାକୁ ମିଳୁଛି l

ହେପାଟାଇଟିସ ବି ର ଲକ୍ଷଣ –
ହେପାଟାଇଟିସ ବି ର ଲକ୍ଷଣକୁ ଆରମ୍ଭରେ ଠିକ ଭାବରେ ବୁଝି ହୋଇ ନଥାଏ l ପ୍ରାରମ୍ଭିକ ଲକ୍ଷଣ ରେ ଥକା ଲାଗିବା, ଭୋକ ଲାଗିବା, ମୁଣ୍ଡରେ ଯନ୍ତ୍ରଣା, ଆକ୍ଷି ହଳଦିଆ ଦେଖାଯିବା, ବାନ୍ତି ଲାଗିବା, ପେଟରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇ ଥାଏ l ଏପରି ସ୍ଥିତିରେ ଲିଭର ସଂକ୍ରମିତ ହୋଇଥାଏ ଓ ଲିଭର ଫୁଲି ଯାଇଥାଏ l

Nalco
Leave A Reply