ବୈଦିକ ଶାସ୍ତ୍ର ଅନୁସାରେ ୨୭ ନକ୍ଷତ୍ର ମାନଙ୍କ ମଧ୍ୟରୁ ଯେବେ କୌଣସି ନକ୍ଷତ୍ର ର ପରିବର୍ତନ ହୋଇଥାଏ, ତେବେ ଏହି ଦିନଟି ଖୁବ ଶୁଭ ହୋଇଥାଏ l ୨୭ ଟି ନକ୍ଷତ୍ର ମାନଙ୍କ ମଧ୍ୟରୁ ପୁଷ୍ୟ ନକ୍ଷତ୍ର କୁ ଖୁବ ଶୁଭ ବୋଲି ଗ୍ରହଣ କରାଯାଇ ଥାଏ l ଯେବେ ପୁଷ୍ୟ ନକ୍ଷତ୍ର ଯୋଗ ରବିବାର କିମ୍ବା ଗୁରୁବାର ଦିନ ଘଟିଥାଏ ତେବେ ଖୁବ ଶୁଭ ପ୍ରଭାବ ରହିଥାଏ l ଏହି ଦୁର୍ଲଭ ଯୋଗରେ କୌଣସି କାର୍ଯ୍ୟ କରି ଥାଆନ୍ତି ତେବେ ଶୁଭ ଫଳ ପ୍ରାପ୍ତି ହୋଇଥାଏ l
ଆଜି ମଧ୍ୟ ପୁଷ୍ୟ ନକ୍ଷତ୍ର ଯୋଗ ଘଟିଛି l ଆଜିର ଦିନରେ ଗୁରୁ ଗ୍ରହ ମଧ୍ୟ ରାଶି ପରିବର୍ତନ କରି ମୀନ ରାଶିରେ ବକ୍ର ହୋଇଯିବେ l ତେଣୁ ଆଜିର ଦିନଟି ଖୁବ ଶୁଭ ଅଟେ l
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପୁଷ୍ୟ ନକ୍ଷତ୍ର ଗୁରୁବାର ଦିନ ସକାଳ ୭ଟା ରୁ ଆରମ୍ଭ ହୋଇ ୨୯ ଜୁଲାଇ ଦିନ ୯ ଟା ପର୍ଯ୍ୟନ୍ତ ରହିବ l ପୁଷ୍ୟ ନକ୍ଷତ୍ର ଯୋଗ ଗୁରୁବାର ଦିନ ପଡୁ ଥିବାରୁ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ l
ଆଜିର ଦିନରେ କରନ୍ତୁ ଏହି ଉପାୟ :-
* ଆଜିର ଦିନରେ ମହାଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲକ୍ଷ୍ମୀଙ୍କ ସହିତ ନାରାୟଣଙ୍କୁ ପୂଜା କରନ୍ତୁ l ଏହାଛଡା ପଦ୍ମ ଫୁଲ ମାତା ଲକ୍ଷ୍ମୀଙ୍କ ଚରଣ ରେ ଅର୍ପଣ କରନ୍ତୁ l
* ଆଜିର ଦିନରେ ଘରର ମୁଖ୍ୟଦ୍ଵାର ରେ ସ୍ୱସ୍ତିକ ଚିହ୍ନ କରନ୍ତୁ l ଏହାଦ୍ୱାରା ଘରକୁ ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ l
* ଆଜିର ଦିନରେ ହଳଦିଆ ବସ୍ତ୍ର ଧାରଣ କରନ୍ତୁ l ଏହାଛଡା ହଳଦୀ ପକା ଅନ୍ନ ପ୍ରସ୍ତୁତ କରି ନିଜେ ସେବନ କରିବା ସହ ଲକ୍ଷ୍ମୀଙ୍କ ନିକଟରେ ମଧ୍ୟ ପ୍ରସାଦ ଭାବରେ ଅର୍ପଣ କରନ୍ତୁ l
* ବିଷ୍ନୁ ଓ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ରତ କରିବା ପୂର୍ବରୁ ଦୁବ, ବରକୋଳି ପତ୍ର ରେ ଚନ୍ଦନ ସିନ୍ଦୁର ଲଗାଇ ଅର୍ପଣ କରନ୍ତୁ l
* ଏହାଛଡା ଆଜିର ଦିନରେ ହଳଦୀ, କଉଡ଼ି ଓ କିଛି ରୁପା ମୁଦ୍ରା ପୂଜା କରି ନିଜ ଆଲମାରୀ ରେ ରଖନ୍ତୁ ଏହାଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l
