Odisha news

ଅତ୍ୟଧିକ ହିଟ ୱେଭ କାରଣରୁ ଡ୍ୟାମେଜ ହେଉଛି ଲିଭର ଓ କିଡ୍ନୀ : ରିସର୍ଚ୍ଚ  

0

ବର୍ତମାନ ସାରା ବିଶ୍ୱର ଗୋଟିଏ ଅସୁବିଧା ହେଉଛି ଗ୍ଲୋବାଲ ୱାର୍ମିଙ୍ଗ , ଯାହାକି ପୃଥିବୀର ଜଳବାୟୁ କୁ ସଙ୍କଟ ରେ ପକାଉଛି l ଏବଂ ବର୍ତମାନ ପୃଥିବୀ ପୃଷ୍ଠରେ ତାପମାତ୍ରା ବଢ଼ିବାରେ ଲାଗିଛି l ମଇ ମାସରେ ଯେଉଁ ତାପମାତ୍ରା ବୃଦ୍ଧି ହେଉଛି ଘରେ ରହି ହେଉନାହିଁ କିମ୍ବା ବାହାରକୁ ମଧ୍ୟ ବାହାରିବା ମୁସ୍କିଲ l ଅତ୍ୟଧିକ ଝାଳ ବୋହିବା କାରଣରୁ ଶରୀର ଡି -ହାଇଡ୍ରେଟ ର ମଧ୍ୟ ଶିକାର ହେଉଛି l ଏପରି ସ୍ଥିତିରେ ଶରୀରର ବିଭିନ୍ନ ଅର୍ଗାନ ନଷ୍ଟ ହେବାର ମଧ୍ୟ ସମ୍ଭାବନା ଅଧିକ ରହୁଛି l

* ହିଟ ୱେଭ କାରଣରୁ ନଷ୍ଟ ହୋଇପାରେ ଶରୀରର ଏହିସବୁ ଅଙ୍ଗ –
ଶରୀରରେ ଜଳୀୟ ଅଂଶ କମିବା କାରଣରୁ ଆମର ଡି – ହାଇଡ୍ରେସନ ର ଶିକାର ହୋଇଥାଉ, ଗୋଟିଏ ରିଵାଚ ଅନୁସାରେ ଯେତେବେଳେ ଶରୀରରେ ଜଳୀୟ ଅଂଶ ହ୍ରାସ ହୋଇଥାଏ ସେତେବେଳେ ଶରୀରର ପାଣି ସହିତ ଅନେକ ଜରୁରୀ ମିନେରାଲସ ଓ ଭିଟାମିନ ମଧ୍ୟ କମି ଯାଇଥାଏ l ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଯେପରିକି କିଡ୍ନୀ, ହାର୍ଟ ଓ ଲଙ୍ଗସ ମଧ୍ୟ ଡ୍ୟାମେଜ ହୋଇ ଯାଇଥାଏ l

– ଜଳବାୟୁ ରେ ବର୍ଦ୍ଧିତ ଉତ୍ତାପ କାରଣରୁ ଶରୀର ଡିହାଇଡ୍ରେସନ ର ଶିକାର ହୋଇଥାଏ, ଯେଉଁ କାରଣରୁ କିଡ୍ନୀ ଡ୍ୟାମେଜ ହେବାକୁ ଲାଗିଥାଏ l ଯେଉଁ ଲୋକ ମାନଙ୍କର କିଡ୍ନୀ ରେ ଷ୍ଟୋନ  ସମସ୍ୟା ରହିଥାଏ ଏହା ଅଧିକ ଉତ୍ତାପ ବୃଦ୍ଧି ଯୋଗୁଁ ସମସ୍ୟାର କାରଣ ହୋଇଥାଏ l

– ଶରୀରର ଟେମ୍ପରେଚର କୁ ରେଗୁଲେଟ କରିବା ପାଇଁ ଶରୀରରେ ବ୍ଲଡ଼ କୁ ପମ୍ପ କରିବା ସବୁଠୁ ଜରୁରୀ l ଯେଉଁ କାର୍ଯ୍ୟ ଟି ହାର୍ଟ କରିଥାଏ , ଯାହାର ଖରାପ ପ୍ରଭାବ ହାର୍ଟ ଉପରେ ପଡିଥାଏ l

– ଜଳବାୟୁ ରେ ଯଦି ଅଧିକ ପଲ୍ୟୁସନ ସମସ୍ୟା ରହିଥାଏ ତେବେ ଏହା ଆସ୍ଥମା ରୋଗୀଙ୍କ ପାଇଁ ବିପଦ ପୁର୍ଣ l ଯେତେବେଳେ ଜଳବାୟୁର କ୍ୱାଲିଟି ଖରାପ ହରିଥାଏ ଏହାର ସିଧା ପ୍ରଭାବ ଫୁସଫୁସ ଉପରେ ପଡିଥାଏ l

– ଗରମ ର ଖରାପ ପ୍ରଭାବ ପାଚନ ଶକ୍ତି ଉପରେ ପଡିଥାଏ, ଅଧିକ ଗରମ କାରଣରୁ ପେଟ ମଧ୍ୟ ଗରମ ହୋଇଯାଇ ଥାଏ, ଏବଂ ଡ଼ାଈଜେଷ୍ଟିଭ ସିଷ୍ଟମ ମଧ୍ୟ ପ୍ରଭାବିତ ହୋଇଥାଏ l

– ଜଳବାୟୁ ରେ ତାପମାତ୍ରା ବୃଦ୍ଧି ହେଉଥିଲେ ଅଧିକ ପରିମାଣ ରେ ଜଳ ସେବନ କରିବା ଜରୁରୀ, ଏବଂ ଏହି ସମୟରେ ମଦ୍ୟପାନ ଠାରୁ ଦୁରେଇ ରୁହନ୍ତୁ, ଏବଂ ଅତ୍ୟଧିକ ମସଲା ଯୁକ୍ତ ଖାଦ୍ୟ ଖାଇବାରୁ ମଧ୍ୟ ଦୁରେଇ ରୁହନ୍ତୁ l

IEC 2 years
Leave A Reply