ଅକ୍ଷୟ ତୃତୀୟ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳିତ ହୋଇଥାଏ, ଚଳିତ ବର୍ଷ ଏହା ମଇ ମାସ ୧୦ ତାରିଖ ଦିନ ପାଳିତ ହେବ l ମାନ୍ୟତା ରହିଛି ଯେ ଯଦି ଏହିଦିନ ସୁନା ରୁପା ଇତ୍ୟାଦି ଗହଣା କିଣା ଯାଇଥାଏ ତେବେ ଘରେ ଆର୍ଥିକ ସମୃଦ୍ଧି ହୋଇଥାଏ ଏବଂ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ l କେବଳ ସୁନାରୂପା ନୁହେଁ , ଅକ୍ଷୟ ତୃତୀୟା ରେ କିଛିଟା କାର୍ଯ୍ୟ ମଧ୍ୟ କରିବା ବର୍ଜିତ ଅଟେ l ନଚେତ ଜନ୍ମ ଜନ୍ମ ପର୍ଯ୍ୟନ୍ତ ଦୁର୍ଭାଗ୍ୟ ଛାଇ ରହିଥାଏ l ଆସନ୍ତୁ ଆଜି ଜାଣିବା ଅକ୍ଷୟ ତୃତୀୟା ରେ ଭୁଲ ରେ ମଧ୍ୟ ଏହିସବୁ କାର୍ଯ୍ୟ କୁ କରନ୍ତୁ ନାହିଁ l
* ଅକ୍ଷୟ ତୃତୀୟା ଦିନ କଦାପି ନିଜ ଘରୁ କୌଣସି ବ୍ୟକ୍ତିକୁ ଭୋକିଲା ଯିବାକୁ ଦିଅନ୍ତୁ ନାହିଁ, ଯଦି କୌଣସି ବ୍ୟକ୍ତି ଏହିଦିନ ଭୋକିଲା ଆପଣଙ୍କ ଦୁଆର ମୁହଁ ରୁ ଯାଇଥାଏ ତେବେ ଅକ୍ଷୟ ତୃତୀୟା ର କୌଣସି ମହତ୍ୱ ରହି ନଥାଏ l ଏହିଦିନ ଘର ଦୁଆର କୁ ଆସିଥିବା ଭିକାରୀ, ଗାଈ କିମ୍ବା ଅନ୍ୟ କୌଣସି ଜୀବ ଙ୍କୁ ଭୋକିଲା ଯିବାକୁ ଦିଅନ୍ତୁ ନାହିଁ l ନଚେତ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ୭ଜନ୍ମ ପର୍ଯ୍ୟନ୍ତ ଦରିଦ୍ରତା ଛାଇ ରହିଥାଏ l
* ଅକ୍ଷୟ ତୃତୀୟା ଦିନ ନିଜ ସାଧନ ଅନୁସାରେ ଘରର ସମସ୍ତ କାର୍ଯ୍ୟ ତୁଲାନ୍ତୁ , ଏହିଦିନ କାହାରି ପାଖରୁ ଧାର ମାଗି ଚଳିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଆର୍ଥିକ ସମୃଦ୍ଧିର ବାଧା ଆସିଥାଏ l ତେଣୁ ଏହିଦିନ ଧନ କିମ୍ବା ଅନ୍ୟ କୌଣସି ବସ୍ତୁ କାହାରି ପାଖରୁ ଉଧାର ମାଗନ୍ତୁ ନାହିଁ l
* ଏହିଦିନ ଦାନ ପୁଣ୍ୟ ର ଅନେକ ମହତ୍ୱ ରହିଛି, ଏହିଦିନ ସ୍ନାନ ସାରିବା ପରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କୁ ପୂଜାର୍ଚନା କରନ୍ତୁ l ଏହିଦିନ ବିଷ୍ଣୁଙ୍କୁ ପ୍ରସାଦ ରେ କ୍ଷୀରି ପ୍ରସାଦ ଭାବରେ ଅର୍ପଣ କରିବା ଶୁଭ ହୋଇଥାଏ l
* ଏହିଦିନ କୌଣସି ପ୍ରକାରର ଅପଶବ୍ଦ ପ୍ରୟୋଗ କରନ୍ତୁ ନାହିଁ, ଏହିଦିନ କାହା ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ l ଏହିଦିନ ଯଦି ଆପଣ କାହା ମନରେ କଷ୍ଟ ଦେବେ ତେବେ ସମୃଦ୍ଧି ରେ ବାଧା ଆସିଥାଏ l ତେଣୁ ଏହିଦିନ କାହାରି ମନରେ ଦୁଃଖ ଦେବା ଉଚିତ ନୁହେଁ l
* ଅକ୍ଷୟ ତୃତୀୟା ରେ ଆପଣ ମାଂସ ମଦିରା ଗ୍ରହଣ କରିବା ଉଚିତ ନୁହେଁ, ଏପରି କରିବା ଦ୍ୱାରା ଜାତକ ରେ ଗ୍ରହ ଦୋଷ ବୃଦ୍ଧି ପାଇଥାଏ l ଏବଂ ପରିଶ୍ରମ ର ଫଳ ମଧ୍ୟ ଠିକ ସମୟ ରେ ମିଳିନଥାଏ l ଏହିଦିନ ସାଟ୍ୱିକ ଭୋଜନ କରିବା ସହିତ ବ୍ରହ୍ମଚର୍ଯ୍ୟ ପାଳନ କରିବା ଜରୁରୀ l
