Odisha news

ହାସ୍ୟ ଦିବସ କାହିଁକି ପାଳନ କରାଯାଇ ଥାଏ ଏବଂ ହସିବା ଦ୍ୱାରା ଶରୀରକୁ ମିଳିଥାଏ କେଉଁସବୁ ଲାଭ

0

ପ୍ରତିବର୍ଷ ମଇ ମାସର ପ୍ରଥମ ରବିବାର ବିଶ୍ୱ ହାସ୍ୟ ଦିବସ ଭାବରେ ପାଳନ କରାଯାଇ ଥାଏ l ଯାହାର ଉଦେଶ୍ୟ ହେଉଛି ଲୋକ ମାନଙ୍କୁ ହସିବା ପାଇଁ ଜାଗରଣ କରିବା l କାହିଁକିନା ଆମେ ସୁସ୍ଥ ରହିବା ପାଇଁ ହସିବା ନିହାତି ଦରକାର l କେବଳ ଆମେ ନିଜେ ହସିବା ନାହିଁ ଅନ୍ୟକୁ ମଧ୍ୟ ହସାଇବା l ତେଣୁ ଏହି ଉଦେଶ୍ୟ କୁ ଧ୍ୟାନରେ ରଖି ପ୍ରତିବର୍ଷ ମଇ ମାସ ର ପ୍ରଥମ ରବିବାର ଦିନଟିକୁ ହାସ୍ୟ ଦିବସ ଭାବରେ ପାଳିତ କରାଯାଇ ଥାଏ l

ହାସ୍ୟ ଦିବସ ପଛରେ କଁ ରହିଛି ଇତିହାସ ?
୧୯୯୮ ରେ ପ୍ରଥମ ଥର ବିଶ୍ୱ ହାସ୍ୟ ଦିବସ ପାଳନ କରାଯାଇ ଥିଲା ଏହି ଦିନଟିକୁ ଅଧିକ ଗୁରୁତ୍ୱ ଦେବା ପାଇଁ ଏହାର ସମସ୍ତ ଶ୍ରେୟ ହାସ୍ୟ ଯୋଗ ଆନ୍ଦୋଳନ ର ସଂସ୍ଥାପକ ଡକ୍ଟର ମଦନ କାଟେରିଆ ଙ୍କୁ ଯାଇଥାଏ l ସେ ପ୍ରଥମ ଥର ପାଇଁ ଜାନୁଆରୀ ୧୧ ତାରିଖ ୧୯୯୯୮ ରେ ହାସ୍ୟ ଦିବସ ପାଳନ କରିଥିଲେ l ଯାହାର ଉଦେଶ୍ୟ ସମାଜ ରେ ବଢୁଥିବା ଉତେଜନା କୁ କମ କରି ଗୋଟି ସୁଖୀ ଜୀବନ ଅତିବାହିତ କରିବା l ହସ ଆମର ଶାରୀରିକ, ମାନସିକ, ଭାବନାତ୍ମକ ସ୍ୱାସ୍ଥ୍ୟ ର ଜୀବନ ଉପରେ ଭଲ ପ୍ରଭାବ ପକାଇଥାଏ l ଯେତେବେଳେ ଆପଣ ହସିବା ଆରମ୍ଭ କରି ଥାଆନ୍ତି ସେତେବେଳେ ଶରୀର ରେ ରକ୍ତ ସଂଚାର ତୀବ୍ର ହୋଇଥାଏ l

ହସିବାର ସ୍ଵାଥ୍ୟଗତ ଲାଭ –
– ହସିବା ଦ୍ୱାରା ଶରୀରରୁ ଏନ୍ଡୋଫିର୍ଣ ନାମକ ହର୍ମୋନ ନିର୍ଗତ ହୋଇଥାଏ l ଯାହାଦ୍ୱାରା ଆପଣଖୁସି ଅନୁଭବ କରି ଥାଆନ୍ତି l ଏହା ହର୍ମୋନ ଷ୍ଟ୍ରେସ ରୁ ଆରାମ ଦେବାରେ ସାହାଯ୍ୟ କରିଥାଏ l ଏପରି ସ୍ଥିତିରେ ଆପଣ ଉତେଜନା ମୁକ୍ତ  ରହିବା ଜରୁରୀ l ତେଣୁ ହସିବା ଆପଣଙ୍କ ପାଇଁ ଖୁବ ଜରୁରୀ l

– ହସିବା ଦ୍ୱାରା ଇମ୍ୟୁନ ସିଷ୍ଟମ ମଜବୁତ ହୋଇଥାଏ, ଯାହାଦ୍ୱାରା ଆପଣ ଅନେକ ଗୁଡିଏ ରୋଗ ଠାରୁ ଦୁରେଇ ରହିପାରିବେ l ସୁସ୍ଥ ରହିବା ପାଇଁ ନିୟମିତ ହସିବା ନିହାତି ଜରୁରୀ ଅଟେ l

– ହସିବା ଦ୍ୱାରା ବ୍ଲଡ଼ ପ୍ରେସର ମଧ୍ୟ ନିୟନ୍ତ୍ରିତ ହୋଇଥାଏ l ଏହାଦ୍ୱାରା ହାର୍ଟ ଆଟାକ ଓ ଷ୍ଟ୍ରୋକ ର ବିପଦ ଦୂର ହୋଇଯାଇ ଥାଏ l ଏହା ଆପଣଙ୍କ ଧମନୀ କୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ l

– ଯଦି ଆପଣ ନିଦ୍ରା ଅଭାବର ସମସ୍ୟା ରେ ପୀଡିତ ଅଛନ୍ତି, ତେବେ ନିୟମିତ ଖୁ ହସନ୍ତୁ l ଏହାଦ୍ୱାରା ଶରୀରରେ ମେଲାଟୋନିନ ନାମକ ହର୍ମୋନ ତିଆରି ହୋଇଥାଏ l ଯାହାଦ୍ୱାରା ଆପଣ ଗଭୀର ନିଦ୍ରାରେ ଶୋଇ ଥାଆନ୍ତି l

– ପ୍ରତ୍ୟେକ ଲୋକଙ୍କର ଇଛା ଥାଏ ଗୋଟିଏ ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ, ହସିବା ଦ୍ୱାରା ମୁହଁ ର ମାଂସପେଶୀ ଠିକ ଭାବରେ କାମ କରିବାକୁ ଲାଗିଥାଏ, ଯାହାଦ୍ୱାରା ବ୍ଲଡ଼ ଶର୍କୁଲେସନ ଠିକ ଭାବରେ ହୋଇଥାଏ ଓ ତ୍ୱଚା ଗ୍ଲୋ କରିଥାଏ l

– ଆପଣ ହସିବା ଦ୍ୱାରା ହାର୍ଟ ସମ୍ବନ୍ଧିତ ସମସ୍ୟା ଠାରୁ ଦୁରେଇ ରହିବେ, ହସ ଆପଣଙ୍କୁ ଚିନ୍ତା ମୁକ୍ତ ରଖି ହାର୍ଟ ଆଟାକ ସମସ୍ୟାକୁ ଦୂର କରିଥାଏ l ଏବଂ ଆମକୁ ଗୋଟିଏ ସୁସ୍ଥ ହୃଦୟ ଦେଇଥାଏ l ହସିବା ଦ୍ୱାରା ଆମର ହୃତ ସ୍ପନ୍ଦନ ମଧ୍ୟ ଠିକ ଭାବରେ କାର୍ଯ୍ୟ କରେ l

Nalco
Leave A Reply