Odisha news

ହାର୍ଟ ଫେଲ ହେବା ପୂର୍ବରୁ ମିଳିଥାଏ ଏହି ୭ ଟି ସଂକେତ , କଦାପି ଅଣଦେଖା କରନ୍ତୁ ନାହିଁ : ରିସର୍ଚ୍ଚ

0

ଆଜିକାଲି ଖୁବ କମ ବୟସ ରୁ ଯୁବକ ମାନଙ୍କ ନିକଟରେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳୁଛି l ଏଥିରେ ଅଧିକ ମାତ୍ରରେ ହାର୍ଟ ଫେଲିଓର , ହାର୍ଟ ଆଟାକ , ଷ୍ଟ୍ରୋକ ଓ ହାଇ ବ୍ଲଡ଼ ପ୍ରେସର ଦେଖିବାକୁ ମିଳୁଛି l ମୋଟାପା, ମଧୁମେହ ଓ ହାଇ ବ୍ଲଡ଼ ପ୍ରେସର କୁ ମଧ୍ୟ ହାର୍ଟ ସହିତ ଯୋଡି ଦେଖା ଯାଉଛି l ଏଇ ସବୁଥି ମଧ୍ୟରୁ ହାର୍ଟ ଫେଲିଓର କୁ ଗୋଟିଏ ଗମ୍ଭୀର ସମସ୍ୟା ଭାବରେ କୁହାଯାଉଛି l ଏହି ସମସ୍ୟାରେ ଅଚାନକ ଭାବରେ ହାର୍ଟ କାର୍ଯ୍ୟ କରିବା ବନ୍ଦ କରିଦେଇ ଥାଏ l ହାର୍ଟ ର ମାଂଶପେସି ଦୁର୍ବଳ ହୋଇଯାଇ ଥାଏ l

ଏପରି ସ୍ଥଟିରେ ଗବେଷକ ମାନେ କିଛଟା ସଂକେତ କୁ ଗୁରୁତ୍ୱ ଦେଇଛନ୍ତି ଯାହାକି ହାର୍ଟ ଫେଲିଓର ଆସିବା ପୂର୍ବରୁ ମିଳିଥାଏ l

* ଯେଉଁ ସମୟରେ ହାର୍ଟ ବିଟ ବାରମ୍ବାର ଦ୍ରୁତ ଗତିରେ ବଢିବାକୁ ଲାଗେ ଏହାକୁ ହାର୍ଟ ଫେଲ ର ଗୋଟିଏ ସଂକେତ ବୋଲି ଜାଣି ନିଅନ୍ତୁ l ଏହାକୁ ଅଣଦେଖା କରିବା ଉଚିତ ନୁହେଁ l ବାରମ୍ବାର ଯଦି ଏଭଳି ହେଉଛି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

* ପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହାର୍ଟ ଫେଲିଓର ର ଗୋଟିଏ ସଂକେତ ଅଟେ l ଯେତେବେଳେ ଆପଣାମାନଙ୍କ ଶରୀର ଠିକ ଭାବରେ ପ୍ରଶ୍ୱାସ ନେବାକୁ ଅକ୍ଷମ ହୋଇଥଏ ଏହାକୁ ହାଲୁକା ଭାବରେ ନେବା ଉଚିତ ନୁହେଁ l

* ଗଳା କିଚ କିଚ ହେବା ଓ କାଶ ହୋଇ କଫ ଗଳା ରେ ଅଟକିବା ମଧ୍ୟ ହାର୍ଟ ଫେଲିଓର ର ଗୋଟିଏ କାରଣ l ଏହି କଫ ଧଳା କିମ୍ବ ଇସତ ନାଲି ଯଦି ରହୁଥାଏ ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ l

* ଯଦି କେବେ ଅଚାନକ ବାରମ୍ବାର ବାନ୍ତି ଲାଗୁଛି ତେବେ ଏହା ହାର୍ଟ ଫେଲିଓର ର କାରଣ ହୋଇଥାଏ l

* ଯଦି ଅଚାନକ ଭାବରେ ଓଜନ ବୃଦ୍ଧି ହୋଇ ଶରୀରର କୌଣସି ଅଙ୍ଗ ଫୁଲି ଯାଉଛି ତେବେ ଏହା ହାର୍ଟ ଫେଲିଓର ର ସଂକେତ ଅଟେ l

* ଯେତେବେଳେ ହାର୍ଟ ଠିକ ଭାବରେ ବ୍ଲଡ଼ ପମ୍ପ କରିବାକୁ ଅକ୍ଷମ ହୋଇଥାଏ ଠିକ ଭାବେ ବ୍ରେନ ରେ ବ୍ଲଡ଼ ପହଂଚି ପାରେ ଏହି ସମୟରେ ମସ୍ତିଷ୍କ ଠିକ ଭାବରେ କାର୍ଯ୍ୟ କରିନଥାଏ ଓ ଆମେ ଅନେକ ଗୁଡିଏ ଜିନିଷ ଭୁଲିବାକୁ ଲାଗୁ ତେବେ ଏହା ହାର୍ଟ ଫେଲିଓର ର ସଂକେତ ହୋଇଥାଏ l

* ଯଦି ସାମାନ୍ୟ କାର୍ଯ୍ୟରେ ଅଧିକ ଥକା ଲାଗିଥାଏ ଓ ଆମେ ଖୁବ ଶୀଘ୍ର ଥକି ଯାଇଥାଉ ତେବେ ଏହା ହାର୍ଟ ଫେଲିଓର ର ସଂକେତ ହୋଇଥାଏ l

ପୁଷ୍ଟିକରଣ :- ଏହି ସମସ୍ତ ତଥ୍ୟ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ଜରିଆରେ ପ୍ରାପ୍ତ ହୋଇଥିବା ସୂଚନା ଆଧାରରେ ଦିଆ ହୋଇଛି l ତେଣୁ ଏଥିପାଇଁ ସକାଳଖବର ଦାୟୀ ନୁହେଁ l

Leave A Reply