ୟୁରିନ ଇନଫେକ୍ସନ ଆଜିକାଲି ଏକ ସାଧାରଣ ସମସ୍ୟା ଅଟେ l ଏହା ଉଭୟ ପୁରୁଷ ଓ ମହିଳାଙ୍କ ପାଖରେ ଦେଖା ଯାଇଥାଏ ,କିନ୍ତୁ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନେ ଅଧିକ ୟୁରିନ ଇନଫେକ୍ସନର ଶିକାର ହୋଇଥାନ୍ତି l ୟୁରିନ ଇନଫେକ୍ସନ ହେଲେ ପେଟରେ ଯନ୍ତ୍ରଣା ହୋଇଥାଏ ,ବାରମ୍ବାର ପରିଶ୍ରା ମଧ୍ୟ ଲାଗିଥାଏ ,ତା ସହିତ ଜ୍ୱର ହେବାର ଦେଖା ଯାଇଥାଏ l ପରିଶ୍ରା କରିବା ସମୟରେ ତଳିପେଟ ଓ ପରିଶ୍ରା ଦ୍ୱାରରେ ଯନ୍ତ୍ରଣା ଅନୁଭବ ହୋଇଥାଏ l ଏହି ସବୁଥିରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପଚାର କରାଯାଇ ପାରିବ l
* ୫୦ ଗ୍ରାମ ଅଁଳା ରସରେ ୩୦ଗ୍ରାମ ମହୁ ମିଶାଇ ଦିନକୁ ତିନି ଥର ପିଅନ୍ତୁ l ଏହି ପରି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ କରିବା ଦ୍ୱାରା ପରିଶ୍ରା କଲାବେଳେ ଯନ୍ତ୍ରଣା ଅନୁଭବ ହୋଇ ନଥାଏ ଓ ୟୁରିନ ଇନଫେକ୍ସନ ଠିକ ହୋଇଯାଏ l
* ୧୫ ଗ୍ରାମ ଧନିଆକୁ ରାତିସାରା ପାଣିରେ ବତୁରାନ୍ତୁ ,ସକାଳୁ ଏହାକୁ ଗ୍ରାଇଣ୍ଡରରେ ପେଷି ଛାଣି ନିଅନ୍ତୁ ,ଓ ତାପରେ ସେଥିରେ ମିସିରି ମିଶାଇ ପିଅନ୍ତୁ l ଏପରି କରିବା ଦ୍ୱାରା ୟୁରିନ ଇନଫେକ୍ସନ ମଧ୍ୟ ଠିକ ହୋଇଥାଏ l ଏହା ଛଡl ଧନିଆ ଗୁଣ୍ଡ ଓ ଅଁଳା ଗୁଣ୍ଡକୁ ସମାନ ମାତ୍ରାରେ ମିଶାଇ ପାଣିରେ ବତୁରାଈ ରାତିଯାକ ରଖି ଦିଅନ୍ତୁ l ସକାଳୁ ଏହାକୁ ହାତରେ ଭଲରେ ଚକଟି ଛାଣି ନିୟନ୍ତୁ ଏହି ପାଣିକୁ ଦିନକୁ ଦୁଇଥର ପିଇବା ଦ୍ୱାରା ୟୁରିନ ଇନଫେକ୍ସନ କମି ଯାଇଥାଏ l
* ଗହମର ୧୦ ରୁ ୧୫ ଟି ଦାନାକୁ ରାତିରେ ଗୋଟିଏ ଗ୍ଲାସ ପାଣିରେ ବତୁରାଈ ଦିଅନ୍ତୁ l ସକାଳେ ଏହି ପାଣିକୁ ଛାଣି ସେଥିରେ ୨୫ ଗ୍ରାମ ଚିନି ମିଶାଇ ପିଅନ୍ତୁ ଏପରି କରିବା ଦ୍ୱାରା ଏହି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ l ଏହା ସହିତ ପଇଡ ପାଣିରେ ଗୁଡ ଓ ଧନିଆ ଗୁଣ୍ଡ ମିଶାଇ ପିବ ଦ୍ୱାରା ୟୁରିନ ଇନଫେକ୍ସନରୁ ଆରାମ ମିଳିଥାଏ l
* ୫୦୦ ଗ୍ରାମ ପିଆଜକୁ ଛୋଟଛୋଟ କାଟି ୫୦୦ମିଲିଲିଟର ପାଣିରେ ସିଝାନ୍ତୁ l ଏହି ପାଣି ଯେପରି ଫୁଟିଫୁଟି ଅଧା ହୋଇଯିବ ଦରକାର l ଅଧା ହୋଇଗଲା ପରେ ଏହାକୁ ଚୁଲିରୁ କାଢି ଥଣ୍ଡା କରନ୍ତୁ ତାପରେ ମହୁ ସହିତ ପିଅନ୍ତୁ ଏପରି କଲେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବେ l
* ବେଳେବେଳେ କିଛି ମହିଳା ବା ପୁରୁଷ ଜୋରରେ ପରିଶ୍ରା ଲାଗିଲେ ଅଟକାଇ ରଖିଥାନ୍ତି ଏହା ଦ୍ୱାରା ମଧ୍ୟ ୟୁରିନ ଇନଫେକ୍ସନ ହୋଇଥାଏ ସେହି ସମୟରେ ଦୁଇ ଗ୍ରାମ ଗୁଜୁରାତିକୁ ୧୦୦ଗ୍ରାମ ପାଣି ଓ ୨୦୦ ଗ୍ରାମ ଖିରରେ ମିଶାଇ ଫୁଟାନ୍ତୁ l ବର୍ତମାନ ଏହାକୁ ଚୁଲାରୁ ଓଲ୍ହାଇ ଥଣ୍ଡା ହେବାପାଇଁ ରଖି ଦିଅନ୍ତୁ l ଥଣ୍ଡା ହେଲା ପରେ ଅଧଘଣ୍ଟା ଅନ୍ତରରେ ଚିନି ମିଶାଇ ୧୦୦ ମିଲିଲିଟର ଲେଖା ପିଅନ୍ତୁ l ଏପରି କରିବା ଦ୍ୱାରା ୟୁରିନ ଇନଫେକ୍ସନ ପାଇଁ ଲାଭାମିଳିଥାଏ l
