Odisha news

ଦୁନିଆରେ ଏପରି କିଛି ଖାଦ୍ୟପଦାର୍ଥ ରହିଛି ଯେଉଁଠାରୁ ମିଳିଥାଏ ସବୁଠୁ ଅଧିକ ପୋଷକତତ୍ୱ : ଆସନ୍ତୁ ଜାଣିବା ….

ବ୍ୟାୟାମ କରିବା ଦ୍ୱାରା ବ୍ୟକ୍ତି ଫିଟ୍ ରହିଥାଏ ,ଏହି କଥା ପାଖାପାଖି ଅଧିକାଂଶ ଲୋକ ଜାଣିଛନ୍ତି l ଯାହା କିଛି ମାତ୍ରାରେ ଠିକ ମଧ୍ୟ ଅଟେ l କିନ୍ତୁ ସବୁଠୁ ଜରୁରୀ ଅଟେ ଖାଦ୍ୟ ସାମଗ୍ରୀ l ଯଦି ଆପଣ ଠିକ ଭାବରେ ଖିଆପିଆ କରୁଛନ୍ତି ତେବେ କୌଣସି ଫରକ ପଡିବ ନାହିଁ ଯେ ଆପଣ କେତେ ବ୍ୟାୟାମ କରୁଛନ୍ତି ,କାରଣ କେବଳ ବ୍ୟାୟାମ ଆପଣଙ୍କୁ ଫିଟ ରଖି ପାରିବ ନାହିଁ l ଆଜି ଆମେ ଆପଣଙ୍କୁ ଏପରି କିଛି ଖାଇବା ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଦୁନିଆରେ ସବୁଠୁ ଅଧିକ ପୌଷ୍ଟିକ ଅଟେ ଏବଂ ସେହି ଖାଦ୍ୟ ସାମଗ୍ରୀ ଆପଣଙ୍କ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ଆବଶ୍ୟକତାଠାରୁ ଅଧିକ ସୁସ୍ଥ ରଖିବ l

* ଆପଣଙ୍କୁ ମାଛ ଖାଇବା ପସନ୍ଦ ଥିଲେ ଆପଣ ଜାଣିଛନ୍ତି କି କେଉଁ ମାଛ ଆପଣଙ୍କ ଶରୀର ପାଇଁ ସବୁଠୁ ଅଧିକ ଆବଶ୍ୟକ l ସ୍ଲାମର ଓ ସାର୍ଡିନ ଏହି ଦୁଇଟି ମାଛ ଆପଣଙ୍କୁ ବିଭିନ୍ନ ଗମ୍ଭୀର ରୋଗରୁ ରକ୍ଷା କରିବେ  ଯେପରିକି ହୃଦ୍ଘାତ l ତା ସହିତ ଆପଣଙ୍କ ଶରୀରରେ ମଧ୍ୟ ଚର୍ବିର ମାତ୍ର କମ ରହିବ l

* ରସୁଣରେ ବ୍ୟବହାର ପ୍ରାଚୀନ କାଳରୁ ହୋଇ ଆସୁଛି l ରସୁଣ ଜରିଆରେ ଉଚ ରକ୍ତଚାପ ସମସ୍ୟା କମ ହୋଇଥାଏ ଓ ରସୁଣରେ ଥିବା ତତ୍ୱ ଆପଣଙ୍କ ଶରୀରରୁ ଖରାପ କୋଲେଷ୍ଟ୍ରଲକୁ କମ କରିଥାଏ l ସାଧାରଣ ଦେଖା ଯାଉଥିବା ରସୁଣ ଆପଣଙ୍କୁ କୋଲନ କ୍ୟାନ୍ସରରୁ ରକ୍ଷା କରିଥାଏ l

* କୋବି ପରିବାରରେ ରହୁଥିବ ଫୁଲ କୋବି ,ବନ୍ଧାକୋବି ଓ ବ୍ରୋକଲି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ l ଏହି ସବୁ ପରିବାରେ ଭିଟାମିନ-ସି ,ଫୋଲଡଭିଟାମିନ ,ଭିଟାମିନ-ଇ ଓ ଫାଇବର ଭଳି ପୋଷକତତ୍ୱ ରହିଛି l ବେଳେ ବେଳେ ଶରୀରରେ ବିଭିନ୍ନ ପ୍ରକାରର ଫୁଲା ରୋଗ ଦେଖାଯାଇଥାଏ l ଯାହା ଏହି କୋବି ସେବନ ଦ୍ୱାରା ଠିକ ହୋଇଥାଏ l

* ଚିନାବାଦାମ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ l ଚିନାବାଦାମରେ ପ୍ରୋଟିନ ,ଫାଇବର ,ପୋଟାସିୟମ ,ଫସଫରସ ଓ ମ୍ୟାଗନେସିୟମ ରହିଛି l ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ଅଧିକ ପରିମାଣରେ ପ୍ରୋଟିନର ଆବଶ୍ୟକତା ରହିଥିବା କାରଣରୁ ଚିନାବାଦାମ ଖାଇବା ନିହାତି ଆବଶ୍ୟକ l ଚିନାବାଦାମ ତ୍ୱଚା ପାଇଁ ମଧ୍ୟ ଲାଭ ଦାୟକ ଓ ହୃତ୍ପିଣ୍ଡ ପାଇଁ ମଧ୍ୟ ଉପଯୋଗୀ l

* ଦହିର ସେବନ ପିକରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିବ ସହିତ ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ l ଦହିରେ ଭଲ ବ୍ୟାକ୍ଟେରିଆକୁ ବଢାଇବାର କ୍ଷମତା ରହିଛି ,ଯେଉଁ ବ୍ୟାକ୍ଟେରିଆ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ l ଦହି ପେଟକୁ ଥଣ୍ଡା ରଖିବା ସହିତ ଗ୍ୟାସ ଏସିଡ଼ିଟି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ l

Comments are closed.