ଗୋଟିଏ ସୁନ୍ଦର ଜୀବନ ପାଇଁ ମହାତ୍ମା ବିଦୁରଙ୍କ ନୀତି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ ଯଦି ଆପଣ ମଧ୍ୟ ଜୀବନରେ ସୁଖଶାନ୍ତି ପାଇବାକୁ ଚାହୁଁଛନ୍ତି ତେବେ ବିଦୁରଙ୍କ ନୀତିକୁ ଗ୍ରହଣ କରିବା ନିହାତି ଆବଶ୍ୟକ ଅଟେ l ଆମର ଦୈନଦିନ ବ୍ୟସ୍ତତା ଜୀବନ ଭିତରେ ମହାତ୍ମା ମାନଙ୍କର ବିଚାରକୁ ଅଣଦେଖା କରିଦେଲେ ମଧ୍ୟ କିନ୍ତୁ ତାହା ଆମ ଜୀବନ ଉପରେ ଖୁବ ପ୍ରଭାବ ପକାଉଛି l ଆଜିର ଆମ ବିଚାରଟି ଅହଂକାର ,କ୍ରୋଧ ଓ ଲୋଭ ଉପରେ ଆଧାରିତ l ତା ସହିତ ଜୀବନରେ ଏପରି କିଛି ରହସ୍ୟ ରହିଛି ଯାହା ଅନ୍ୟକୁ କହିବା ଉଚିତ ନୁହେଁ l କାରଣ ଏପରି କରିବା ବ୍ୟକ୍ତି ନିଜର ସୌଭାଗ୍ୟକୁ ଦୁର୍ଭାଗ୍ୟର ପରିଣତ କରି ଦେଇଥାଏ l
* ପ୍ରକୃତ ଜୀବନରେ ଆମେ କିଛିଟା ଲୋକଙ୍କ ସହିତ ଅଟେ ନିବିଡ ହୋଇଯାଉଜେ କେଉଁ କଥା କହିବୁ ଓ କେଉଁ କଥା ନକହିବୁ ତାହା ଜାଣିପାରୁନା l ଆମେ ଆଖି ବନ୍ଦ କରି ଅନ୍ୟ ଉପରେ ବିଶ୍ୱାସ କରିଥାଉ l ତେଣୁ ଜୀବନର ଯେଉଁ ରହସ୍ୟ ଆପଣଙ୍କୁ କଷ୍ଟ ଦେଉଛି ତାହାକୁ କେବେ ଅନ୍ୟ ଆଗରେ କହିବା ଉଚିତ ନୁହେଁ l
* ଆମେ କହିଥିବା ରହସ୍ୟକୁ ଉକ୍ତ ବ୍ୟକ୍ତି ଯେକୌଣସି ସମୟରେ ଆମକୁ ପରିହାସ କରିପାରେ l ବିଦୁରଙ୍କ ନୀତିରେ ଯେଉଁ କଥା ଆପଣଙ୍କୁ ପରିହାସର ପତ୍ର କରୁଛି ସେହି କଥାକୁ ଅନ୍ୟ ଆଗରେ କହିବା ବଶ୍ୟକ ନୁହେଁ l ଯଦି ଆମେ ପରିହାସର ପତ୍ର ହୋଇଥାଉ ତେବେ କ୍ରୋଧର ଶିକାର ହେଉ l
* ବିଦୁରଙ୍କ ନୀତିରେ ଯେଉଁ ବ୍ୟକ୍ତି ମାନେ ଅଧିକ ମିସାଣିଆ ହୋଇଥାନ୍ତି ସେମାନେ ଅନ୍ୟ ଆଗରେ ଯେକୌଣସି କଥା କହିବାକୁ ପଛାଇ ନଥାନ୍ତି l କିନ୍ତୁ ଉକ୍ତ ବ୍ୟକ୍ତିଟି ଆପଣଙ୍କ ରହସ୍ୟ ଜାଣିବା ପରେ ଆପଣଙ୍କ ସହିତ ଛଳନା କରିପାରେ l ଏବଂ ଯେତେ ନିବିଡ ବନ୍ଧୁ ହେଲେ ମଧ୍ୟ ଆପଣ ତାର ଛଳନାର ଶିକାର ହୋଇ ପାରନ୍ତି l
* ଅହଂକାରୀ ବ୍ୟକ୍ତି ସର୍ବଦା ଅନ୍ୟ ମାନଙ୍କର ଦୁର୍ବଳତାକୁ ଖୋଜି ଅହଂକାରକୁ ଜାହିର କରିଥାଏ l ତେଣୁ ଅହଂକାରୀ ବ୍ୟକ୍ତି ଆଗରେ କେବେବି କୌଣସି କଥା କହି ଉପହାସର ପତ୍ର ହୁଅନ୍ତୁ ନାହିଁ l ସେ ସର୍ବଦା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ l
Comments are closed.