କଥାରେ ଅଛି ଜଳ ହିଁ ଜୀବନ l ତେଣୁ ଶରୀରରେ ଜଳୀୟ ଅଂଶ କମିବା ଦ୍ୱାରା ହୋଇପାରେ ବଡ ସମସ୍ୟା l ତେଣୁ ଏହି ସବୁ ଲକ୍ଷଣକୁ ଅଣଦେଖା କରିବା ଉଚିତ ନୁହେଁ l ଆସନ୍ତୁ ଆଜି ଜାଣିବା ଶରୀରରେ ଜଳୀୟ ଅଂଶ କମିବା ଦ୍ୱାରା କେଉଁସବୁ ସମସ୍ୟା ଦେଖିବାକୁ ମିଳିଥାଏ l
୧- ଶରୀରରେ ଜଳୀୟ ଅଂଶ କମିବା ଦ୍ୱାରା ଶରୀର କୁଣ୍ଡାଇ ହେବା ସହିତ ନାଲି ନାଲି ଦାନା ମଧ୍ୟ ବାହାରି ଯାଇଥାଏ l ତା ସହିତ ତ୍ୱଚା ଶୁଖିଲା ହେବାର ଦେଖିବାକୁ ମିଳିଥାଏ l
୨ – ଶରୀରରେ ଜଳୀୟ ଅଂଶ କମିବା ଦ୍ୱାରା ସମୟ ପୂର୍ବରୁ ତ୍ୱଚାରେ କୁଞ୍ଚନ ଆସି ଯାଇଥାଏ l ଶୁଷ୍କ ତ୍ୱଚାର ସମୁଖୀନ ହେବାକୁ ପଡିଥାଏ l
୩- ଅଧିକାଂଶ ଲୋକଙ୍କର ଶୀତ ଋତୁ ଛଡା ମଧ୍ୟ ଅନ୍ୟ ଋତୁରେ ଓଠରୁ ଚୋପା ମଧ୍ୟ ଛାଡ଼ିଥାଏ l ଏହା ଶରୀରରେ ଜଳୀୟ ଅଂଶ କମିବା ଦ୍ୱାରା ହୋଇଥାଏ l
୪ – ଶରୀରରେ ଜଳୀୟ ଅଂଶ କମିବା ଦ୍ୱାରା ଥକା ଲାଗିଥାଏ ଓ ମୁଣ୍ଡ ମଧ୍ୟ ଭାରି ଭାରି ଲାଗିଥାଏ l ଏହାଛଡା ଶରୀର ବଳ ଶୂନ୍ୟ ହେବା ଭଳି ଅନୁଭବ ହୋଇଥାଏ l
୫ – ଗ୍ରୀଷ୍ମ ଋତୁରେ ଶରୀରରୁ ଅଧିକ ଝାଳ ବୋହିବା ଦ୍ୱାରା ଶରୀର ନିସ୍ତେଜ ଲାଗି ଥାଏ, ତେଣୁ ଗ୍ରୀଷ୍ମ ଋତୁରେ ଅଧିକ ପାଣି ପିଇବା ପାଇଁ ନିର୍ଦେଶ ଦିଆ ଯାଇଥାଏ l
୬ – ଜଳୀୟ ଅଂଶ ଶରୀରରୁ କମିବା ଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ l ଯେପରିକି ଖାଦ୍ୟ ସହଜ ରେ ହଜମ ହୋଇ ନଥାଏ ଓ ଗ୍ୟାସ ଏସିଡ଼ିଟି ଭଳି ସମସ୍ୟାର ଆମେ ସମୁଖୀନ ହୋଇଥାଉ l
୭ – ଏହାଛଡା କିଡ୍ନୀ ଉପରେ ମଧ୍ୟ ପ୍ରଭାବ ପଡିଥାଏ l ଠିକ ଭାବରେ ପରିସ୍ରା ହେବାରେ ବାଧା ଉପୁଜିବା ସହିତ ପରିସ୍ରା କରିବା ସମୟରେ ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ l
