Odisha news

ମାତ୍ର ଗୋଟିଏ ଟୋପା ସିନ୍ଦୁର ବଦଳାଇ ଦେବ ଆପଣଙ୍କ ଭାଗ୍ୟ, ଏହିଭଳି ଭାବରେ ଭଗବାନଙ୍କୁ ଅର୍ପଣ କରନ୍ତୁ

0

ହିନ୍ଦୁ ଧର୍ମରେ ସମସ୍ତ ପୂଜାରେ ଚନ୍ଦନ ସହିତ ସିନ୍ଦୁରକୁ ଖୁବ ଗୁରୁତ୍ୱ ଦିଆ ଯାଇଥାଏ l ସମସ୍ତ ଦେବୀ ମାନଙ୍କୁ ସିନ୍ଦୁର ଅର୍ପଣ କରି ନିଜ ସ୍ୱାମୀ ମାନଙ୍କର ଦୀର୍ଘାୟୁ କାମନା କରି ଥାଆନ୍ତି ବିବାହିତା ମହିଳାମାନେ l କିନ୍ତୁ ସିନ୍ଦୁର ବେଳେବେଳେ ବଦଳାଇ ଦେଇଥାଏ ଭାଗ୍ୟ l ତେବେ ଆସନ୍ତୁ ଜାଣିବା ସିନ୍ଦୁର କିଭଳି ଆମକୁ ବିପଦରୁ ରକ୍ଷା କରିଥାଏ l

* ଯଦି ପରିବାରର କୌଣସି ସଦସ୍ୟ ରୋଗ ବ୍ୟାଧିରେ ଦୀର୍ଘ ଦିନରୁ ପୀଡିତ ଅଛନ୍ତି ତେବେ ଗୋଟିଏ ଡବା ସିନ୍ଦୁର ତାଙ୍କ ମୁଣ୍ଡ ଚାରି କଡରେ ୭ଥର ବୁଲାଇ ଆଣି କୌଣସି ଠାକୁରାଣୀ ମନ୍ଦିରରେ ଅର୍ପଣ କରନ୍ତୁ l ଏହାଦ୍ୱାରା ରୋଗ ବ୍ୟାଧିରୁ ମୁକ୍ତି ମିଳିବ l

* ପ୍ରତିଦିନ ସକାଳୁ ପୂଜା କରିବା ସମୟରେ ଘରର ମୁଖ୍ୟ ଦ୍ୱାରା ରେ ଫୁଲ ସହିତ ସାମାନ୍ୟ ସିନ୍ଦୁର ଭୂମିରେ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ l ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ l

* ରବିବାର ଦିନ ଗୋଟିଏ ପାନପାତ୍ର ରେ ଫିଟିକିରି ଓ ସିନ୍ଦୁର ଲଗାଇ ଓସ୍ତ ବୃକ୍ଷ ନିକଟରେ ଅର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ଐଶ୍ୱର୍ଯ୍ୟ ଓ ସମ୍ମାନ ବୃଦ୍ଧି ହୋଇଥାଏ l

* ଯଦି ଜୀବନରେ ସମସ୍ତ କାର୍ଯ୍ୟରେ ଅସଫଳ ହେଉଛନ୍ତି ତେବେ ସିନ୍ଦୂରାକୁ ବୋହି ଯାଉଥିବା ଜଳ ରେ ସମର୍ପଣ କରନ୍ତୁ l ଏପରି କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ l

* ଘରେ ସୁଖଶାନ୍ତି ଓ ସମୃଦ୍ଧି ପାଇଁ ଘରର ମୁଖ୍ୟ ଦ୍ୱାରା ସିନ୍ଦୁର ଧାରଣ କରିଥିବା ଗଣେଶଙ୍କ ମୂର୍ତି ରଖନ୍ତୁ l ଯଦି ଆପଣଙ୍କ ଆର୍ଥିକ ସ୍ଥିତିରେ ବାଧା ଉପୁଜୁଛି ତେବେ ନଡ଼ିଆରେ ସିନ୍ଦୁର ଲଗାଇ ଗୋଟିଏ ନାଲି କପଡ଼ାରେ ଗୁଡ଼ାଇ ଲକ୍ଷ୍ମୀ ମନ୍ଦିରରେ ଅର୍ପଣ କରନ୍ତୁ l

* ପ୍ରତି ଶନିବାର ଦିନ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ l ଏହାଦ୍ୱାରା ଜିବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l

Leave A Reply

Your email address will not be published.