ଆମ ସମସ୍ତଙ୍କର ପ୍ରାୟ ପ୍ରାତଃ ଭ୍ରମଣ କିମ୍ବା ସନ୍ଧ୍ୟା ଭ୍ରମଣ କରିଥାଉ l କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ସୁସ୍ଥ ରଖିବା ପାଇଁ ରାତ୍ରି ଭୋଜନ ପରେ ମଧ୍ୟ ଭ୍ରମଣ କରିବାକୁ ପସନ୍ଦ କରି ଥାଆନ୍ତି l କାରଣ ସକାଳେ ଭୋଜନ କରିବା ପରେ ଆମେ ନିଜର କାମରେ ଲାଗି ଯାଇଥାଉ ନଚେତ ଅଫିସ ରେ ଯାଇ ଚେୟାର ଉପରେ ବସି ଫାଇଲ ରେ ଲାଗି ପଡିଥାଉ l ଯାହାଦ୍ୱାରା ଆମର ମେଦ ବହୁଳତା ର ଶିକାର ହୋଇଥାଉ l ସେହିଭଳି ରାତିରେ ଭୋଜନ ପରେ ତୁରନ୍ତ ବିଛଣାକୁ ଯାଇ ସୋଇ ପଡିବା ଶରୀର ପକ୍ଷରେ ହିତକର ନୁହେଁ l
ଆସନ୍ତୁ ଜାଣିବା ରାତ୍ରୀ ଭୋଜନ ପରେ ଚାଲିବା ଦ୍ୱାରା ଶରୀରକୁ କି ଲାଭ ସବୁ ମିଳିଥାଏ –
* ଓଜନ ନିୟନ୍ତ୍ରିତ ହୋଇଥାଏ – ରାତିରେ ଖାଇ ସାରିବା ପରେ ଅତି କମରେ ୨୦ ମିନିଟ ପର୍ଯ୍ୟନ୍ତ ଚାଲିବା ନିହାତି ଆବଶ୍ୟକ l ଏପରି କରିବା ଦ୍ୱାରା ମୋଟାପଣ କିଛି ମାତ୍ରା ରେ ଦୂର ହୋଇଥାଏ l କାରଣ ଖାଲି ପାଦରେ ଚାଲିଲେ ମେଟାବୋଲିଯିମ ବୁଷ୍ଟ ହୋଇଥାଏ l କାରଣ ଓଜନ ହ୍ରାସ ପାଇଁ ମେଟାବୋଲିଯିମ ଠିକ ରହିବା ନିହାତି ଆବଶ୍ୟକ l
* ମଧୁମେହ ନିୟନ୍ତ୍ରିତ ରହିଥାଏ – ଖାଦ୍ୟ ଖାଇବାର କିଛି ସମୟ ପରେ ରକ୍ତ ଶର୍କରା ସ୍ତର ବୃଦ୍ଧି ପାଇବା ଆରମ୍ଭ କରିଥାଏ l ଯେତେବେଳେ ଆପଣ ରାତିରେ ଭୋଜନ ପରେ ଭ୍ରମଣ ରେ ଯାଇ ଥାଆନ୍ତି ଏହା ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ l
* ଇମ୍ୟୁନିଟି ବୃଦ୍ଧି ହୋଇଥାଏ – ରାତିରେ ଖାଇ ସାରିବା ପରେ ଚାଲିବା ଦ୍ୱାରା ମଧ୍ୟ ଇମ୍ୟୁନିଟି ବୃଦ୍ଧି ହୋଇଥାଏ l କାରଣ ଏହା ଆପଣଙ୍କ ଇମ୍ୟୁନ ସିଷ୍ଟମ ର ଟକ୍ସିନ କୁ ବାହାର କରିଥାଏ l
* ପାଚନ ତନ୍ତ୍ର ରେ ସୁଧାର – ରାତିରେ ଖାଇ ସାରିବା ପରେ ଭ୍ରମଣ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ l କୋଷ୍ଠ କାଠିନ୍ୟ ସମସ୍ୟା ଠିକ ରହିଥାଏ ଓ ଗ୍ୟାସ ଏସିଡ଼ିଟି ରୁ ଆରାମ ମିଳିଥାଏ l
* ମାନସିକ ଚାପ କମ ହୋଇଥାଏ – ରାତିରେ ଖାଇ ସାରିବା ପରେ ଚାଲିବା ଦ୍ୱାରା ଏଣ୍ଡୋରଫିନ କୁ ମୁକ୍ତ କରି ଉତେଜନା କୁ କମ କରିଥାଏ l ଯେଉଁ କାରଣରୁ ମଣିଷ ଚିନ୍ତା ମୁକ୍ତ ରହିଥାଏ l