ରଣପୁର : ଡାଇମଣ୍ଡ ମିୟୁଜିକ ୟୁବଟ୍ୟୁବ ଚାନେଲ ତଥା ରଣପୁର ମହାବିଦ୍ୟାଳୟ ଅର୍ଥନୀତି ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ନିରଞ୍ଜନ ଗୁରୁ ପ୍ରଯୋଜିତ ଆମେ ସବୁ ନୟାଗଡ ଷଣ୍ଢ ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେଉଥିବା ଜଣାପଡିଛି ଏହି ଗୀତ ର ଗୀତିକାର ଗିରିଜା ପ୍ରସାଦ ସାହୁ ହେଇଥିବା ବେଳେ ଏହି ଗୀତ ରେ କଣ୍ଠ ଦାନ କରିଛନ୍ତି ଓଡିଶା ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସଙ୍ଗୀତ ନିର୍ଦ୍ଧେଶନା ଦେଇଛନ୍ତି ସୁନୀଲ ମହାନ୍ତି (ମୁନୁ ପାଗଳ )ଏହି ସଙ୍ଗୀତ ଆମେ ସବୁ ନୟାଗଡ ଷଣ୍ଢ ଶୁଣିବାକୁ ଯୁବ ପିଢ଼ି ଶ୍ରୋତା ମାନଙ୍କ ମଧ୍ୟରେ ଖୁବ ଆଦୃତ ହୋଇଥିବା ବେଳେ ଦୁଇ ଦିନ ମଧ୍ୟରେ ଏହି ସଙ୍ଗୀତ କୁ ୟୁବଟ୍ୟୁବ ରେ ପ୍ରାୟ ଷାଠିଏ ହଜାର ଲୋକ ଦେଖିସାରିଲେଣି ଯାହାକୁ ପ୍ରଯୋଜକ ନିରଞ୍ଜନ ଗୁରୁ ବେଶ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ନୟାଗଡ ସଂସ୍କୃତି ପରମ୍ପରା, କଳା ଓ ଐତିହ କୁ ନେଇ ଓଡିଶା ର ସୁନାମ ଧନ୍ୟ କଳାକାର ଙ୍କ ସହିତ ଭିଡିଓ ଆଲବମ କରିବା ସହିତ ସଙ୍ଗୀତ ରିଲିଜ କରାଯିବା ବୋଲି ସୂଚନା ଦେଇଛନ୍ତି