Odisha news

କଣ ଆପଣ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ମାନସିକ ଦୁଶ୍ଚିନ୍ତା ମଣିଷ ଜୀବନ ସହିତ ସବୁ ବେଳେ ଜଡ଼ିତ । ସବୁ ମଣିଷ କିଛି ନା କିଛି ଚିନ୍ତା ମଧ୍ୟରେ ରହି ଥାଆନ୍ତି । କିନ୍ତୁ କିଛି ଲୋକ ଚିନ୍ତା ରେ ଏପରି ଗ୍ରଶିତ ହୋଇ ଥାଆନ୍ତି ସେମାନଙ୍କୁ ଏହି ଚିନ୍ତା ରୋଗ ରେ ପକାଇ ଦେଇଥାଏ । ଯାହା ଦ୍ଵାରା ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ , ମଧୁମେହ ଭଳି ରୋଗରେ ଆକ୍ରାନ୍ତ ହୋଇ ଥାଆନ୍ତି ।
ନିକଟରେ ହୋଇଥିବା ଗୋଟିଏ ଗବେଷଣା ରୁ ମନସ୍ତତ୍ତ୍ୱ ବୀତ ମାନେ ମତ ଦେଇଛନ୍ତି ଯେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଆମେ ନିୟମିତ ଖାଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ସହ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା ପାଇବା । କର୍ଲିଫର୍ଣିୟା ବିଶ୍ଵ ବିଦ୍ୟାଳୟ ରେ ହୋଇଥିବା ଏହି ଅଧ୍ୟୟନ ରେ କିଛି ୩୦-୫୦ ବର୍ଷ ବୟସ୍କ ବ୍ୟକ୍ତି ଙ୍କୁ ନିଆ ଯାଇଥିଲା । ଏଥିରେ ସେମାନଙ୍କୁ ବିଶେଷ ଭାବରେ କିଛି ଖାଦ୍ୟ ପଦାର୍ଥ କୁ ଦିଆଯାଇ ଅନୁଧ୍ୟାନ କରା ଯାଇଥିଲା । ସେଥିରୁ ଜଣା ପଡିଥିଲା –
* କାଜୁ – କାଜୁ ରେ ଅନେକ ଗୁଡ଼ିଏ ଭିଟାମିନ ଓ ମିନେରାଲ ରହିଛି , ଯାହା ଶରୀର ପାଇଁ ଖୁବ୍ ହିତକର । କିନ୍ତୁ ବିଶେଷ କରି ଏଥିରେ ଯିଙ୍କ୍ ର ଖୁବ୍ ଭଲ ସ୍ରୋତ ରହିଛି । ଯିଂକ୍ ମାନସିକ ଚିନ୍ତା ଓ ଦିପ୍ରେସନ୍ କୁ କମ୍ କରିଥାଏ । ତେଣୁ ମାନସିକ ରୋଗୀ ପ୍ରତିଦିନ ୧୦ଗ୍ରାମ କାଜୁ ଖାଇବା ଉଚିତ୍ ।
* ଡାର୍କ ଚକୋଲେଟ୍ – ଡାର୍କଚକୋଲେଟ୍ ରେ ପନିଫେନୋଲ୍ ରହିଛି । ଯାହା କର୍ଟି ସୋଲ ସ୍ତରକୁ କମ୍ କରିଥାଏ । ଏଥିରେ ଶର୍କରା ଅଂଶ କମ୍ ରହିଥାଏ । ତେଣୁ ପ୍ରତିଦିନ ଡାର୍କଚକୋଲେଟ୍ ଖାଇବା ଦ୍ବାରା ଆପଣଙ୍କ ମାନସିକ ଚାପ କମ ହୋଇ ପାରିବ ।
* ଓଟ୍ସ୍ – ଓଟ୍ସ୍ ମସ୍ତିଷ୍କର ସେରୋଟିନ ରିଲିଜ୍ କରିଥାଏ । ସେରୋଟିନ୍ ମସ୍ତିଷ୍କ କୁ ଶାନ୍ତ କରିଥାଏ । ଓଟ୍ସ୍ ରେ ଆଣ୍ଟି ଅକ୍ସୀଡେଣ୍ଟ ମଧ୍ୟ ରହିଛି । ଯାହା ମାନସିକ ଚାପ କୁ କମ କରିଥାଏ ।
* ଗ୍ରୀନ ଟି – ଗ୍ରୀନ ଟି ରେ ଥିନିନ୍ ନାମକ ଆମିନୋ ଏସିଡ ରହିଛି । ଏହା ଏକ ସ୍ଲିମିଂ ଫୁଡ୍ ଅଟେ ଓ ଉନ୍ନତ ମାନର ବ୍ରେନ୍ ବୁଷ୍ଟାର ମଧ୍ୟ ଅଟେ । ଯାହା ଚିନ୍ତା କୁ କମ କରିଥାଏ ଓ ମସ୍ତିଷ୍କ କୁ ଠିକ୍ ଭାବରେ କାର୍ଯ୍ୟ କ୍ଷମ କରାଇଥାଏ ।
* ମାଂସ – ଯଦି ଆପଣ ଜଣେ ନନ୍ ଭେଜିଟେରିଆନ ତେବେ ଆପଣ ନିଜ ମାନସିକ ଚାପ କୁ ନିୟନ୍ତ୍ରଣ କରିବା ପାଇଁ ମାଂସ ମଧ୍ୟ ସେବନ କରି ପାରିବେ । ଏଥିରେ ଓମେଗା – 3 ଫ୍ୟାଟି ଏସିଡ ରହିଛି । ଏହାକୁ ସେବନ କରିବା ଦ୍ୱାରା ଚିନ୍ତା କମ ହୋଇଥାଏ ।
* ଆଖରୋଟ – ଆଖାରୋଟ ସେବନ କରିବା ମସ୍ତିଷ୍କ କୁ ଚିନ୍ତା ମୁକ୍ତ କରିଥାଏ । ଅଖରୋଟ ଖାଇଲେ ମସ୍ତିଷ୍କ ମଜବୁତ୍ ହୋଇଥାଏ । ଏହାକୁ ଆପଣ ସକାଳ ଜଳଖିଆ ରେ ଖାଇ ପାରିବେ ଯାହା ଦ୍ଵାରା ଆପଣଙ୍କୁ କାର୍ଯ୍ୟ କରିବା ପାଇଁ ଶକ୍ତି ମିଳିବ ।
* ବିଭିନ୍ନ ପ୍ରକାରର ଫଳ – ଏହି ଗବେଷଣା ରୁ ଜଣା ପଡ଼ିଛି ବିଭିନ୍ନ ପ୍ରକାରର ଫଳ ଆପଣଙ୍କ ମସ୍ତିଷ୍କ ପାଇଁ ଖୁବ୍ ଉପଯୋଗୀ । ଫଳ ରେ ଆଣ୍ଟି ବ୍ୟାକ୍ଟେରିଆ , ଆଣ୍ଟି ଭାଇରସ ଓ ଆଣ୍ଟି ଭାଇରାଲ୍ ଗୁଣ ରହିଛି । ଶରୀର ସହିତ ମସ୍ତିଷ୍କ ପାଇଁ ଖୁବ୍ ହିତକର ।
* ସବୁଜ ପନିପରିବା – ସବୁଜ ପନିପରିବା ଶରୀର ପାଇଁ ସବୁବେଳେ ହିତକର । କିନ୍ତୁ ବିଶେଷ କରି ସବୁଜ ପନିପରିବା ରେ ଭିଟାମିନ , ମିନେରାଲ , କ୍ୟାଲସିୟମ , ଆଇରନ , ଫାଇବର , ଆୟୋଡିନ ସହିତ ଆଣ୍ଟି ଅକ୍ସିଡେଣ୍ଟ ରହିଛି । ଏହାକୁ ସେବନ କରିବା ଦ୍ୱାରା ମସ୍ତିଷ୍କ ଠିକ୍ ଭାବରେ କାର୍ଯ୍ୟ କରିଥାଏ ।
* କଦଳୀ – କଦଳୀ ଶରୀର ପାଇଁ ଖୁବ୍ ହିତକର । କଦଳୀ ଖାଇବା ଦ୍ବାରା ଶରୀରରେ ହାପି ହର୍ମୋନ ଆକ୍ଟିଭ ହୋଇଥାଏ । ଯଦି ଆପଣ ଅଙ୍ଗଜାଇଟି ଅନୁଭବ କରୁଛନ୍ତି ତେବେ ତୁରନ୍ତ ଗୋଟିଏ କଦଳୀ ଖାଇ ନିଅନ୍ତୁ ।

Comments are closed.