Odisha news

ଅଁରାରେ ସକାରୀ ଜମି ବିବାଦକୁ ନେଇ ମହିଳାଙ୍କୁ ଆକ୍ରମଣ

0

ହାଟଡ଼ିହି : ହାଟଡିହି ବ୍ଲକ ଅଁରା ଗ୍ରାମରେ ଏକ ସରକାରୀ ଜମି ବିବାଦକୁ ନେଇ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗ୍ରାମର ମୁଣ୍ଡାସାହି ନିକଟରେ ନାରାୟଣ ପରିଡା ନାମକ ଜଣେ ବ୍ୟକ୍ତି ଘର କରିରହୁଥିବାବେଳେ ନିକଟରେ ଥିବା ଏକ ସରକାରୀ ଜମିକୁ ଜବରଦଖଲ କରିଥିଲେ । କିନ୍ତୁ ଗଡିଆ ସାହିର ଲୋକମାନେ ଏହାକୁ ବିରୋଧକରି ଏହି ଜମି ଜବରଦଖଲରୁ ହଟିଯିବା ପାଇଁ ତାଙ୍କୁ କହୁଥିଲେ । ଏପରିକି ତାଙ୍କୁ ସେଥିପାଇଁ ଏକଘରିଆ କରିବା ସହିତ ତାଙ୍କ ଦୋକାନରୁ କେହି କାରବାର ନକରିବାକୁ ମଧ୍ୟ ଗାଁ ଲୋକେ ନିଷ୍ପତି ନେଇଥିଲେ ।

ତାଙ୍କୁ ବାରମ୍ବାର ସାହିଲୋକମାନେ ତାଙ୍କୁ  ଧମକ ଚମକ ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ନେଇ  ଆଜି ସକାଳେ ତାଙ୍କ ପତ୍ନୀ ଦମୟନ୍ତୀ ପରିଡା ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ପୁଲିସରେ ଅଭିଯୋଗ କରି ଘରକୁ ଆସିବାପରେ   ସାହିର ଲୋକମାନେ ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ । ୧୫ରୁ ୨୦ଜଣ ସାହିଲୋକ ଠେଙ୍ଗାବାଡି ଧରି ଆକ୍ରମଣ କରିବାରୁ  ଦମୟନ୍ତୀଙ୍କ ସମେତ ତାଙ୍କ ପରିବାର ସଦସ୍ୟ ମାନେ ଆହତ ହୋଇଛନ୍ତି । ଦମୟନ୍ତୀଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବାବେଳେ ତାଙ୍କୁ  ଗୁରୁତର ଅବସ୍ଥାରେ ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାକୁନେଇ ଗାଁରେ ଉତ୍ତେଜନା ଲାଗି ରହିଛି । ରାତିରେ ନାରାୟଣଙ୍କ ପରିବାର ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.