ସବୁ ମଣିଷ ସୁଖୀ ଜୀବନ ଚାହିଁ ଥାଆନ୍ତି , ପରିଶ୍ରମ ଦ୍ୱାରା ମଣିଷ ପଇସା ତ ରୋଜଗାର କରିଥାଏ , କିନ୍ତୁ ସର୍ବଦା ସୁଖ ଶାନ୍ତି ପାଇଁ ସେ ଚେଷ୍ଟିତ ଥାଏ l ମଣିଷ ର କିଛି ଅଭ୍ୟାସ ତାର ଭଲ ଓ ଖରାପ ସମୟ ର କାରଣ ହୋଇଥାଏ l ଜୀବନ କୁ ଯଦି ସରଳ ଓ ସୁନ୍ଦର କରିବାର ଅଛି ତେବେ ଆମକୁ କିଛିଟା ଜିନିଷ କୁ କଦାପି ଧ୍ୟାନ ନଦେବା ଉଚିତ l
ବିପରୀତ ସମୟରେ ବ୍ୟକ୍ତିର ବ୍ୟକ୍ତିର ଧର୍ଯ୍ୟ ଓ ମହତ ଗୁଣ ତାକୁ ଅନ୍ଧକାର ରୁ ଆଲୋକ ଆଡକୁ ନେଇ ଯାଇଥାଏ l ତେଣୁ ସୁଖ ଓ ଶାନ୍ତି ପାଇଁ ଆମକୁ କିଛିଟା କଥାକୁ ବିଶେଷ ଧ୍ୟାନ ଦେବା ଜରୁରୀ l
* ଗୋଟିଏ ଶାନ୍ତି ଓ ସୁଖମୟ ଜୀବନ ପାଇଁ ଏହି ୩ ଟି କଥାକୁ ନିହାତି ଧ୍ୟାନ ରଖନ୍ତୁ :-
– ଅତି ଭାବ ବିହ୍ଵଳ ହୋଇ କାହାକୁ କୌଣସି ବଚନ ଦିଅନ୍ତୁ ନାହିଁ l
– କ୍ରୋଧ ସମୟରେ କାହାକୁ ଜବାବ ଦିଅନ୍ତୁ ନାହିଁ l
– ଅସୁବିଧା ସମୟରେ ଧର୍ଯ୍ୟ ଧରନ୍ତୁ l
* ବିଦ୍ୱାନ ବ୍ୟକ୍ତି ସର୍ବଦା ଅନ୍ୟର ଭୁଲ କୁ ଅଣଦେଖା କରି ସନ୍ତୁଷ୍ଟ ରହିଥାଏ , ଅନ୍ୟ ପକ୍ଷରେ ଦୁର୍ବଳ ବ୍ୟକ୍ତି ପ୍ରତିଶୋଧ ର ଭାବନା ରେ ଅନ୍ୟର ଅପପ୍ରଚାର କରିଥାଏ l
* ବିପଥ ଗାମୀ ହୋଇ ଧନୀ ହେବା ଠାରୁ ନିଜ ପରିଶ୍ରମ ରେ ଅର୍ଜିତ ଧନ ରେ ଗରିବ ରହି ଇଜ୍ଜତ ର ଜୀବନ ଭଲ l
* ସେହି ମଣିଷ ଜୀବନ ରେ ସୁଖୀ ଯିଏ କି ଆଶା ରଖି ନଥାଏ , କାହିଁକି ନା ତାକୁ କଦାପି ନିରାଶ ହେବାକୁ ପଡି ନଥାଏ l
* ଆଲୋଚନା ରେ ଲୁଚି ରହିଥିବା ସତ ଓ ପ୍ରଶଂସା ରେ ଲୁଚି ରହିଥିବା ମିଛ ଯଦି ଆପଣ ବୁଝି ଯିବେ ତେବେ ଆପଣଙ୍କର ଅଧା ସମସ୍ୟା ଦୂର ହୋଇଯିବ l
* ଲୁଣ ଭଳି କରନ୍ତୁ ନିଜର ସ୍ଵଭାଵ , ବେସକ ଆପଣଙ୍କ ଉପସ୍ଥିତି କେହି ଅନୁଭବ ନ କରନ୍ତୁ , କିନ୍ତୁ ଅନୁପସ୍ଥିତି ସମସ୍ତେ ଅନୁଭବ କରିବା ଜରୁରୀ l
* ସୁଖୀ ଜୀବନ ର ସବୁଠୁ ଭଲ ଉପାୟ ହେଲା ନିଜର ଭୁଲ ଥିଲେ କ୍ଷମା ମାଗିଦିଅ ଓ ଅନ୍ୟର ଭୁଲ ଥିଲେ କ୍ଷମା କରିଦିଅ l
* ଭଲ ସମୟ ଦେଖିବା ପାଇଁ ଖରାପ ସମୟ ରେ ଗତି କରିବା ଜରୁରୀ ଓ ଖରାପ ସମୟରେ ଧର୍ଯ୍ୟ ରଖି ଆଗକୁ ଆଗେଇବା ଜରୁରୀ l