ରାମାୟଣ ମହାକାବ୍ୟ ରେ ଅଞ୍ଜନୀ ପୁତ୍ର ହନୁମାନ ଙ୍କ ର ବିଶେଷ ସ୍ଥାନ ରହିଛି । ହନୁମାନ ହେଉଛନ୍ତି ମହାଦେବ ଙ୍କ ଏକାଦଶ ରୁଦ୍ରାବତାର । ପ୍ରଭୁ ଶ୍ରୀରାମ ଙ୍କ ର ମଧ୍ୟ ହନୁମାନ ଅତି ପ୍ରିୟ ଥିଲେ ଆମେ ଜାଣିଛୁ । କୁହାଯାଏ ଯେ ହନୁମାନ ଙ୍କ ଜନ୍ମ ଶ୍ରୀରାମ ଙ୍କ ଭକ୍ତି ଓ ସେବା କରିବା ହୋଇଥିଲା ।
ଆଜି ମଧ୍ୟ ସସରିରେ ଉପସ୍ଥିତ ଅଛନ୍ତି ହନୁମାନ -:
ଜ୍ୟୋତିଷ ଗଣନା ଅନୁଯାୟୀ ହନୁମାନ ଙ୍କ ଜନ୍ମ ୫୮ ହଜାର ୧୧୨ ବର୍ଷ ପୂର୍ବରୁ ତ୍ରେତେୟ ଯୁଗରୁ ଶେଷ ସମୟ ବେଳକୁ ଚୈତ୍ର ପୂର୍ଣ୍ଣିମା ଦିନ ମଙ୍ଗଳବାର ଚିତ୍ରା ନକ୍ଷତ୍ର ଓ ମେଷ ଲଗ୍ନ ରେ ହୋଇଥିଲା । ହନୁମାନ ଯିଏ କି ଗୋଟିଏ ଦେବତା ଆଜି ମଧ୍ୟ ସସରୀରେ ପୃଥିବୀ ରେ ଅଛନ୍ତି । ତେଣୁ କଳି କାଳରେ ପୂଜା ଖୁବ୍ ଫଳଦୟୀ ।
କଳି ଯୁଗରେ ହନୁମାନ ଙ୍କ ର ଏମାନେ ହେଲେ ପରମ ଭକ୍ତ :-
– ମାଧବାଚାର୍ଯ୍ୟ ଙ୍କ ଜନ୍ମ ୧୨୩୮ ରେ ହୋଇଥିଲା । ସେ ପ୍ରଭୁ ଶ୍ରୀରାମ ଓ ହନୁମାନ ଙ୍କ ପରମ ଭକ୍ତ ଥିଲେ । କୁହାଯାଏ ଯେ ମାଧବାଚର୍ଯ୍ୟ ଙ୍କୁ ହନୁମାନ ସ୍ଵୟଂ ତାଙ୍କ ଆଶ୍ରମ ରେ ଦର୍ଶନ ଦେଇଥିଲେ ।
– ତୁଳସୀ ଦାସ – ତୁଳସୀ ଦାସ ଙ୍କ ଜନ୍ମ ୧୫୫୪ ଖ୍ରୀଷ୍ଟାବ୍ଦ ରେ ଶ୍ରାବଣ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ରେ ହୋଇଥିଲା । କୁହାଯାଏ ଯେ ସର୍ବ ପ୍ରଥମେ ହନୁମାନ ତୁଳସୀ ଦାସ ଙ୍କୁ ଗୋଟିଏ ପ୍ରେତ ରୂପରେ ଜନ୍ମ ଦେଇଥିଲେ । କିନ୍ତୁ ତୁଳସୀ ଦାସ ହନୁମାନ ଙ୍କୁ ତୁରନ୍ତ ଚିହ୍ନି ପାରିଥିଲେ ।
– ରାଘବେନ୍ଦ୍ର ସ୍ଵାମୀ –
୧୫୯୫ ରେ ଜନ୍ମିତ ରାଘବେନ୍ଦ୍ର ସ୍ବାମୀ ମାଧବ ସମୁଦାୟ ଙ୍କ ଗୁରୁ ଥିଲେ । ସେ ଶ୍ରୀରାମ ଙ୍କ ଭକ୍ତ ସହିତ ହନୁମାନ ଙ୍କ ଭକ୍ତ ଥିଲେ । କୁହାଯାଏ ଯେ ରାଘଭେନ୍ଦ୍ର ସ୍ବାମୀ ଙ୍କୁ ମଧ୍ୟ ସ୍ଵୟଂ ହନୁମାନ ଦର୍ଶନ ଦେଇଥିଲେ ।
– ସମର୍ଥ ରାମଦାସ – ସମର୍ଥ ରାମଦାସ ଙ୍କ ଜନ୍ମ ୧୬୦୮ ରେ ଗୋଦା କୂଳରେ ରାମନବମୀ ଦିନ ହୋଇଥିଲା । ସେ ଛତ୍ରପତି ଶିବାଜୀ ଙ୍କ ଗୁରୁ ଥିଲେ । ସେ ମହାରାଷ୍ଟ୍ର ରେ ପ୍ରଭୁ ଶ୍ରୀରାମ ଓ ହନୁମାନ ଙ୍କ ଭକ୍ତିର ପ୍ରସାର କରିଥିଲେ । ତାଙ୍କୁ ହନୁମାନ ଦର୍ଶନ ଦେଇଥିବାର ମଧ୍ୟ ଲେଖା ଯାଇଛି ।
– ଶ୍ରୀ ରାମ କୃଷ୍ଣ ପରମ ହଂସ – ସ୍ବାମୀ ରାମକୃଷ୍ଣ ପରମହଂସ ଙ୍କ ଜନ୍ମ ୧୮୩୬ ରେ ହୋଇଥିଲା । ସେ ମା କାଳୀ ଙ୍କ ସହିତ ହନୁମାନ ଙ୍କ ଭକ୍ତ ଥିଲେ । କୁହାଯାଏ ଶ୍ରୀ ରାମକୃଷ୍ଣ ପରମହଂସ ସର୍ବଦା ହନୁମାନ ଙ୍କ ଭକ୍ତି ରେ ଲିନ ରହୁଥିଲେ ଓ ହନୁମାନ ତାଙ୍କୁ ଦର୍ଶନ ଦେଇଥିଲେ ।
– ସ୍ବାମୀ ବିବେକାନନ୍ଦ – ରାମକୃଷ୍ଣ ପରମହଂସ ଙ୍କ ଶିଷ୍ୟ ବିବେକାନନ୍ଦ ଆଧ୍ୟାତ୍ମିକ ପ୍ରତି ଗଭୀର ରୁଚି ରଖିଥିଲେ । ସେ ସବୁବେଳେ ନିଜ ଶିଷ୍ୟ ମାନଙ୍କୁ ହନୁମାନ ଙ୍କ କାହାଣୀ ଶୁଣାଇ ପ୍ରେରିତ କରିଥିଲେ । କୁହାଯାଏ ଯେ ସ୍ବାମୀ ବିବେକାନନ୍ଦ ଙ୍କୁ ହନୁମାନ ସ୍ଵୟଂ ଦର୍ଶନ ଦେଇଥିଲେ ।
– ଶ୍ରୀ ଶିରିଡ଼ି ସାଇବାବା – କୁହାଯାଏ ଯେ ସାଇବାବା ଙ୍କ ଉପରେ ହନୁମାନ ଙ୍କ କୃପା ରହିଥିଲା ଓ ସେ ପ୍ରଭୁ ଶ୍ରୀରାମ ଓ ହନୁମାନ ଙ୍କ ଭକ୍ତି ରେ ସର୍ବଦା ଲୀନ ରହୁଥିଲେ । ସେ ନିଜର ଶେଷ ସମୟରେ ସେ ରାମ ବିଜୟ ପ୍ରକରଣ ଶୁଣାଇ ଦେହ ତ୍ୟାଗ କରିଥିଲେ ।
– ନିମ୍ କରୋଲି ବାବା – ତାଙ୍କ ଜନ୍ମ ପାଖାପାଖି ୧୯୦୦ ମସିହା ବେଳକୁ ଉତ୍ତରପ୍ରଦେଶ ର ଆକବର ପୁର ରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ଲକ୍ଷ୍ମୀ ନାରାୟଣ ଶର୍ମା ଥିଲା । ସେ ସାରା ଦେଶ ରେ ହନୁମାନ ଙ୍କ ୧୦୮ ଟି ମନ୍ଦିର ତିଆରି କରିଥିଲେ । କୁହାଯାଏ ଯେ ବାବା ଙ୍କୁ ହନୁମାନ ସ୍ଵୟଂ ଦେଖା ଦେଇଥିଲେ ।
