Odisha news

“ହମ” ଗ୍ରୁପ ତରଫରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

0

ଅନୁଗୁଳ -ମହାମାରୀ କରୋନା ଦିନକୁ ଦିନ ଯେତେ ଭୟାବହ ହେବାକୁ ଲାଗିଛି, ସେତିକି ସଚେତନତା କାର୍ୟ୍ୟକ୍ରମ ମାନ ସରକାରଙ୍କ ତରଫରୁ ହାତକୁ ନିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଅନୁଗୋଳର ” ହମ ” ଗ୍ରୁପ ତରଫରୁ କରୋନା ସଚେତନତା କାର୍ୟ୍ୟକ୍ରମ ଓ ମାସ୍କ ବଣ୍ଟନ କରାଯାଇଛି। ୨୦୦୦ ମାସ୍କ, ୫୦୦ ପ୍ୟାକେଟ ବିସ୍କୁଟ, ୫୦୦ ସାବୁନ ‘ ହମ ‘ ଗ୍ରୁପ ତରଫରୁ ଲୋକମାନଙ୍କୁ ବଣ୍ଟନ କରାଯିବା ସହ ସାମାଜିକ ଦୂରତ୍ୱ, ସାବୁନ ରେ ହାତ ଧୋଇବା ସହ ଲକ ଡାଉନରେ ଜରୋରୀ କାର୍ୟ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଥିଲେ। ଏହି ସଚେତନତା କାର୍ୟ୍ୟକ୍ରମ ଅନୁଗୋଳ ଷ୍ଟାଡିୟମ ରୁ ବାହାରି ହରିମୌରୀ ଛକ, ସାପ୍ତାହିକ ହାଟ, ମାଟିଆସାହି ଓ ମିଶ୍ରପଡା ଛକରେ କରାଯାଇଥିଲା। ଗତ କିଛିଦିନ ତଳେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୨ ହଜାର ୨୨୨ ଟଙ୍କା ଅନୁଗୁଳ ର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ଏକ ଡ୍ରାଫ୍ଟ ମାଧ୍ୟମରେ ପ୍ରଦାନ କରିଥିଲେ। କରୋନା ମୁକାବିଲା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ” ହମ “ଗ୍ରୁପର ସଦସ୍ୟ ସୂଚନା ଦେଇଛନ୍ତି। ଏହି କାର୍ୟ୍ୟକ୍ରମରେ ସଞ୍ଜୀବ କୁମାର ମାଣ୍ଡୋଠିଆ, ବିଜୟ କୁମାର ଅଗ୍ରୱାଲ, ଅଶୋକ ପ୍ରଧାନ, ସୂର୍ୟ୍ୟକାନ୍ତ ମହାନ୍ତ, ଦିଲ୍ଲୀପ ସାମନ୍ତ, ନିର୍ଣ୍ଣୟ ନାୟକ, ବିନଲ ଅଗ୍ରୱାଲ, ସୁରଜ ଅଗ୍ରୱାଲ, ପୁନିତ ଗୋଏଲ, ଅମିତ ଅଗ୍ରୱାଲ, ବିକାଶ ସାହୁ, ଶ୍ୟାମ ସୁନ୍ଦର ସାହୁ, ସନ୍ତୋଷ ରଥ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହିଭଳି ସଚେତନତା କାର୍ୟ୍ୟକ୍ରମ ଚାଲିରହିବା ସହ ଆବଶ୍ୟକ ପଡ଼ିଲେ ପ୍ରଶାସନ କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଗ୍ରୁପ ର ସଦସ୍ୟ ସଞ୍ଜୀବ କୁମାର ମାଣ୍ଡୋଠିଆ ସୂଚନା ଦେଇଛନ୍ତି।

Leave A Reply