ନୂଆଦିଲ୍ଲୀ : ଭାରତ ସରକାର ଭାରତ ସ୍ଥିତ ପାକିସ୍ତାନର ଉଚ୍ଚାୟୋଗ କର୍ମଚାରୀ ମାନଙ୍କର ସଂଖ୍ୟା ଅଧା କରିବା ପାଇଁ ନିଷ୍ପତି ନେଇଛନ୍ତି l ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭାରତ ସରକାର ପାକିସ୍ତାନର ଉଚ୍ଚାୟୋଗର କର୍ମଚାରୀ ମାନଙ୍କର ସଂଖ୍ୟା ୫0 ପ୍ରତିସଦ କମ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି l ବିଦେଶ ମନ୍ତ୍ରାଳୟ ସୂଚନା ଅନୁସାରେ ଇସ୍ଲାମବାଦରେ ଭାରତ ମଧ୍ୟ ନିଜର ଉପତିଥି ମଧ୍ୟ କମ କରିବ l ଦିଲ୍ଲୀରେ ପାକିସ୍ତାନର ଉଚ୍ଚାୟୋଗ ISI ପାଇଁ ଏକ ପ୍ରକାରର ଜ୍ୱାସୁସିର ଅଡା ହୋଇ ସାରିଛି l ବର୍ତ୍ତମାନ ପାକିସ୍ତାନ ଉଚ୍ଚାୟୋଗରେ ୧୧0 ଜଣ କର୍ମଚାରୀଙ୍କ ପାଇଁ ଅନୁମତି ମିଳିଥିଲା ,କିନ୍ତୁ ବର୍ତ୍ତମାନ ଏହା ୫୫ ଜଣଙ୍କ ମଧ୍ୟରେ ସୀମିତ ରଖାଯିବ l
ଏହି ସମ୍ବଧରେ କଥାବାର୍ତା ପାଇଁ ପାକିସ୍ତାନର ଉପ ରାଜଦୂତଙ୍କୁ ଡାକ ଯାଇଥିଲା ଓ ତାଙ୍କୁ କୁହl ଯାଇଛି ଯେ ଭାରତ ତାଙ୍କର ଉଚ୍ଚାୟୋଗରେ କାର୍ଯ୍ୟରତ କର୍ମଚାରୀଙ୍କ ଗତିବିଧିକୁ ନେଇ ଲଗାତାର ଚିନ୍ତା ପ୍ରକାଶ କରୁଛି l ପାକିସ୍ତାନର ଉଚ୍ଚାୟୋଗ କର୍ମଚାରୀ ମାନେ ଜାସୁସି କରିବା ସହିତ ଆତଙ୍କୀ ସଂଗଠନ ମାନଙ୍କ ସହିତ ଲିପ୍ତ ରହୁଛନ୍ତି l
ଉଦାହରଣ ସ୍ୱରୂପ ମଇମାସ ୩୧ ତାରିଖ ଦିନ ପାକିସ୍ତାନର ଦୁଇଜଣ ଅଧିକାରୀଙ୍କୁ ଗିରଫ କରାଯାଇ ଭାରତରୁ ବାହାର କରାଗଲା lଦିଲ୍ଲୀ ପୋଲିସର ବିଶେଷ ଶାଖା ଓ ଇଣ୍ଟେଲିଜେନ୍ସ ବିଯୁରୋ ପାକିସ୍ତାନ ଉଚ୍ଚାୟୋଗର ଦୁଇଜଣ କର୍ମଚାରୀ ଓ ତାଙ୍କ ଡ୍ରାଇଭରଙ୍କୁ ଜାସୁସି କରୁଥିବା ସମୟରେ ଧରିଥିଲା l ଭାରତ ସରକାର ଏହି ସମସ୍ତଙ୍କୁ ଜାସୁସି ଗତିବିଧିରେ ଲିପ୍ତ ଥିବା ହେତୁ ଅବାଂଛିତ ବ୍ୟକ୍ତି ଘୋଷଣା କରି ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନିର୍ଦେଶ ଦେଇଥିଲେ lଏହି ଦୁଇଜଣ ଅଧିକାରୀ ଉଚ୍ଚାୟୋଗରେ ଭିସା ସହାୟକ ପାଦରେ ନିୟୋଜିତ ଥିଲେ l