Odisha news

ରଥଯାତ୍ରା ବାତିଲ ନେଇ ଭକ୍ତ ବ୍ୟଥିତ:  ଟିଭି ଦେଖି ସନ୍ତୁଷ୍ଟି ଲଭିଲେ

0
ଆସିକା :  ଆସିକା ତଥା ଆଖ ପାଖ ଅଂଚଳରେ ରହିଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇନପାରିବାରୁ  ଭକ୍ତ  ମଧ୍ୟରେ  ନୈରାଶ୍ୟ ଦେଖାଯାଇଛି। ଆସିକା ସହରର ସୁନାମ୍ବ ସାହି,ବଡ଼ମୁନି ସାହି, ଖମ୍ବେଶ୍ୱରୀପାଟଣା, ନୂଆଗାଁ, କାଳଷଣ୍ଢପୁର  ଏବଂ ବିଭିନ୍ନ ଗ୍ରାମ ପଂଚାୟତରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରରେ ପ୍ରଭୁ  ଙ୍କ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇନାହାନ୍ତି।
ତେବେ ମନ୍ଦିର ନିକଟରେ ଥିବା ଅସ୍ଥାୟୀ  ମଣ୍ଡପ କିମ୍ବା ଗୃହ ରେ  ମହାପ୍ରଭୁ ଙ୍କୁ ପହଣ୍ଡି ବିଜେ କରାଯାଇ ପ୍ରତୀକାତ୍ମକ  ଯାତ୍ରା  ଅନୁଷ୍ଠିତ ହୋଇଛି । ସମସ୍ତ ମନ୍ଦିରରେ ଭକ୍ତ ଶୂନ୍ୟ ହୋଇ କେବଳ ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ପୂଜକଙ୍କୁ ନେଇ ପ୍ରଭୁଙ୍କ ରୀତିନୀତି କାର୍ଯ୍ୟ ସମାପନ କରାଯାଇଛି।
ସମ୍ପ୍ରତି ପରିସ୍ଥିତିରେ କଟକଣା ଯୋଗୁଁ ବାଧ୍ୟ ହୋଇ ଭକ୍ତ ତଥା ଲୋକେ ପ୍ରଭୁ ରଥାରୂଢ ଜଗନ୍ନାଥଙ୍କ ରଥଯାତ୍ରା ଦେଖି ଆଖି ପବିତ୍ର କରିବା ପାଇଁ ଚାହିଁ ବସିଥିବା ବେଳେ ତାହା ସମ୍ଭବ ହୋଇନଥିଲେ ମଧ୍ୟ  ମହାପ୍ରଭୁ ଙ୍କ ମୁଖ୍ୟ ପୀଠ ପୁରୀ ର  ରଥ ଯାତ୍ରା କୁ
ଟିଭି  ରେ ଦେଖି ସନ୍ତୁଷ୍ଟି ହେବାକୁ ପଡିଛି।
Govt
Leave A Reply