Odisha news

ସ୍ମାର୍ଟ ଅଟୋ ଆପ୍ ଉଦ୍ଘାଟିତ

0

ଭୁବନେଶ୍ୱର ୨୩/୦୬ ପବିତ୍ର ରଥଯାତ୍ରା ଅବସରରେ ରାଜଧାନୀ ଅଟୋ ମହାସଂଘ ପକ୍ଷରୁ ସ୍ମାର୍ଟ ଅଟୋରିକ୍ସା ଆପ୍ ଉଦ୍ଘାଟିତ ହୋଇଯାଇଛି । ରାଜଧାନୀବାସୀଙ୍କୁ ସୁବିଧା ଓ ସୁଲଭ ମୂଲ୍ୟରେ ଅଟୋସେବା ଯୋଗାଇବା ସହିତ ଭୁବନେଶ୍ୱରର ଗଳିକନ୍ଦିରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ରାଜଧାନୀ ଅଟୋ ମହାସଂଘର ସଭାପତି ନବକିଶୋର ମହାନ୍ତି କହିଛନ୍ତି ।

ଆଜି ଅଶୋକନଗର ସ୍ଥିତ ମହାସଂଘ କାର୍ଯ୍ୟାଳୟ ଠାରେ ବିଶିଷ୍ଟ ଅତିଥି ମାନଙ୍କ କରକମଳରେ ସ୍ମାର୍ଟ ଅଟୋ ଆପ୍ ଉଦ୍ଘାଟିତ ହୋଇଥିଲା । ଏଥିରେ ମହାସଂଘର ସଭାପତି ନବକିଶୋର ମହାନ୍ତି, ଉପଦେଷ୍ଟା ଭାବଗ୍ରାହୀ ମୁଖି, ସତ୍ୟାନନ୍ଦ ବେହେରା, ସାଧାରଣ ସଂପାଦକ ବିଜୟ କୁମାର ପଟ୍ଟନାୟକ, ହରିହର ପଟ୍ଟନାୟକ, ବିକାଶ କୁମାର ପରିଡା ପ୍ରମୁଖ ଯୋଗଦାନ କରିଥିଲେ ।

ଏହି ଆପ୍ର ମୁଖ୍ୟ ଉଦ୍ୟେକ୍ତା ରାଜା ନାୟକ, ପ୍ରମୋଦ କୁମାର ସାହୁ, ଶିବ କୁମାର ଭଗତ, ପ୍ରଦିପ କୁମାର ସାହୁ ଓ ଓଲ୍ଡ ଷ୍ଟେସନ ବଜାର ଅଟୋ ସଂଘ ସଭାପତି ସୁରେଶ ଜେନା ପ୍ରମୁଖ ଯୋଗଦେଇ କହିଛନ୍ତି ଯେ ଆସନ୍ତା କାଲିଠାରୁ ଏହି ଆପ୍ ଜରିଆରେ ରାଜଧାନୀବାସୀ ବୁକିଂ କରିପାରିବେ । ଅନ୍ୟ ଠାରୁ ଏହା ସସ୍ତା ଓ ନିର୍ଭରଯୋଗ୍ୟ ଅଟେ ଏବଂ ରାଜଧାନୀର ପ୍ରତ୍ୟେକ ସ୍ଥାନରେ ଅଟୋ ଉପଲବ୍ଧ ହେବ । ଲୋକମାନେ ଗୁଗୁଲ୍ ପ୍ଲେଷ୍ଟୋର ଜରିଆରେ ଏହାକୁ ଡାଉନ୍ଲୋଡ୍ କରି ସୁବିଧା ସୁଯୋଗ ନେଇପାରିବେ ।

Leave A Reply