ମେଟାବୋଲିଯିମ କୁ ବୁଷ୍ଟ କରିବା ପାଇଁ ହଳଦୀ ଗୋଟିଏ ପ୍ରଭାବୀ ପଦାର୍ଥ, ହଳଦୀରେ ପ୍ରସ୍ତୁତ ଡ୍ରିଂକ୍ସ କୁ ନିୟମିତ ସେବନ କରି ଆପଣ ନିହାତି ଓଜନ ହ୍ରାସ କରିପାରିବେ l ଆମେମାନେ ଆଜି ଯଦି କେଉଁ ସମସ୍ୟାର ଅଧିକ ସମୁଖୀନ ହେଉଛୁ ତାହା ହେଉଛି ଓଜନ ବୃଦ୍ଧି, ଏହା ଗୋଟିଏ ଏଭଳି ସମସ୍ୟା ଯେଉଁ କାରଣରୁ ଆମେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟାର ସମୁଖୀନ ହୋଇଥାଉ l
– ହଳଦୀ ରେ କରକ୍ୟୁମିନ ନାମକ ଯୌଗିକ ରହିଛି , ଯାହାକି ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟିଇମ୍ଫ୍ଲାମେଟ୍ରି ଗୁଣରେ ଭରପୁର ଅଟେ l
– ହଳଦୀ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ର ଉଚ୍ଚ ମାତ୍ରା ଶରୀରରୁ ବିଷାକ୍ତ ପଦାର୍ଥ କୁ ନଷ୍ଟ କରିଥାଏ, ଏବଂ ଶରୀରକୁ ରୋଗ ମୁକ୍ତ କରିବାରେ ସାହାଯ୍ୟ କରେ l ଏବଂ ଆମ ମେଟାବୋଲିଯିମ ବୁଷ୍ଟ କରିଥାଏ l
– ଯଦି ଆପଣ ପ୍ରତିଦିନ କିଛି ମାତ୍ରାରେ ସୁଧ ହଳଦୀ କୁ ନେଇ ତାହାକୁ ଅଦା ରେ ପାଣିରେ ଫୁଟାଇ ନେବେ ଏବଂ ତାହାକୁ ଛାଣି ସେଥିରେ ସାମାନ୍ୟ ଲେମ୍ବୁ ରସ ମିଶାଇ ସେବନ କରିବେ ତେବେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ଓଜନ ମଧ୍ୟ ହ୍ରାସ ହେବ l
– ଆଣ୍ଟିଅକ୍ସିଡାଣ୍ଟ ରେ ଭରପୁର ହଳଦୀରେ ପ୍ରସ୍ତୁତ ଚା ସହଜ ରେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ, ଗୋଟିଏ ପାତ୍ରରେ କିଛି ମାତ୍ରା ର ହଳଦୀ ଓ ଦୁଇକପ ପାଣି କିଛି ଅଦା ଛେଚା , ଡାଲଚିନି ଗୁଣ୍ଡ, ମିଶାଇ ୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ, ଏବଂ ଏହାକୁ ସାମାନ୍ୟ ମହୁ ମିଶାଇ ସେବନ କରନ୍ତୁ l ଦେଖିବେ ଶରୀର ଫୁର୍ତି ଲାଗିବ ସହିତ ଓଜନ ମଧ୍ୟ ହ୍ରାସ ହେବ l
– ଓଜନ ହ୍ରାସ ପାଇଁ ଯଦି ଆପଣ ନିୟମିତ ସକାଳୁ ଖାଲି ପେଟରେ ହଳଦୀ କୁ ପାଣିରେ ଫୁଟାଇ ସେବନ କରିବେ, ତେବେ ଶରୀର କୁ ଖୁବ ଲାଭ ମିଳିବ l ନିୟମିତ ସକାଳୁ ହଳଦୀ କୁ ପାଣିରେ ଫୁଟାଇ ସେଥିରେ ଖଣ୍ଡେ ହଳଦୀ ପକାଇ ନିଅନ୍ତୁ l ଏବଂ ଭଲରେ ଫୁଟି ଯିବା ପରେ ତାହାକୁ ଛାଣି ସେଥିରେ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ ଓଜନ ଖୁବ ଶୀଘ୍ର ହ୍ରାସ ହେବ l