Odisha news

ବଜାରରେ ମିଳୁଥିବା ଅଟା ଆମ ପାଇଁ କେତେ ସୁରକ୍ଷିତ , କଣ କହୁଛନ୍ତି ଗବେଷକ

0

ଭାରତୀୟ ଖାଦ୍ୟରେ ଅଟା ଗୋଟିଏ ମୁଖ୍ୟ ଖାଦ୍ୟ, ବିନା ଅଟା ରେ ଭାରତୀୟ ଙ୍କ ଖାଦ୍ୟ ଅଧୁରା ଅଟେ l ଯେଉଁଠି ଆଗକାଳରେ ଲୋକେ ଗହମ କୁ ପେସାଇ ଅଟା ପ୍ରସ୍ତୁତ କରୁଥିଲେ, କିନ୍ତୁ ବର୍ତମାନ ତାହା ସମ୍ପୂର୍ଣ ଓଲଟା l ଲୋକେ ବଜାରରେ ମିଳୁଥିବା ପ୍ୟାକେଟ ଅଟା ରେ ରୁଟି ପ୍ରସ୍ତୁତ କରି ସେବନ କରିବାକୁ ଉଚିତ ମନେ କରୁଛନ୍ତି l କିନ୍ତୁ ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ଅଟା କିଭଳି ଭାବରେ ଆମ ପାଇଁ ପ୍ରାଣ ଘାତକ ହୋଇ ଯାଉଛି l

* ରୁଟି କରୁଥିବା ସମୟ ରେ ବିଶେଷ ଧ୍ୟାନ ରଖିବା ଜରୁରୀ –
ଆମେ ଯେବେ ନିଜେ କଳରେ ଗହମ କୁ ପେଷି ରୁଟି ପ୍ରସ୍ତୁତ କରିଥାଉ ତାହାକୁ ଠିକ ଭାବରେ ଧୋଇ ଶୁଖାଇ ଅଟା ପ୍ରସ୍ତୁତ କରୁ, କିନ୍ତୁ ପ୍ୟାକେଟ ଅଟା କୁ ସେତିକି ସୁରକ୍ଷିତ ଭାବରେ ପେସା ଯାଇନଥାଏ l କୃଷକ ଯେତେବେଳେ ଗହମ ଚାଷ କରିଥାଏ ତାହାକୁ ପୋକ ଓ ରୋଗ ନିକଟରୁ ରକ୍ଷା କରିବା ପାଇଁ ସେଥିରେ ସଲଫାଶ ପ୍ରୟୋଗ କରି ଥାଆନ୍ତି l ଏବଂ ଗହମ କୁ ଠିକ ଭାବରେ ଧୁଆ ନଗଲେ ଆମ ଶରୀର କୁ ଯାଇ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ l ତେଣୁ ପ୍ୟାକେଟ ଅଟା ଆମ ପାଇଁ କଦାପି ସୁରକ୍ଷିତ ନୁହେଁ l

* ଅନ୍ୟ ଗୋଟିଏ ଅଧ୍ୟୟନ ଅନୁସାରେ ଗହମ ରେ ପ୍ରୟୋଗ ହୋଇଥିବା କୀଟ ନାଶକ ଯଦି ଠିକ ଭାବରେ ସଫା କରାଯାଏ ନାହିଁ ତେବେ ଏହା ଶରୀର କୁ ଯାଇ ରକ୍ତରେ ଇନଫେକ୍ସନ ର କାରଣ ହୋଇଥାଏ l ଏବଂ ଏହି ଇନଫେକ୍ସନ ଦ୍ୱାରା ବ୍ୟକ୍ତି କୌଣସି ନା କୌଣସି ରୋଗରେ ଦୀର୍ଘଦିନ ପର୍ଯ୍ୟନ୍ତ ପୀଡିତ ହୋଇଥାଏ l ତେଣୁ ଯଦି ଆପଣ ପ୍ୟାକେଟ ଯୁକ୍ତ ବ୍ୟବହାର କରୁଛନ୍ତି ତେବେ ବଡ଼ କମ୍ପାନୀର ଅଟା ପ୍ୟାକେଟ ବ୍ୟବହାର କରନ୍ତୁ l

* ଗହମ ରେ ବ୍ୟବହୃତ ହେଉଥିବା କୀଟନାଶକ ଓ ସଲଫାସ ଜୀବନ ପ୍ରତି ବିପଦ ମଧ୍ୟ ଆଣି ଦେଇଥାଏ l ତେଣୁ ସେଥିପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ l ବିଶେଷଜ୍ଞ ଙ୍କ ମତରେ ଅନେକ ସମୟ ରେ ଗହମ ଠିକ ଭାବରେ ଧୁଆ ନହେବା ଦ୍ୱାରା କୀଟନାଶକ ର ଦୁର୍ଗନ୍ଧ ମଧ୍ୟ ଅଟା ରେ ରହିଥାଏ l ତେଣୁ ସେଥିପ୍ରତି ବିଶେଷ ଧ୍ୟାନ ମଧ୍ୟ ଦେବା ଜରୁରୀ ହୋଇଥାଏ l

Leave A Reply