Odisha news

ତୁଳସୀ ବୃକ୍ଷରେ ଜଳ ଅର୍ପଣ କରିବା ସମୟ ରେ ପାଠ କରନ୍ତୁ ଏହି ଗୋଟିଏ ମନ୍ତ୍ର ,ପୁର୍ଣ ହେବ ସମସ୍ତ ମନସ୍କାମନା

0

ସନାତନ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ୱ ରହିଛି, ମାନ୍ୟତା ରହିଛି ଯେ ଏହି ବୃକ୍ଷ କଳ୍ପ ଦୃମ ସଦୃଶ ଅଟେ l ତୁଳସୀ ଙ୍କୁ ମା ବୃନ୍ଦାବତୀ ବୋଲି କୁହାଯାଇ ଥାଏ l ସେ ଆମ ପରିବାର କୁ ରକ୍ଷା କରନ୍ତି ଏବଂ ତାଙ୍କ କୃପାରୁ ଜୀବନ ରେ ସୁଖ-ସମୃଦ୍ଧି ର ଆଗମନ ହୋଇଥାଏ l କିନ୍ତୁ ମା ବୃନ୍ଦାବତୀ ଙ୍କୁ ପୂଜା କରିବା ସମୟ ରେ ଗୋଟିଏ ବିଶେଷ ମନ୍ତ୍ର ପାଠ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l

– ତୁଳସୀ ବରିଖରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ, ପ୍ରତ୍ୟେକ ଦିନ ସ୍ନାନ କରି ସାରିବା ପରେ ତୁଳସୀ ରେ ନିହାତି ଜଳ ଅର୍ପଣ କରିବା ଆବଶ୍ୟକ , ଯେଉଁ କାରଣରୁ ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି l ଜୀବନ ରେ ସମସ୍ତ ଅସୁବିଧା କୁ ଦୂର କରିବା ପାଇଁ , ତୁଳସୀ ଙ୍କ ନିକଟରେ ନିୟମିତ ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ଅସୁବିଧାର ବିଘ୍ନ ନାଶ ହୋଇଥାଏ l

– ପ୍ରତିଦିନ ସ୍ନାନ ସାରିବା ପରେ ତୁଳସୀ ନିକଟରେ ଜଳ ଅର୍ପଣ କରିବା ଆବଶ୍ୟକ l  ଏହି ସମୟ ରେ ଓଂ ସୁ -ପ୍ରଭାୟ ନମଃ ପାଠ କରନ୍ତୁ l ଏପରି କରିବା ଦ୍ୱାରା ସମସ୍ତ ଇଚ୍ଛା ପୁର୍ଣ ହୋଇଥାଏ l

–  ଏହି ମନ୍ତ୍ରଟିକୁ ନିୟମିତ ପାଠ କରିବା ଦ୍ୱାରା ଜୀବନ ରୁ ସମସ୍ତ ଆର୍ଥିକ ଅନାଟନ ଦୂର ହୋଇଥାଏ l

– ଯଦି ଦାମ୍ପତ୍ୟ ଜୀବନ ରେ କଳହ ଦେଖା ଦେଉଛି ତେବେ ତୁଳସୀ ରେ ଜଳ ଅର୍ପଣ କରିବା ସମୟ ରେ ‘ଓଂ ସୁ-ପ୍ରଭାୟା ନମଃ’ ମନ୍ତ୍ର ପାଠ କରନ୍ତୁ l  ଏହି ମନ୍ତ୍ର ପାରିବାରିକ ସୁଖ ବୃଦ୍ଧି ହୋଇଥାଏ l

– ଯେଉଁ ସମୟରେ ସକାଳେ ଜଳ ଅର୍ପଣ କରୁଛନ୍ତି ସେତେବେଳେ ତୁଳସୀ ବୃକ୍ଷ ମୂଳରେ ଦୀପଟିଏ ଅର୍ପଣ କରନ୍ତୁ l

– ଘର ଅଗଣାରେ ତୁଳସୀ ବୃକ୍ଷ ଲଗାଇବା ସମୟରେ ଦିଗ ର ବିଶେଷ ଧ୍ୟାନ ରଖନ୍ତୁ, ସବୁବେଳେ ତୁଳସୀ ଙ୍କୁ ଉତ୍ତର କିମ୍ବା ଉତ୍ତର -ପୂର୍ବ ଦିଗରେ ରୋପଣ କରନ୍ତୁ l ଏହା ଜୀବନ ରେ ଶୁଭ ସମ୍ବାଦ ଆଣିଥାଏ l

Leave A Reply