‘ ଗୁରୁବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁଃର୍ଦେବ ମହେଶ୍ଵରଃ , ଗୁରୁ ସାକ୍ଷାତ ପରଂ ବ୍ରହ୍ମମ ତସ୍ମାଇ ଶ୍ରୀ ଗୁରବେ ନମଃ l
ସନାତନ ଧର୍ମରେ ଏହି ଶ୍ଲୋକଟି ଗୁରୁଙ୍କ ମହତ୍ଵକୁ ଜୀବନରେ ଦର୍ଶାଇ ଥାଏ, ଏବଂ ଗୁରୁଙ୍କୁ ଈଶ୍ୱରଙ୍କ ସ୍ଥାନରେ ରଖ ଯାଇଥାଏ l ଗ୍ରନ୍ଥ ଗୁଡିକରେ ଗୁରୁଙ୍କୁ ସ୍ୱୟଂ ବ୍ରହ୍ମା, ବିଷ୍ଣୁ, ଏବଂ ମହେଶ୍ଵରଙ୍କ ସହିତ ତୁଳନା କରାଯାଇଛି l ସନାତନ ଧର୍ମରେ ସର୍ବ ପ୍ରଥମେ ବିଦ୍ୟାର୍ଥୀଙ୍କ ବେଦ ର ଶିକ୍ଷା ଦିଆଯାଇ ଥାଏ l ଯାହାକି ଯୁଗେ ଯୁଗେ ଗ୍ରହଣୀୟ ଅଟେ l ମନୁଷ୍ୟଙ୍କୁ ସର୍ବ ପ୍ରଥମେ ବେଦ ଶିକ୍ଷା ମହର୍ଷି ବେଦବ୍ୟାସ ଦେଇଥିଲେ l ତେଣୁ ତାଙ୍କୁ ସନାତନ ଧର୍ମରେ ପ୍ରଥମ ଗୁରୁ ଭାବରେ ଗ୍ରହଣ କରାଯାଇ, ତାଙ୍କର ଜନ୍ମ ତିଥିକୁ ବ୍ୟାସ ପୂର୍ଣିମା ବା ଗୁରୁ ପୂର୍ଣିମା ଭାବରେ ପାଳନ କରାଯାଇ ଥାଏ l
ଆଷାଢ଼ ମାସର ପୂର୍ଣିମା ଦିନକୁ ଗୁରୁପୂର୍ଣ୍ଣିମା ଭାବରେ ପାଳନ କରାଯାଇ ଥାଏ, ଏହିଦିନ ଟି ରେ ତ୍ରିମୁର୍ତ୍ତି ବ୍ରହ୍ମା, ବିଷ୍ଣୁ ଏବଂ ମହେଶ ଙ୍କୁ ପୂଜା କରାଯିବାର ଅନେକ ମହତ୍ୱ ରହିଛି l ଆଜିର ଦିନରେ ଅନେକ ସ୍ଥାନରେ ତ୍ରିନାଥ ମେଳା ମଧ୍ୟ କରାଯାଇ ଥାଏ l ଯାହାଦ୍ୱାରା ଜୀବନ ରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ l
= ଯେଉଁ ବ୍ୟକ୍ତିଙ୍କ ଜୀବନ ରେ ସର୍ବଦା ଉତ୍ଥାନ ପତନ ଦେଖା ଦେଉଛି, ସେମାନେ ଆଜିର ଦିନରେ କିଛିଟା ମହତ କାର୍ଯ୍ୟ ନିହାତି କରିବା ଜରୁରୀ l ଯାହାଦ୍ୱାରା ତ୍ରିନାଥ ଙ୍କ କୃପାରୁ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l
= ଗୁରୁପୂର୍ଣ୍ଣିମା ଦିନ ହଳଦୀରେ ସ୍ୱସ୍ତିକ ଚିହ୍ନ ଘରର ଉତ୍ତର ଦିଗରେ କରି ତା ଉପରେ ସିନ୍ଦୁର ଟୋପା ଦେବା ଦ୍ୱାରା ଜୀବନର ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l
= ଯଦି ଆପଣ ବାସ୍ତୁ ଜନିତ ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଆଜିର ଦିନରେ ଗୋଟିଏ ପାତ୍ରରେ ରାଶି ଓ ଗୁଡ଼ ରଖି ପଣ୍ଡିତ ଙ୍କୁ ଦାନ କରନ୍ତୁ l ସମସ୍ତ ବାସ୍ତୁ ସମସ୍ୟା ଦୂର ହୋଇଥାଏ l
= ଶିକ୍ଷାର୍ଥୀ ମାନେ ନିଜ ଶିକ୍ଷାର ଉନ୍ନତି ପାଇଁ ଆଜିର ଦିନରେ ନିଜ ବହି ଟେବୁଲ ନିକଟରେ ଗଣେଶ ଙ୍କୁ ହଳଦୀ ପାଣିରେ ଛିଞ୍ଚି ସ୍ଥାପନା କରନ୍ତୁ ଏବଂ ଗୋଟିଏ ଦୀପ ଜଳାନ୍ତୁ l ଏହାଦ୍ୱାରା ଶିକ୍ଷାରେ ଉନ୍ନତି ହେବ l
= ଯଦି ଲଗାତାର ଭାବରେ ବ୍ୟବସାୟ ରେ ଅସୁବିଧା ହେଉଛି ତେବେ ଗୁରୁପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କ ନିକଟରେ କ୍ଷୀରି ପ୍ରସ୍ତୁତ କରି ପ୍ରସାଦ ଭାବରେ ଅର୍ପଣ କରନ୍ତୁ l ମିଳିବ ମାତା ଲକ୍ଷ୍ମୀଙ୍କ କୃପା l