ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଗାଜିୟାବାଦରେ କୋଭିଡ୍-୧୯ ମାମଲା ବଢ଼ିବା ପରିପ୍ରେକ୍ଷୀରେ ସ୍ଥାନୀୟ ରିଭର୍ ହାଇଟ୍ ସୋସାଇଟି ବାହାରୁ ଆସୁଥିବା ଲୋକଙ୍କୁ ପ୍ରବେଶ ଅନୁମତି ନ ଦେବାକୁ ନିଷ୍ପତ୍ତି ନେଇଛି । ସୋସାଇଟିର ଯେଉଁ ସଦସ୍ୟ ଆଗନ୍ତୁକ ବନ୍ଧୁବାନ୍ଧବଙ୍କୁ ଆଶ୍ରୟ ଦେଲେ ତାଙ୍କୁ ୧୧ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ । ଏହା ସତ୍ତେ୍ୱ ଲୋକ ସଚେତନ ନ ହେଲେ ସେମାନଙ୍କ ବିଜୁଳି ସଂଯୋଗ କାଟି ଦିଆଯିବ । ଜରିମନା ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫି ପାଣ୍ଠିକୁ ଯିବ । ବାରମ୍ବାର ଏ ସୋସାଇଟି ବାହାରୁ ଲୋକଙ୍କୁ ନ ଆଣିବାକୁ କହି ଆସୁଛି । ସୋସାଇଟିର ୧୫୦୦ ଫ୍ଲାଟ୍ରେ ୪ ହଜାର ଲୋକ ରହୁଛନ୍ତି ।