Odisha news

ଗବେଷଣାରେ ଲଙ୍କାକୁ ନେଇ ବଡ ଖୁଲାସା

0

ବିଶ୍ୱର ୨୫ ପ୍ରତିଶତ ଜନସଂଖ୍ୟା ନିୟମିତ ଭାବରେ ଲଙ୍କା ଖାଇ ଥାଆନ୍ତି l ଦୁନିଆର ସବୁଠୁ ଅଧିକ ବ୍ୟବହୃତ ମସଲା ମଧ୍ୟରେ ଲଙ୍କା ଗୋଟିଏ l ଲଙ୍କା ଆଜକୁ ୬ ହଜାର ବର୍ଷ ପୂର୍ବରୁ ଦୁନିଆରେ ବ୍ୟବହୃତ ହୋଇ ଆସୁଛି l ୧୬ ବିଂଶ ଶତାବ୍ଦୀ ବେଳକୁ ୟୁରୋପ ରେ ଲଙ୍କା ଦେଖିବାକୁ ମିଳିଥିଲା l ବର୍ତମାନ ସୁଦ୍ଧା ଦୁନିଆରେ ବିଶେଷ ୫ଟି ଘରୋଇ ପ୍ରଜାତିର ଲଙ୍କା ଦେଖିବାକୁ ମିଳିଥାଏ l ସମସ୍ତ ପ୍ରଜାତିର ଲଙ୍କା ର ସ୍ୱାଦ ପ୍ରାୟ ଅଲଗା ଅଲଗା , କେହି କମ ତ ଆଉ କେହି ଅଧିକ l  ଏଭଳି କିଛି ଅନେକ ଲୋକ ଅଛନ୍ତି ଯେଉଁମାନେ ରାଗ ଖାଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ l କିନ୍ତୁ କଞ୍ଚା ଲଙ୍କା ଶରୀର ପାଇଁ ଖୁବ ହିତକର ବୋଲି ସେମାନେ ହୁଏତ ଜାଣି ନଥିବେ l କିନ୍ତୁ ତାହା କଞ୍ଚା ଥିବା ଜରୁରୀ l

– କଞ୍ଚା ଲଙ୍କାରେ ଭିଟାମିନ ସି ଖୁବ ଅଧିକ ମାତ୍ରାରେ ରହିଥାଏ l ଏହାଛଡା କଞ୍ଚା ଲଙ୍କା ବିଟାକେରୋଟିନ ର ଖୁବ ଭଲ ସ୍ରୋତ ଅଟେ l ତେଣୁ ଏହା ତ୍ୱଚା ରେ ଚମକ ଆଣିଥାଏ l ତେଣୁ ଯଦି ଆପଣ କଞ୍ଚା ଲଙ୍କା ଖାଇ ପାରୁଛନ୍ତି ସାମାନ୍ୟ ମାତ୍ରାରେ ସେବନ କରିବା ଉଚିତ l

– କଞ୍ଚା ଲଙ୍କା ଆଇରନ ର ଗୋଟିଏ ପ୍ରାକୃତିକ ସ୍ରୋତ ଅଟେ l ଆଇରନ ଶରୀର ମଧ୍ୟରେ ରକ୍ତ ପ୍ରବାହ ବଢାଇବାର କାର୍ଯ୍ୟ କରିଥାଏ l ଯାହାକି ତ୍ୱଚାକୁ ସୁନ୍ଦର , ଶରୀର କୁ ଆକ୍ଟିଭ ଓ ବ୍ରେନ କୁ ଶାନ୍ତ ରଖିବାରେ ସାହାଯ୍ୟ କରେ l ଯେତେବେଳେ ଶରୀରରେ ଆଇରନ କାମିଥାଏ  ଥକା ଲାଗେ ଓ କାର୍ଯ୍ୟ କରିବାକୁ ସ୍ପୃହା ହୋଇ ନଥାଏ l ଏପରି ସ୍ଥିତିରେ ନିୟମିତ ସାମାନ୍ୟ ଲଙ୍କା ଖାଇବା ଜରୁରୀ l

– କଞ୍ଚା ଲଙ୍କାରେ କେପସେସିଂ ନାମକ କମ୍ପାଉଣ୍ଡ ରହିଥାଏ l ଯାହାକି ମସ୍ତିଷ୍କରେ ଥିବା ହାଇପୋଥେଲେମସ ର କୁଲିଙ୍ଗ ସେଣ୍ଟର କୁ ଆକ୍ଟିଭ କରିବାରେ ସାହାଯ୍ୟ କରିଥାଏ l ତେଣୁ ଭାରତ ଭଳି ଗରମ ଦେଶରେ କଞ୍ଚାଲଙ୍କା ସେବନ ଦୀର୍ଘ ଦିନରୁ କରାଯାଇ ଥାଏ l କାହିଁକି ନା ଶରୀରର ତାପମାତ୍ରା ପ୍ରାକୃତିକ ଭାବରେ ନିୟନ୍ତ୍ରିତ ରଖାଯାଇ ପାରିବ l

– ରକ୍ତ ରେ ଗ୍ଲୁକୋଜ ସ୍ତର ଅଧିକ ବଢିଗଲେ ମଧୁମେହ ରୋଗ ହୋଇଥାଏ l ଯାହାକି ସମ୍ପୂର୍ଣ ଶରୀର କୁ ଭିତରୁ ଗ୍ରାସିତ କରିଥାଏ l ଏହା ଅନେକ ପ୍ରକାର ନୂଆ ନୂଆ ରୋଗ କୁ ଜନ୍ମ ଦେଇଥାଏ l ତେଣୁ ଖାଦ୍ୟରେ ନିୟମିତ  ଲଙ୍କା ଖାଇବା ଦ୍ୱାରା ବ୍ଲଡ଼ ସୁଗାର ନିୟନ୍ତ୍ରିତ ରହିଥାଏ l

– ବାରମ୍ବାର ସର୍ଦି ଓ ଥଣ୍ଡା ସମସ୍ୟା ଦେଖାଗଲେ ସାଇନସ ସମସ୍ୟା ଦେଖାଯାଇ ଥାଏ l ତେଣୁ ନିୟମିତ ଆପଣଙ୍କୁ କଞ୍ଚାଲଙ୍କା ଖାଇବା ଆବଶ୍ୟକ l କାହିଁକି ନ କଞ୍ଚା ଲଙ୍କା ମ୍ୟୁକସ ମେମ୍ବରେନ୍ସ କୁ ଉତେଜିତ କରିଥାଏ l ଯେଉଁ କାରଣରୁ ଅଧିକ ସର୍ଦି କାଶ ସମସ୍ୟା ଦେଖାଯାଏ ନାହିଁ l କଞ୍ଚାଲଙ୍କା ରେ ଭିଟାମିନ ସି ଓ ବି କମ୍ପ୍ଲେକ୍ସ ରହିଥାଏ , ଏହାଛଡା ଆଇରନ ର ଗୋଟିଏ ଭଲ ସ୍ରୋତ ଅଟେ l

Govt
Leave A Reply