Odisha news

୪୮ ବର୍ଷ ପୁରୁଣା ଭାଇରସ କୁ ବୈଜ୍ଞାନିକ ମାନେ ଦେଲେ ପୁନର୍ଜନ୍ମ , ଏଥିରେ ରହିଛି ନୂଆ ୧୩ ଟି ରୋଗ ବ୍ୟାପିବାର ଶକ୍ତି

0

ନୂଆଦିଲ୍ଲୀ : ଜଳବାୟୁ ପରିବର୍ତନ କାରଣରୁ ପ୍ରାଚୀନ ପର୍ମାଫାଷ୍ଟ ( ଶହଶହ ପୃଷ୍ଠର ବରଫ ତଳେ ) ର ତରଳିବା ମନୁଷ୍ୟ ମାନଙ୍କ ପାଇଁ ଗୋଟିଏ ନୂଆ ବିପଦ ସୃଷ୍ଟି କରି ପାରେ  l ଗବେଷଣା କରୁଥିବା ବୈଜ୍ଞାନିକ ମାନେ ପାଖାପାଖି ୨ ଡଜନ ଭାଇରସ କୁ ପୁନର୍ଜୀବିତ କରିଛନ୍ତି l ଯାହା ୪୮, ୫୦୦ ବର୍ଷ ପୂର୍ବେ ଗୋଟିଏ ହ୍ରଦ ତଳେ ଜମି ରହିଥିଲେ l

ୟୁରୋପୀୟ ଗବେଷକ ମାନେ ରୁଷ ର ସାଇବେରିଆ କ୍ଷେତ୍ର ରେ ପର୍ମାଫାଷ୍ଟ ରୁ ଏକତ୍ରିତ ପ୍ରାଚୀନ ଭୁତାଣୁ ର ଯାଞ୍ଚ କରିଥିଲେ l  ସେମାନେ ୧୩ ଟି ନୂଆ ରୋଗ ସଂକ୍ରମଣ କରୁଥିବା ଭଳି ଭାଇରସ ଙ୍କୁ ପୁନର୍ଜୀବିତ କରିଥିଲେ ଓ ତାଙ୍କର ବିଶେଷତା ବିଷୟରେ କହିଛନ୍ତି , ଯାହାକୁ ସେମାନେ ଜୋମ୍ବି ଭାଇରସ କହିଛନ୍ତି l ସେମାନେ ବରଫ ତଳେ ଏତେବର୍ଷ ଧରି ଛପି ରହିଥିଲେ ସୁଦ୍ଧା ପୁନର୍ଜୀବିତ ହୋଇପାରି ଥିଲେ l

ବୈଜ୍ଞାନିକ ମାନେ ଚେତବାନୀ ଦେଇଛନ୍ତି ଯେ ବାୟୁମଣ୍ଡଳୀୟ ବାଁର୍ମିଙ୍ଗ କାରଣରୁ ପର୍ମାଫାଷ୍ଟ ରେ ଏତେଦିନ ଧରି ବନ୍ଦୀ ହୋଇ ରହିଥିବା ଭୁତାଣୁ ବାୟୁମଣ୍ଡଳ କୁ ଆହୁରି ଖରାପ କରି ପାରନ୍ତି , କିନ୍ତୁ ରୋଗ ସଂକ୍ରମିତ କରୁଥିବା ଭାଇରସ ମାନଙ୍କ ଉପରେ ଏମାନଙ୍କ ପ୍ରଭାବ କମ ରହିବ l

ରୁଷ, ଜର୍ମାନୀ, ଫ୍ରାନ୍ସ ର ରିସର୍ଚ୍ଚ ଦଳ କହିଛନ୍ତି ଯେ ସେମାନଙ୍କ ଗବେଷଣା ରେ ଏହି ଭୁତାଣୁ ଗୁଦିଙ୍କୁ ପୁନର୍ଜୀବିତ କରିବା ରିସ୍କ ଫୁଲ ଥିଲା l  ବରଫ ତଳେ ଦବି ରହିଥିବା ଏତେ ପୁରୁଣା ଯାମ୍ବି ଭାଇରସ କୁ ନେଇ  ଗବେଷକ କହିଛନ୍ତି ଏହି ଭାଇରସ ଉଭୟ ମନୁଷ୍ୟ ଓ ଜୀବଜନ୍ତୁ ଙ୍କୁ ସଂକ୍ରମିତ ହୋଇ ପାରନ୍ତି l  କିନ୍ତୁ ଏହି ଭାଇରସ ମାନେ ବିଶ୍ୱ ପାଇଁ କେତେ ବିପଦଜନକ ତାହା ବର୍ତମାନ କୁହାଯାଇ ପାରିବ ନାହିଁ l

Leave A Reply