ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ରେ କାଶ୍ମୀର ଫାଇଲ୍ କୁ ପୁଣି ବିବାଦ , ଯାହାକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରି ରେ ଅସନ୍ତୋଷ
ନୂଆଦିଲ୍ଲୀ : ଚଳିତ ବର୍ଷ ର ସବୁଠୁ ବଡ ବିବାଦୀୟ ଓ ପ୍ରସିଧ ଚଳଚ୍ଚିତ୍ର ଦ କାଶ୍ମୀର ଫାଇଲ୍ କୁ ନେଇ ଆଜି ମଧ୍ୟ ବିବାଦ ଥମିବାର ନାଁ ଧରୁ ନାହିଁ । ଏହି ଚଳଚ୍ଚିତ୍ର ଟିକୁ ନେଇ ନଦବ ଲେପିଡ ଙ୍କ ‘ ବ୍ଲଗର ପ୍ରୋପେଗେଣ୍ଡା ‘ ବୟାନ ପରେ ଭାରତରେ ଯେଭଳୀ ହଂଗାମା ସୃଷ୍ଟି ହୋଇଛି । ଏହି ସମ୍ପୂର୍ଣ୍ଣ ମାମଲାରେ କାଶ୍ମୀର ଫାଇଲ୍ ର ମୁଖ୍ୟ ଭୂମିକା ରେ କାର୍ଯ୍ୟ କରୁଥିବା ଅନୁପମ ଖେର୍ ନଦବ ଲେପିଡ୍ ଙ୍କ ବୟାନ କୁ ଲଜ୍ଜା ଜନକ କହିବା ସହିତ ତାଙ୍କୁ ଜୋତା ମାରିବା ଉଚିତ୍ ବୋଲି କହିଥିଲେ ।
କାଶ୍ମୀର ପଣ୍ଡିତ ମାନଙ୍କ ଯନ୍ତ୍ରଣା କୁ ଲୋକ ଲୋଚନ କୁ ଆଣିଥିବା କାଶ୍ମୀର ଫାଇଲ୍ ଏପରି ଗୋଟିଏ ଚଳଚ୍ଚିତ୍ର ଯାହାକି ବକ୍ସ ଅଫିସ୍ ରେ ନିଜର ସଫଳତା ହାସଲ କରିଛନ୍ତି । ଏହି ଚଳଚ୍ଚିତ୍ର ଟିକୁ ଚଳିତ ବର୍ଷ ର ସବୁଠୁ ସଫଳ ଚଳଚ୍ଚିତ୍ର ଭାବରେ ଗଣା ଯାଇଛି । ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ରେ ଏହି ଚଳଚ୍ଚିତ୍ର ଟିକୁ ଗୋଲ୍ଡେନ ପିକକ୍ ଆୱାର୍ଡ଼ କାଟେଗୋରୀ ପାଇଁ ମନୋନୀତ କରାଯାଇଛି ।
କିନ୍ତୁ ଏହି ମଞ୍ଚ ରେ ଏହି ଚଳଚ୍ଚିତ୍ର ଉତ୍ସବ ର ଜୁରୀ ମେମ୍ବର ନଦବ ଲେପିଡ୍ ଚଳଚ୍ଚିତ୍ର ଟିକୁ ବ୍ଲଗର ଓ ପ୍ରୋପାଗେଣ୍ଡା ବୋଲି କହିଛନ୍ତି । ଏହି ପ୍ରତିକ୍ରିୟା କୁ ନେଇ ଅନୁପମ ଖେର ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ କହିଛନ୍ତି ଯେ ଏଭଳି ସମାଲୋଚନା କରୁଥିବା ମସ୍ତିଷ୍କ ଗୋଟିଏ ରୋଗ ଗ୍ରସ୍ତ ମସ୍ତିଷ୍କ ଅଟେ । ଜଣେ ଯୁରି ମେମ୍ବର ଙ୍କ ଅଧିକାର ରହିଛି ଚଳଚ୍ଚିତ୍ର କୁ ନେଇ ସମାଲୋଚନା କରିବା କିନ୍ତୁ ଗୋଟିଏ ଆନ୍ତର୍ଜାତୀୟ ମଞ୍ଚରେ ଏଭଳି ମତ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ ।
ଯେଉଁ ବ୍ୟକ୍ତି କାଶ୍ମୀର ରେ ହୋଇଥିବା ନର ସଂହାର କୁ ବୁଝି ପାରୁ ନାହିଁ , ଯିଏ କି ଯନ୍ତ୍ରଣା ପ୍ରତି ଇନ୍ସେନ୍ସିଟିଭ ରହିଛି ଏହା ମୋ ହିସାବ ରେ ଲଜ୍ଜା ଜନକ ଅଟେ । ତାଙ୍କ ମସ୍ତିଷ୍କ ରେ ସେଭଳି କୌଣସି ଏଜେଣ୍ଡା ରହିଛି ଯେଉଁ କାରଣରୁ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି ।