Odisha news

ସରକାର ଯୋଜନାଗୋଟେ ପଟେ : ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନାହିଁ ,୪କିମି କାନ୍ଧରେ ବୁହା ହେଲେ ଗର୍ଭବତୀ ମହିଳା

0
ରାୟଗଡା,୩୦।୪ (Rabindra Patkhandal)ଥମୁନାହିଁ ଜନନୀ ଯନ୍ତ୍ରଣା ରାୟଗଡ଼ା ଜିଲ୍ଲାରେ ନଜରକୁ ଆସିଛି । ୪କିଲୋମିଟର ଭାରରେ ବୁହାହୋଇ  ଆମ୍ବୁଲାନ୍ସ ନିକଟରେ ପହଞ୍ଚିଲେ  ଗର୍ଭବତୀ। ଏପରିକି ଦୁର୍ଗମରେ ଗର୍ଭବତୀଙ୍କ ଦୁର୍ଦ୍ଦଶା କହିଲେ ଅତ୍ୟୁକ୍ତି ହେବନାହିଁ। ଗୋଟିଏ ପଟେ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଚାଲିଥିବା ବେଳେ ଏଠାରେ ବିକାଶ ଅପହଞ୍ଚ ହୋଇ ରହିଯାଇଛି।
ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଗ୍ରାମ ପଞ୍ଚାୟତ କୁନ୍ଦରୁସିଲ ଗ୍ରାମର ପରମା ମାଝିଙ୍କର ସ୍ତ୍ରୀ କଳ୍ପନି ମାଝି(୨୦)  ଆଜି ସକାଳେ ପ୍ରାୟ ୮ ଘଣ୍ଟିକା ସମୟରେ ପ୍ରସବ ଜନିତ ପୀଡା ଆରମ୍ବ ହେଇଯାଇଥିଲା । ହେଲେ ଗ୍ରାମବାସୀ ସହାୟତାରେ ସ୍ୱାମୀ ପରମା ମାଝି  ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯିବାକୁ ୧୦୨ ଆମ୍ବୁଲେନ୍ସ ଗାଡିକୁ ଫୋନରେ ଅନୁରୋଧ କରିଥିଲେ ।
ଗ୍ରାମକୁ ରାସ୍ତା ନଥିବା ବେଳେ ଜନନୀ ଯନ୍ତ୍ରଣା ଛଟପଟ ହେଉଥିବା ବେଳେ ୧୦୨ ଆମ୍ବୁଲାନ୍ସ ଆସିଥିଲା। କିନ୍ତୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚିପାରିଲାନାହି। ଗର୍ଭରେ ୧୦ମାସର ସନ୍ତନକୁ ଧରି ପ୍ରସବ ପୂର୍ବ ଯନ୍ତଣାରେ ଛଟପଟ ହେବା ଦେଖି ଗାଁର  ଅସଜଡା ରାସ୍ତାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡିଗଲେ। ୧୦୨ ଆମ୍ବୁଲାନ୍ସକୁ ସୂଚନା ଦିଆଯାଇଥିଲା । ରାସ୍ତଘାଟର ଅଭାବ  ଗାଁ ଠାରୁ  ପ୍ରାୟ ୪କିଲୋମିଟର ଦୂରରେ ଆସି ଅଟକି ଯାଇଥିଲା ଆମ୍ବୁଲାନ୍ସ।
  ତେବେ ସମୟରେ  ଯନ୍ତ୍ରଣା ଆସମ୍ଭାଳ ହେବାରେ ଲାଗିଲା। ଆମ୍ବୁଲାନ୍ସରେ ଥିବା ଷ୍ଟେଚର ଧରି ଡ୍ରାଇଭର ଗାଁରେ ପହଞ୍ଚଲେ। ପଥୁରିଆ ଏବଂ ଝରଣା ପାରହୋଇ କାନ୍ଧରେ ବୁହାହୋଇ  ଯିବାକୁ ପଡିବ। ବାଉଁଶ ଏବଂ ରସିରେ ବାନ୍ଧି ଦୋଳା ପ୍ରସ୍ତୁତ କରି ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଗାଁ ଲୋକେ ୪କିଲୋମିଟର ବାଟ କାନ୍ଧରେ ବୋହିବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ସେଠାରୁ  ୨୫ କିମି ଦୂର ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା ସେଠାରେ ପୁତ୍ର ସନ୍ତାନ ଜନ୍ମ ହେଇଥିଲା। କିନ୍ତୁ କୌଣସି କାରଣରୁ ଜନ୍ମିତ ଶିଶୁ ମାଆ ସମସ୍ୟା ଥିବାରୁ ଶିଶୁ ସ୍ଵାସ୍ଥ୍ୟ ଦୁର୍ବଳ ହେଇଯିବାରୁ ଉଭୟ ମାଆ ଓ ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାୟଗଡା ସ୍ଥାନାନ୍ତର କରାଯାଇଥିବା ଡ଼ାକ୍ତର ଅନୀଲ ବେହେରା ପ୍ରକାଶ କରିଛନ୍ତି ।
Leave A Reply