Odisha news

ଗୋଲଡେନ ମ୍ୟାନ୍ ଙ୍କ ଗୋଲଡେନ ମାସ୍କ : ଦାମ ୨ଲକ୍ଷ ୮୯ ହଜାର ଟଙ୍କା

0

ମୁମ୍ବାଇ : ମହାରାଷ୍ଟ୍ର ପୁଣେ ଜିଲ୍ଲାର ପିଂମ୍ପରୀ-ଚିଞ୍ଚଓ୍ୱାଡା ନିବାସୀ ଶଙ୍କର କୁରାଡେ ନାମକ ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧି ଏବେ ଚର୍ଚ୍ଚାରେ। ସେ ପିନ୍ଧୁଥିବା ଏହି ମାସ୍କର ଦାମ୍‌ ୨ଲକ୍ଷ ୮୯ ହଜାର ଟଙ୍କା। ମାସ୍କଟି ସମ୍ପୂର୍ଣ୍ଣ ଭାବରେ ସୁନାରେ ନିର୍ମିତ ହୋଇଥିବାବେଳେ ନିଶ୍ୱାସପ୍ରଶ୍ୱାସ ନେବା ପାଇଁ ଛୋଟ ଛୋଟ କଣା ରହିଛି।

ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ। ଛୋଟରୁ ବଡ଼ ଯାଏ ସମସ୍ତେ ଏବେ ମାସ୍କ ପିନ୍ଧି ନିଜକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରୁଛନ୍ତି। କରୋନା ପାଇଁ ମାସ୍କର ଚାହିଦା ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାରର ମାସ୍କ ଏବେ ମାର୍କେଟ୍‌ରେ ଉପଲ୍ଲବ୍ଧ ହେଉଛି।

ଏହି ମାସ୍କକୁ ନେଇ ଶଙ୍କର କହିଛନ୍ତି, ଏହା ଏକ ପତଳା ମାସ୍କ। ଏଥିରେ ଅନେକ ଛୋଟ ଛୋଟ କଣା ରହିଛି। ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ।

ପୁଣେର ଗୋଲ୍ଡେନ୍ ମ୍ୟାନ୍ ଭାବେ ଶଙ୍କର ବେଶ୍‌ ପ୍ରସିଦ୍ଧ। ହାତ, ବେକରେ କିଲୋ କିଲୋ ସୁନାର ଅଳଙ୍କାର ପିନ୍ଧିଛନ୍ତି ଶଙ୍କର।

Nalco
Leave A Reply