Odisha news

ମାଲିକଙ୍କୁ ବିଷଧର ସାପ କବଳରୁ ରକ୍ଷା କରିବା ପାଇଁ କୁକୁର ଜୋରେ ଭୁକିଲା , ତାପରେ ….

0

ଘଟଗାଁ- ପୋଷା କୁକୁର ଯେ କେତେ ବିଶ୍ୱସ୍ତ ସେପରି ଘଟଣା ମାନଙ୍କର ଉଦାହରନ କିଛି କମ ନୁହେଁ । ଅନେକ ବିପଦ ଜନକ ପରିସ୍ଥିତି ଏମିତିକି ମୃତ୍ୟୁ ମୁଖରୁ ବି ନିଜ ମାଲିକଙ୍କୁ ବଂଚାଇଛନ୍ତି ପୋଷା କୁକୁର ମାନେ । ଏବେ ନିକଟରେ ଏପରି ଏକ ସମାନ ଧରଣର ଘଟଣା ସାମ୍ନାକୁ ଆସିଛି । ନିଜ ମାଲିକଙ୍କୁ ବିଷଧର ସାପ ନିକଟରୁ ବଂଚାଇଛି କୁକୁର ।

ଏଭଳି ଘଟଣା ଦେଖିବାକୁ ମିଳିଛି ଘଟଗାଁ ବ୍ଲକ ଅନ୍ତର୍ଗତ କାଶିବେଡା ଗ୍ରାମରେ । ଗ୍ରାମର ଦଶରଥ ବାରିକ ରାତିରେ ଘରେ ଶୋଇଥିବା ବେଳେ ତାଙ୍କ ପୋଷା କୁକୁରଟି ମଧ୍ୟ ତାଙ୍କ ନିକଟରେ ଶୋଇଥିଲା ।

ଏହି ସମୟରେ ଏକ ବିଷାକ୍ତ ସାପ ତାଙ୍କ ଆଡକୁ ଯାଉଥିବାର ଦେଖି ପୋଷା କୁକୁର ଖୁବ ଜୋରରେ ଭୁକିବା ସହ ପ୍ରାଣ ପଣେ ସାପକୁ ଅଟକାଇବାକୁ ଚେଷ୍ଟା କରିଥିଲା । କୁକୁର ଭୁକିବା ଶଦ୍ଦ ଶୁଣି ଦଶରଥ ଉଠି ଦେଖିବା ବେଳକୁ ତାଙ୍କ ନିକଟରେ ଏକ ବିରାଟ ରଣା ସାପ ବୁଲୁଛି । କୁକୁର ଯୋଗୁ ତାଙ୍କ ଜୀବନ ରକ୍ଷା ପାଇଯାଇଥିବା ବେଳେ ସାପଟିକୁ ଲୋକମାନେ ବାଡେଇ ମାରିଦେଇଥିବା ଜଣାପଡିଥିଛି । ଏଥିସହ କୁକୁରର ସମସ୍ତେ ବେସ ପ୍ରଶଂସା କରିଛନ୍ତି ।

Leave A Reply