Odisha news

କଣାସରେ ବନ୍ୟା : ଦୟାନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି

0

କଣାସ-୨୮/୦୮/୨୦ : ଲଘୁଚାପ ଜନିତ ବର୍ଷା କାରଣରୁ କଣାସ ବ୍ଲକ ରେ ପ୍ରବାହିତ ଦୟାନଦୀରେ ବନ୍ୟା ବଢ଼ିବାରେ ଲାଗିଛି। ଯାହାଫଳରେ ଏହାର  ଶାଖା ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି ଓ ଲୁଣାନଦୀରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ବନ୍ୟା ଯୋଗୁ ସବୁଜ ପରିବା ଫସଲ ନଷ୍ଟ ହୋଇଯାଇଥିବାରୁ ଚାଷୀର ମୁଣ୍ଡ ବ୍ୟଥାର କାରଣ ହୋଇଛି।

ଏପଟେ ବାହାରୁ ଆସୁଥିବା ସବୁଜ ପନିପରିବା ଆକାଶ ଛୁଆଁ ଦରରେ ଗ୍ରାହକ କିଣୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜି ଅପରାହ୍ନ ୫ଟା ସୁଦ୍ଧା ଜଳସ୍ତର ୫ମିଟର ୧୯ ସେଣ୍ଟିମିଟର ପହଞ୍ଚିଛି ଓ ଆଜିସୁଧା ହୀରାକୁଦ ର ୪୦ଟି ଗେଟ ଖୋଲିଥିବାରୁ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀର ହେବବୋଲି ଲୋକମାନେ ଜାଣିସାରିବା ପରେ  ଭୟବିତ ଅବସ୍ତାରେ ରହିଛନ୍ତି। ଦୟା ନଦୀ ବନ୍ଧର ପଶ୍ଚିମ ଦିଗରେ ଅବସ୍ଥିତ ଗ୍ରାମ ଗୁଡିକ ଧୋଇଆ ଅଞ୍ଚଳ ଭାବେ ଜଣାଶୁଣା।

ଦୋକନ୍ଦା,ବାଲିପାଟଣା,ବଡାସ,କଖାରୁବସ୍ତ,ତରପଡ଼ା ତଥା ଖୋର୍ଦ୍ଧା ଅଞ୍ଚଳ କୁ ସଂଯୋଗ କରୁଥିବା ଦୋକନ୍ଦା  ଗ୍ରାମର ଦକ୍ଷିଣ ଦିଗରେ ଥିବା ନଦୀ ବନ୍ଧ ଉପରେ ଆଣ୍ଠୁଏ ପାଣିର ସୁଅ ଛୁଟୁଛି ଫଳରେ କଣାସ ବ୍ଲକ କୁ ସଂଯୋଗ କରୁଥିବା ଗ୍ରାମ ଗୁଡିକ ନାନେକେରା,ପଣ୍ଡିଆକେରା,ବଗିପଡା ମାଟିଆପଡ଼ା,ବାଙ୍କତଳ ଇତ୍ୟାଦି ଗ୍ରାମ ତଥା କଣାସ ବ୍ଲକର ମନ୍ଦାରବସ୍ତ ପାଖାପାଖି ଗାଁ ଗୁଡିକରୁ ଲୋକମାନେ ଯାତାୟତ  କରିବା ବାଧା ସୃଷ୍ଟି ହେଉଛି।

ବଗିପଡା,ବାଙ୍କତଳ,ପାଣ୍ଡିଆକେରା, ଲୋକାପାଳ ଏବଂ ସାନପୁଟ ବଡ଼ ପୁଟ ପଂଚାୟତର କେତେ ଗୁଡିଏ ଗାଁ ବନ୍ୟାପାଣି ପଶିଆସିଛି। କେତେ ସ୍ଥାନରେ ପିଇବା ପାଣିର ଅଭାବ ପରିଲିଖିତ ହୋଇଥିବାରୁ ଲୋକମାନେ ନଦୀର ଗୋଳିଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଦାୟିତ୍ୱରେ ଥିବା ଆରଡ଼ିଜେଇ ମକର ବେହେରା ଓ ଏସ୍ଡ଼ଓ ପ୍ରମୋଦ କୁମାର ସାହୁ ବନ୍ୟାଞ୍ଚଳ ପରିଦର୍ଶନ କରି ସଜାଗ ହୋଇରହିଛନ୍ତି। ଆବଶ୍ୟକ ମୁତାବକ ବାଲିବସ୍ତା ବଲ୍ହା ଇତ୍ୟାଦି ମହଜୁଦ ରହିଛି। ଜେଇ ଶ୍ରୀ ବେହେରା କୌଣସି ଭୟବିତ ନହେବାପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply