ଘଟଗାଁ,୧୪/୦୪-କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ପିଠ ଘଟଗାଁ । ମାତାରିଣୀଙ୍କ ମୁଖ୍ୟ ପର୍ବ ଚଇତି ପର୍ବକୁ ୧୯୩୭ ମସିହା ଠାରୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମହା ଆଡମ୍ବର ସହ ମାଙ୍କ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଉଛି । ଏହି ପର୍ବ ୭ଦିନ ଧରି ପାଳନ ହେଉଥିବା ଅପ୍ରିଲ ୯ ତାରିଖରୁ ଏହି ପର୍ବ ଆରମ୍ଭ ହୋଇ ୧୫ ତାରିଖ ଦିନ ଶେଷ ହୋଇଥାଏ। ତେବେ ଚଇତି ପର୍ବରେ ପଣାସଂକ୍ରାନ୍ତି ଦିନଟି ପର୍ବର ମୁଖ୍ୟ ଦିନଭାବେ ପାଳିତ ହୋଇଥାଏ। ଏହି ଅବସରରେ ଆଜି ସକାଳ ୪ ଘଟିକାରୁ ଦେହୁରୀ ମାନେ ମାଙ୍କୁ କ୍ଷୀର, ଳହୁଣୀ, ହଳଦି, ଚୁଆ, ଚନ୍ଦନ, ମହୁ ଆଦି ଲେପନ କରି ମାଜଣା କରିବା ପରେ ମାଙ୍କ ସ୍ନାନ କାର୍ଯ୍ୟ ସମାପନ କରିଥିଲେ । ପରେ ପରେ ମାଙ୍କୁ ସୁନା ଅଂଳଙ୍କାରରେ ସଜ୍ଜିତ କରି ମାଙ୍କୁ ସୁନା ବେଶ କରାଇଛନ୍ତି । ଧୂପ, ଦୀପ, ନୈବ୍ୟଦ, ଶଂଙ୍ଖ, ଘଂଟ ଧ୍ୱନୀ ସହ ମାଙ୍କ ସକାଳ ଆଲତୀ ହୋଇଛି । ଏହାପରେ ସକାଳ ୫ଘଟିକା ଠାରୁ ମା ତାରିଣୀଙ୍କ ଦର୍ଶନ କରିବା ମନ୍ଦିର ଭିତରକୁ ଭକ୍ତ ମାନଙ୍କ ସୁଅ ଛୁଟିଥିଲା । ଭକ୍ତ ମାନେ ଆଣିଥିବା ଭୋଗ ଦେହୁରୀ ମାନଙ୍କ ଦ୍ୱାରା ମାଙ୍କ ପାଖରେ ଅର୍ପିତ ହେବା ସହ ଦିନ ୧୦ ଘଟିକରେ ମାଙ୍କ ଶୁଙ୍କୁଡି ଭୋଗ ହୋଇଥିଲା । ଦିନ ୧.୦୦ ରେ ମନ୍ଦିର ପହଡ ପଡିବା ପରେ କିଛି ସମସ୍ୟ ପାଇଁ ଦର୍ଶନ ବନ୍ଦ ରହିଥିଲା ପୁଣି ୩.୩୦ରେ ମନ୍ଦିର ଖୋଲିବା ପରେ ଭକ୍ତମାନେ ମାଙ୍କ ଦର୍ଶନ ପାଇଥିଲେ। ଅପରାହ୍ନ ସଂନ୍ଧ୍ୟା ୫ ଘଟିକରେ ମାଙ୍କୁ ଚକୁଳି ଭୋଗ ଲାଗି କରାଯାଇଥିଲା। ରାତ୍ର ୮ ଘଟିକାରେ ସଂନ୍ଧ୍ୟା ଆଳତୀ ପରେ ମାଙ୍କ ମନ୍ଦିର ବନ୍ଦ ହେବ । ଲାକ୍ଷାଧିକ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ମନ୍ଦିର କର୍ତୁପକ୍ଷ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭକ୍ତ ମାନେ ଶାନ୍ତି ଶୃଙ୍ଖଳାରେ ମନ୍ଦିରରେ ପ୍ରବେଶ ପାଇଁ ବ୍ୟାରିଗେଟ ଦ୍ୱାରା ୧୧ଟି ଲାଇନ କରାଯାଇ ଥିବା ବେଳେ ଭୋଗ ଲଗାଇବା ଦର୍ଶନ ପାଇଁ ଭିନ୍ନ ଭିନ୍ନ ଲାଇନ ବ୍ୟବସ୍ଥା କରାଯାଇଛି । ଏଥି ସହିତ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ନିୟୋଜିତ ହୋଇଥିବା ବେଳେ ବିଭିନ୍ନ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ। ଚଇତି ପର୍ବ ଅବସରରେ ବିଭିନ୍ନ ଅଂଚଳର ସ୍ରଦ୍ଧାଳୁଙ୍କ ସହେଯାଗରେ ମଗଣାରେ ୭ଦିନ ଧରି ଅନ୍ନ ପ୍ରସାଦ ବଂଟନ କରାଯାଉଥିବା ସ୍ଥାନରେ ଭକ୍ତ ମାନଙ୍କ ଲମ୍ବା ଧାଡି ଥବା ବେଳେ ମାଙ୍କ ପ୍ରିୟ ପଣା ପାଇବା ପାଇଁ ଭକ୍ତ ମାନଙ୍କ ଭିଡ ଦେଖାଯାଇଥିଲା। ପ୍ରବଳ ଖରା ସହ ଭିଡରେ ଅଂଶୁଘାତର ପ୍ରତିକାର ପାଇଁ ମନ୍ଦିର ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଅସ୍ଥାଇ ଆଶୁ ଚିକିତ୍ସାକେନ୍ଦ୍ର ଖୋଲା ଯାଇଥିଲା। ଜରୁରୀ କାଳିନ ସେବା ପାଇଁ ଅମ୍ବୁଲାନସ୍ ବ୍ୟବସ୍ଥା କରାଯାଥିବା ବେଳେ ଜରୁରୀ କାଳୀନ ପରିସ୍ଥିତି ପାଇଁ ଅଗ୍ନିଶମ ବିଭାଗର ଏକ ଦମକଳ ସହ କର୍ମଚାରୀ ମାନେ ନିୟୋଜିତ ହୋଇଥିଲେ । ଏହା ସହିତ ସ୍ୱେଛାସେବୀ ଦ୍ୱାରା ଭକ୍ତ ମାନଙ୍କ ଉପରେ ପାଣି ସିଂଚନ କରାଯାଇଥିଲା । ମା’ତାରିଣୀଙ୍କ ମହିମା ସମୟାନୁକ୍ରମେ ରାଜ୍ୟ ତଥା ରାଜ୍ୟ ବାହରେ ପ୍ରଚାରିତ ହେବା ସହ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ଭକ୍ତ ଘଟଗାଁରେ ଆଜି ମାଙ୍କ ସୁନା ବେଶ ଦର୍ଶନ ଲାଭ କରିଛନ୍ତି ।
