Odisha news

ଅସୁବିଧା ସମୟରେ ଜୀବନ ରେ ଆଗକୁ ବଢିବାକୁ ଦେଇଥାଏ ଗୀତାର ଏହି ୫ଟି କଥା

0

ଭଗବାନ ଶ୍ରୀକୃଷ୍ନ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ଙ୍କୁ କହିଥିବା ବହୁମୂଲ୍ୟ ଉପଦେଶ କୁ ଗୀତା ଜ୍ଞାନ ବୋଲି କୁହାଯାଇଥାଏ l ଏହି ସମସ୍ତ ଉପଦେଶ ମଣିଷ କୁ ବିଭିନ୍ନ ଅସମୟରେ ବଞ୍ଚିବାର ବାଟ ଶିଖାଇଥାଏ l ତେଣୁ ହିନ୍ଦୁ ଧର୍ମରେ ଗୀତା ରେ ଦିଆଯାଇଥିବା ଉପଦେଶ କୁ ଖୁବ ଗୁରୁତ୍ୱ ଦିଆଯାଇଥାଏ l

ଗୀତାରେ ସେହି ସମସ୍ତ ମାର୍ଗ ବିଷୟରେ କୁହାଯାଇଛି ଯାହାକି ମଣିଷ କୁ କଠିନ ରୁ କଠିନ ସମୟରେ ସଫଳତା ପ୍ରାପ୍ତ କରାଇଥାଏ l ଆସନ୍ତୁ ଜାଣିବା ସେହି ୫ଟି କଥା ……

– ଶ୍ରୀକୃଷ୍ଣ କହିଛନ୍ତି କୌଣସି କାର୍ଯ୍ୟକୁ ପୁରା କରିବା ପାଇଁ ଆପଣଙ୍କ ନିକଟରେ ସମ୍ପୂର୍ଣ ଜ୍ଞାନ ରହିଥିବା ଜରୁରୀ , ନଚେତ ବ୍ୟକ୍ତି ଉପହାସର ପାତ୍ର ହୋଇଯିବ l

– କୌଣସି କାର୍ଯ୍ୟକୁ ଆରମ୍ଭ କରିବା ପୂର୍ବରୁ ବ୍ୟକ୍ତିକୁ ନିହାତି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ l ଯାହା ଆପଣଙ୍କୁ ସଫଳ କରିବ , ନଚେତ ଜୀବନ ରେ ଆଗକୁ ବଢି ପାରିବେ ନାହିଁ l

– ଶ୍ରୀକୃଷ୍ନ କହିଛନ୍ତି ସର୍ବଦା ଭାବିଚିନ୍ତି ବନ୍ଧୁ ବାଛିବା ଜରୁରୀ l କାହିଁକି ନ ସଂଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ l କାହିଁକି ନ ଗୋଟେ ଭଲ ବନ୍ଧୁ ଖରାପ ସମୟରେ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଥାଏ ଏବଂ କେତେବେଳେ ପୁଣି ସେହି ବନ୍ଧୁ ଜୀବନ ପ୍ରତି ବିପଦ ମଧ୍ୟ ଆଣିଦିଏ l

– ଶ୍ରୀକୃଷ୍ନ କହିଛନ୍ତି ବ୍ୟକ୍ତି ସର୍ବଦା ନିଜ ମନ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ l ନଚେତ ସେହି ମନ ହିଁ ତାର ଶତ୍ରୁ ହୋଇଯିବ ଏବଂ ଅବାଟ କୁ ନେଇଯିବ l

– ଏହି ଦୁନିଆରେ ଖୁସି ରହିବାର ଗୋଟିଏ ମାତ୍ର ସୂତ୍ର ହେଉଛି ଯେ ନିଜ ଇଛାକୁ ଚାପି ରଖିବା l ଯେଉଁ ବ୍ୟକ୍ତି ନିଜ ଇଛାକୁ ଚାପି ରଖିଥାଏ ସେହିଁ ଜୀବନ ରେ ଆଗକୁ ବଢିଥାଏ l

Leave A Reply