ତୈଳ ବଜାର କମ୍ପାନୀ ଗୁଡ଼ିକ ଜାନୁଆରୀ ମାସରୁ ଗ୍ୟାସ୍ତ୍ର ମୂଲ୍ୟ ଜାରି କରିଛନ୍ତି l କମ୍ପାନୀ ମାନେ ଡିସେମ୍ବର ମାସରେ ରନ୍ଧନ ଗ୍ୟାସର ଦୁଇଥର ମୂଲ୍ୟ ବୃଦ୍ଧି କରି ୧୦୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି କରିଥିଲେ l ବର୍ତମାନ ଗ୍ୟାସ ସବସିଡି ଉପଭୋକ୍ତା ମାନେ ରନ୍ଧନ ଗ୍ୟାସ୍ ର ମୂଲ୍ୟ ଦିଲ୍ଲୀରେ ସିଲିଣ୍ଡର ପ୍ରତି ୬୯୪ ଟଙ୍କା ବିକ୍ରି କରାଯାଉଛି l କିନ୍ତୁ ଜାନୁଆରୀ ମାସର ପ୍ରଥମ ଦିନରୁ ତେଲ କମ୍ପାନୀ ଗୁଡିକ ବିନା ସବସିଡ଼ର ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି କରିନାହାନ୍ତି , ତାର ମୂଲ୍ୟ ୬୯୪ ଟଙ୍କାରେ ସ୍ଥିର ରଖାଯାଇଛି l କିନ୍ତୁ ବ୍ୟବସାଇକ ସିଲିଣ୍ଡରର ମୂଲ୍ୟ ୫୬ ତାଙ୍କ ବୃଦ୍ଧି କରାଯାଇଛି l
*ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୩୩୨ ଟଙ୍କାରୁ ବୃଦ୍ଧି କରାଯାଇ ୧୩୪୯ ଟଙ୍କା ହୋଇଛି l
୧୯ କିଲୋଗ୍ରାମ ରନ୍ଧନ ଗ୍ୟାସ ର ମୂଲ୍ୟ ୧୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି l ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୬୯୪ ତାଙ୍କ ହୋଇଛି l
*କଲିକତାରେ ୧୯ କିଲୋଗ୍ରାମ ରନ୍ଧନ ଗ୍ୟାସ୍ ର ମୂଲ୍ୟ ୧୩୮୭.୫୦ ଟଙ୍କାରୁ ବୃଦ୍ଧି ହୋଇ ୧୪୧୦ ଟଙ୍କା ହୋଇଛି l ଏଠାରେ ମୂଲ୍ୟରେ ୨୨.୫୦ ଟଙ୍କା ବର୍ଦ୍ଧିତ ହୋଇଛି l ଏଠାରେ ଘରୋଇ ଗ୍ୟାସର ମୂଲ୍ୟ ୭୨୦.୫୦ ତାଙ୍କ ହୋଇଛି l
*ମୁମ୍ବାଇରେ ୧୯ କିଲୋ ରନ୍ଧନ ଗ୍ୟାସର ମୂଲ୍ୟ ୧୨୮୦.୫୦ ଟଙ୍କାରୁ ବଢି ୧୨୯୭.୫୦ ତାଙ୍କ ପ୍ରତି ସିଲିଣ୍ଡର ହୋଇଛି l ୧୪.୨ କିଲୋ ରନ୍ଧନ ଗ୍ୟାସର ମୂଲ୍ୟ ୬୯୪ ତାଙ୍କ ହୋଇଛି
*ଚେନ୍ନାଇରେ ୧୯ କିଲୋ ରନ୍ଧନ ଗ୍ୟାସର ମୂଲ୍ୟ ୧୪୪୬.୫୦ ଟଙ୍କାରୁ ବଢି ୧୪୬୩.୫୦ ଟଙ୍କା ହୋଇଛି l ଏଠାରେ ୧୪.୨ କିଲୋ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୧୦ ତାଙ୍କ ହୋଇଛି l