Odisha news

ଖମ୍ବେଶ୍ୱରୀ ବସ କୁ ଧକ୍କାଦେଲା ଟ୍ରକ : ଜଣେ ଆହତ

0
ଗଞ୍ଜାମ : ରମ୍ଭା ଥାନା ଅନ୍ତର୍ଗତ ପାଲୁରୁ ଛକ ଓଭର ବ୍ରିଜ ଉପରେ ମା ଖମ୍ବେଶ୍ଵରୀ ବସ ଦୃଘଟଣାଗ୍ରସ୍ଥ ହୋଇଛି। ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଓଡ଼ି ୦୭ କ୍ୟୁ-୮୧୯୧ନମ୍ବର ବିଶିଷ୍ଟ ମା ଖମ୍ବେଶ୍ଵରୀ  ବସ କୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିବା ଜଣାପଡିଛି।ଯାହାକୁନେଇ ବସ ରେ ବସିଥିବା ପ୍ରଭାତି ପାତ୍ର ଆହତ ହୋଇଛନ୍ତି।
ହାଇୱେ ପେଟ୍ରୋଲିଂ ଗାଡି ଦୃଘଟଣା ସ୍ଥଳରେ ପହଞ୍ଚି ଇନଚାର୍ଜ ଦେବରାଜ ସାହୁ ଆହତ ମହିଳା ଙ୍କୁ ଛତ୍ରପୁର ମେଡିକାଲ ରେ ପହଞ୍ଚାଇ ଚିକିତ୍ସା ବ୍ୟବସ୍ଥା କରିଛନ୍ତି।ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୃଘଟଣା ଘଟାଇଥିବା ଡ଼ବ୍ଲ୍ୟୁ ବି ୩୯ବି ୩୦୨୫ ନମ୍ବର ବିଶିଷ୍ଟ ଟ୍ରକ କୁ ଜବତ କରିଛନ୍ତି।ବସ ରେ ୩୫ ଜଣ ଯାତ୍ରୀ ରହିଥିଲେ।
ସେହିପରି ସୋମବାର ହୁମ୍ମା ନିକଟରେ ଏକ ଆଇରନ ବୋଝେଇ ଟ୍ରକ ଏକ ଟାଟା ଏସି କୁ ପଛପଟୁ ଧକ୍କା ଦେବା ଫଳରେ ହମ୍ପସ ଉପରେ ଧୀର ଗତିରେ ଯାଉଥିବା ତିନୋଟି କାର ସହ ଟାଟା ଏସି ଦୃଘଟଣାଗ୍ରସ୍ଥ ହୋଇଥିଲା।ଫଳରେ ୪ ଜଣ ଆହତ ହୋଇଥିଲେ।ଦୃଘଟଣା ସ୍ଥଳରେ ହୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ପ୍ରିୟଦର୍ଶୀ ପହଞ୍ଚି ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ରେ ମେଡିକାଲ ପହଂଚିବାର ବ୍ୟବସ୍ଥା କରି ଦୃଘଟଣା ର ତଦନ୍ତ କରିଥିଲେ।
Leave A Reply