ରଙ୍ଗେଈଲୁଣ୍ଡା!ସ୍ଥାନୀୟ ଗୋଲନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର ଅଟୋ ନଗର ବସ ଷ୍ଟାଣ୍ଡ ପଛ ପଟେ ଥିବା ଏକ ନିର୍ଜନ ପଡିଆ ମଧ୍ୟରେ ଜାତୀୟ ରାଜପଥ ରେ ଡକାୟତ ଯୋଜନା କରୁଥିବା ଲାଠି ଅଞ୍ଚଳ ର ତିନି ଜଣ ଦୁର୍ଦାନ୍ତ ଅପରାଧୀ ଙ୍କୁ ଗୋଲନ୍ଥରା ଥାନା ପୋଲିସ ଅତି ଚତୁରତା ସହ ସିନେମା ଷ୍ଟାଇଲ ରେ ଗିରିଫ କରିବାରେ ସଫଳ ହୋଇଛି!ପ୍ରାପ୍ତ ଘଟଣା ରୁ ପ୍ରକାଶ ଯେ, ଗତକାଲି ଲାଠି ଅଞ୍ଚଳ ର ତିନି ଯୁବକ ଚେରୁ ଗୌଡ଼, ଶିବରାମ ପାଳ ଓ ପାଣ୍ଡା ଗୌଡ଼ ହଳଦିଆ ପଦର ସ୍ଥିତ ବସ ଷ୍ଟାଣ୍ଡ ପଛରେ ଥିବା ଗୋଟେ ନିର୍ଜନ ପଡିଆ ନିକଟରେ ଏକତ୍ରିତ ହୋଇ ଜାତୀୟ ରାଜପଥ ରେ ଡକାୟତ ପାଇଁ ଯୋଜନା କରୁଥିଲେ!ଗୋଲନ୍ଥରା ପୋଲିସ କୌଣସି ସୂତ୍ର ରୁ ଖବର ପାଇ ଥାନା ଅଧିକାରୀ ଶ୍ରୀ ବିବେକାନନ୍ଦ ସ୍ୱାଇଁ ଙ୍କ ନେତୃତ୍ୱ ରେ ପୋଲିସ ଚାରି ପଟୁ ଅତି ଚତୁରତା ଏବଂ ଚାଲାକି ର ସହ ସବୁ ଖସିଯିବା ରାସ୍ତା କୁ ନାକାବନ୍ଦୀ କରି ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସଫଳ ହୋଇ ଥିଲେ!ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନା ଇଲାକାରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଜଣା ପଡିଛି!ସେମାନ ଙ୍କ ନିକଟରୁ ଦୁଇ ଟି ମୋଟର ସାଇକେଲ,9mm ର ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ବୋମା ସହ ବମ ରେ ବ୍ୟବହାର ହେଉଥିବା ସାମଗ୍ରୀ, ଏକ ଲୁହା ରଡ଼, ଗୋଟିଏ ମୁଖା ଜବତ ହୋଇ ଥିବା ଥାନା ଅଧିକାରୀ ନିକଟରୁ ସୂଚନା ମିଳିଛି!ଥାନା କେଶ ନମ୍ବର 198/24 ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଜେଲ ହାଜତ କୁ ପଠାଇ ଦିଆ ଯାଇଛି!